କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଏନ୍ଟିପିସି ପାଉଁଶ ପୋଖରୀରେ ନିୟୋଜିତ ଏକ ଠିକାସଂସ୍ଥାର ସୁପରଭାଇଜର୍ଙ୍କୁ ମାଉଜର୍ ଓ ଭୁଜାଲି ଦେଖାଇ ୧୦ ହଜାର ଟଙ୍କା ବଟି ଆଦାୟ କରିବା ଅଭିଯୋଗରେ କଣିହାଁ ପୁଲିସ ଜଣେ ନାବାଳକ ସମେତ ୩ ଜଣଙ୍କୁ କାବୁ କରିଛି । ପୁଲିସ ସୂଚନା ଅନୁସାରେ , କଣିହାଁ ଥାନା ଏନ୍ଟିପିସି ପାଉଁଶ ପୋଖରୀରେ ମହାଶ୍ବେତା ଇନ୍ଫ୍ରା କନଷ୍ଟ୍ରକ୍ସନ ନାମକ ଏକ ଠିକା ସଂସ୍ଥାର ସୁପରଭାଇଜର୍ ମୋହନ ଜେନା ଗତକାଲି ଦିନ ୨ଟା ବେଳେ କାର୍ଯ୍ୟରତ ଥିବା ସମୟରେ ଏକ ବଲେରୋ (ଓଡି୧୯ଏଲ୍ -୮୬୦୯)ରେ କିଛି ଯୁବକ ପହଞ୍ଚିଥିଲେ । ଶ୍ରୀ ଜେନାଙ୍କୁ ଧମକ ଦେଇ ‘ଏଠାରେ କାମ କରିବା ପାଇଁ ମାସକୁ ୫ ଲକ୍ଷ ଟଙ୍କା ବଟି ଦେବାକୁ ହେବ, ନଚେତ ଆମେ ସଂସ୍ଥାକୁ କାମ କରାଇଦେବୁନାହିଁ’ ବୋଲି ଧମକ ଦେଇଥିଲେ । ଏ କଥା ସଂସ୍ଥାର ମାଲିକଙ୍କୁ ଫୋନ୍କରି ଜଣାଇବାକୁ ସେମାନେ ଶ୍ରୀ ଜେନାଙ୍କୁ କହିଥିଲେ । ମାଲିକ ଆସିଲେ ତାଙ୍କୁ ଏହା ଜଣାଇବେ ବୋଲି ଶ୍ରୀ ଜେନା କହିବାରୁ ସେମାନେ ମାଉଜର୍ , ଭୁଜାଲି ଦେଖାଇ ତାଙ୍କ ଠାରୁ ୧୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ । ଏ ସଂପର୍କରେ ଶ୍ରୀ ଜେନା ଗତକାଲି କଣିହାଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଏହି ଘଟଣାରେ କଣିହାଁ ଥାନା ଲୋଧାଝରୀ ଗାଁର ବସନ୍ତ ନାଏକ , ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଅଞ୍ଚଳର ସନ୍ତୋଷ ସାହୁଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ତେବେ ଏଥିରେ ସଂପୃକ୍ତ ଜଣେ ନାବାଳକ ଧରାପଡ଼ିଥିବା ବେଳେ ତାଙ୍କୁ ଆସନ୍ତାକାଲି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ଼କୁ ପଠା ଯାଇଛି । ଅଭିଯୁକ୍ତମାନେ ବ୍ୟବହାର କରିଥିବା ବଲୋରୋକୁ ଜବତ କରା ଯାଇଛି ।
What’s your Reaction?
+1
+1
+1
+1
+1
+1
+1