ଅନୁଗୁଳରେ ରାହଗିରି – ରାସ୍ତାରେ ହେଲା ମନୋରଞ୍ଜନ

ଅନୁଗୁଳ – ପବିତ୍ର ଉତ୍କଳ ଦିବସ ଏବଂ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମନୋରଞ୍ଜନ ଏବଂ ସଚେତନତା ଭିତ୍ତିକ ପର୍ବ ରାହଗିରି ଅନୁଷ୍ଠିତ ହୋଇଯାଇଛି । ଅନୁଗୁଳ ଜଗନ୍ନାଥ ମନ୍ଦିର ରାସ୍ତାରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ୧୯୯୩ ମସିହା ଏପ୍ରିଲ ୧ ତାରିଖ ଦିନରେ ଢେଙ୍କାନାଳ ଜିଲ୍ଲାରୁ ବିଭକ୍ତ ହୋଇ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ହୋଇଥିଲା ଠିକ ଆଜିର ଦିନରେ ଜିଲ୍ଲା ପ୍ରତିଷ୍ଠା ହୋଇଥିବାରୁ ଆଜି ଅନୁଗୁଳ ଉତ୍ସବମୁଖର ହୋଇ ପଡିଥିଲା  । ସକାଳ ୬ ଟା ରୁ ୯ ଟା ପର୍ଯ୍ୟନ୍ତ ଚାଲିଥିବା ରାହଗିରିରେ ଓଡ଼ିଶା ବିଧାନ ସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । କରୋନା ଭଳି ମହାବିପତ୍ତି ସମୟ ପରେ ଓଡ଼ିଶାର ଏହା ପ୍ରଥମ ରାହଗିରି ହୋଇଥିବାରୁ ଅନୁଗୁଳ ସହର ବାସୀ ଏହାର ଆନନ୍ଦ ଉଠାଇବା ସହ ସୂଚନା ଓ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସମାରୋହରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଏସପି ଜଗମୋହନ ମୀନାଙ୍କ ସମେତ ଜିଲ୍ଲାର ସମସ୍ତ ପଦସ୍ଥ ଅଫିସର ଯୋଗଦାନ କରିଥିଲେ । ଜଗନ୍ନଥା ମନ୍ଦିର ରାସ୍ତାରେ ଅନୁଷ୍ଠିତ ଏହି ରାହଗିରିରେ ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ଓଡ଼ିଶୀ , ପେଣ୍ଟିଂ, ଯୋଗ, କିକ ବକ୍ସିଂ, କରାଟେ ଏବଂ ଟାଇକଣ୍ଡୋ ଭଳି ମାର୍ଶାଲ ଆର୍ଟ, ସ୍କେଟିଂ,ମ୍ୟୁଜିକଲ ଜୀମ ଆଦି ପ୍ରଦର୍ଶିତ ହୋଇଥିଲା । ଛୁଟି ଦିନ ହୋଇଥିବାରୁ ବିଭିନ୍ନ ବର୍ଗର ଦର୍ଶକ ଏହାକୁ ଉପଭୋଗ କରିଥିଲେ । ଅନେକ ଦିନର ସଂଗ୍ରାମ ପରେ ସାଧାରଣ ଜୀବନ ଟ୍ରାକ କୁ ଫେରିଛି ଏବେ ବି ସଚେତନ ରହିବାର ଅଛି କିନ୍ତୁ ମନୋରଞ୍ଜନର ଅବଶ୍ୟକତା ମଧ୍ୟ ରହିଛି ଆମେ ଜିଲ୍ଲାବାସୀ ଭାବେ ୨୯ ବର୍ଷ ପୂର୍ଣ୍ଣ କରିଛନ୍ତି ଏହି ୨୯ ବର୍ଷରେ ଆମେ ଅନେକ କିଛି ସଫଳତା ପାଇଛନ୍ତି ବୋଲି ଏହି ଅବସରରେ ଅତିଥି ମାନେ କହିଥିଲେ । 

Advertisement

Leave a Reply

Your email address will not be published. Required fields are marked *