ଅପରାଧ ଠକେଇ ଅଭିଯୋଗରେ ଯୁବନେତା ଗିରଫ Angul OnlineJuly 24, 2021July 24, 2021 ଅନୁଗୁଳ – ଠକେଇ ଅଭିଯୋଗରେ ଅନୁଗୁଳର ଜଣେ ଯୁବ ନେତାଙ୍କୁ ପୁଲିସ ଗିରଫ କରିଛି । ସମ୍ପୃକ୍ତ ଯୁବନେତା ଜଣଙ୍କ ଏକ ଜାତୀୟ ରାଜନୈତିକ ଦଳର ସକ୍ରିୟ ସଦସ୍ୟ ଥିବା ବେଳେ ତାଳଚେରର ଜଣେ ଯୁବକଙ୍କୁ ଏକ କମ୍ପାନୀର ଡିଷ୍ଟ୍ରିବ୍ୟୁଟର କରାଇ ଦେବା କହି ଠକିଥିବା ଅଭିଯୋଗ ହୋଇଥିଲା । ସୂଚନା ଅନୁସାରେ ଶିମିଳିପଡା ଅଞ୍ଚଳର ପ୍ରଦ୍ୟୁମ୍ନ ସାହୁ ନାମକ ଜଣେ ଯୁବକଙ୍କ ଅମୂଲ କମ୍ପାନୀର ଏକ ଆଉଟଲେଟ ରହିଛି । କିଛିଦିନ ତଳେ ତାଳଚେରର ସୁବ୍ରତ କୁମାର ସାହୁ ନାମକ ଜଣେ ବ୍ୟକ୍ତି ସେଠାକୁ ଆସିଥିବା ବେଳେ ଅମୂଲ କମ୍ପାନୀର ଡିଷ୍ଟ୍ରିବ୍ୟୁଟରସିପ କରାଇଦେବା ପାଇଁ ପ୍ରଦ୍ୟୁମ୍ନଙ୍କୁ କହିଥିଲେ । ପ୍ରଦ୍ୟୁମ୍ନ ଏକ ଲକ୍ଷ ଟଙ୍କା ଦେଲେ ଡିଷ୍ଟ୍ରିବ୍ୟୁଟରସିପ କରାଇ ଦେବି କହିବାରୁ ସୁବ୍ରତ ଟଙ୍କା ଦେଇ ଦେଇଥିଲେ । ପ୍ରଦ୍ୟୁମ୍ନ ଟଙ୍କା ପାଇବା ପରେ କିଛି ଜାଲ କାଗଜପତ୍ର କରି ସୁବ୍ରତଙ୍କୁ ଦେଇଥିଲେ । ହେଲେ ଦିନ ପରେ ଦିନ ଗାଡି ଚାଲିଥିଲେ ମଧ୍ୟ ସୁବ୍ରତଙ୍କୁ ଡିଷ୍ଟ୍ରିବ୍ୟୁଟରସିପ ମିଳି ନଥିଲା । ଏ ନେଇ ସୁବ୍ରତ ଟ୍ଵିଟରରେ ଅମୁଲ କମ୍ପାନୀର ଦୃଷ୍ଟି ଆକର୍ଷଣ କରିଥିଲେ । କମ୍ପାନୀ କର୍ତ୍ତୁପକ୍ଷ ଘଟଣା ସମ୍ପର୍କରେ ଜାଣିବା ପରେ ସୁବ୍ରତଙ୍କ ପାଖକୁ ଆସି ପ୍ରଦ୍ୟୁମ୍ନ ଦେଇଥିବା କାଗଜପତ୍ର ଯାଞ୍ଚ କରିଥିଲେ । ଆଉ ଏହି ଯାଞ୍ଚ ବେଳେ ଏହି ସବୁ କାଗଜପତ୍ର ନକଲି ଜାଣି ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କମ୍ପାନୀ ପକ୍ଷରୁ ଅଭିଯୋଗ ପାଇବା ପରେ ଅନୁଗୁଳ ପୁଲିସ ପ୍ରଦ୍ୟୁମ୍ନକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଉପହାର ପାଇବା ଲୋଭରେ ହରାଇଲେ ଲକ୍ଷେ ଟଙ୍କା ଅନୁଗୁଳ – ସାଇବର ଠକେଇ ନେଇ ପୁଲିସ ପକ୍ଷରୁ ସଚେତନ କରା ଯାଉଛି । ଏହି ସଚେତନତା ସପ୍ତାହ ଭିତରେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଉପହାର…
ଛିନତାଇ ଗ୍ୟାଙ୍ଗର ଦୁଇ ମୁଖ୍ୟଙ୍କ ସମେତ ତିନି ଗିରଫ ଅନୁଗୁଳ – ଅନୁଗୁଳ ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗତ କିଛିଦିନ ହେଲା ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ମୋଟରସାଇକେଲରେ ଚମ୍ପଟ ମାରୁଚ୍ଚାନ୍ତି ଦୁର୍ବୃତ୍ତ…
ଶଳା ଆକ୍ରମଣରେ ଭିଣୋଇ ମୃତ ଅଭିଯୋଗ, ଥାନାରେ ଦୁଇ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ନାଉପଦା ଗାଁରେ ଶଳାର ଆକ୍ରମଣରେ ଭିଣୋଇଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଜରପଡ଼ା ଥାନା…