ମୁଖ୍ୟ ଖବର ହାତୀ ଘଉଡାଇବା ହେଲା କାଳ – କଚାଡି ଦେଲା ଦନ୍ତା Angul OnlineNovember 11, 2023November 11, 2023 ପାଲଲହଡା – ହାତୀ ଘଉଡ଼େଇବା ହେଲା କାଳ ! ଦନ୍ତା ହାତୀ ଆକ୍ରମଣ ରେ ଯୁବକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ଖମାର ବନବିଭାଗ ଶଙ୍ଖମୁର ଗ୍ରାମରେ । ମୃତ ଯୁବକ ଜଣଙ୍କ ସେହି ଗ୍ରାମର ପପୁନ ସେଠି । ଭୋରରୁ ଗାଁ ଭିତରକୁ ହାତୀ ପଶି ଆସିଥିବା ଖବର ପାଇ ଗ୍ରାମବାସୀଙ୍କ ସହ ହାତୀ ଘଉଡାଇବାକୁ ପପୁନ ଯାଇଥିଲେ । ସେହି ସମୟରେ ଦନ୍ତାହାତୀଟି ପପୁନକୁ ଦଳି ଦେଇଥିଲା । ଘଟଣାସ୍ଥଳରେ ପପୁନଙ୍କର ମୃତ୍ୟୁ ହୋଇଥିଲା । ଖମାର ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବା ସହିତ ଖମାର ଥାନା ସହାୟତାରେ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ବନବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି । Advertisement
୪ ଡକାୟତ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ୪ ଡ଼କାୟତଙ୍କୁ ଗିରଫ କରିଛି । ଏହି ଚାରିଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାସହ ତାଙ୍କଠାରୁ ୨୧ହଜାର ଟଙ୍କା…
୨ୟ ପର୍ଯ୍ୟାୟ ଟୀକାକରଣ – ଜିଲ୍ଲାପାଳ , ଡି.ଆଇ.ଜି. ଓ ଏସ.ପି. ନେଲେ ଟୀକା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କୋଭିଡ ଟିକା ୨ୟ ପାଳିର ପ୍ରଥମ ଦିବସରେ ଗୃହ , ନଗର ଉନ୍ନୟନ ବିଭାଗ ଓ ରାଜସ୍ବ ବିଭାଗ ବିଭାଗର ସର୍ବମୋଟ…
ଜନ୍ତୁ ଶିକାର ବେଳେ ସାଙ୍ଗ ଗୁଳିରେ ସାଙ୍ଗର ମୃତ୍ୟୁ ପାଲଲହଡ଼ା – ଜଙ୍ଗଲକୁ ବାରହା ଶିକାର କରିବାକୁ ଯାଇଥିବା ବେଳେ ସାଥୀ ଶିକାରୀ ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ । ମଙ୍ଗଳବାର ରାତିରେ ଖାମାର ଥାନା ରୋହିଲା ରୁଗୁଡ଼ି…