ମନୋରଞ୍ଜନ ରନ ଫର ଗ୍ଲୋରି , ରନ ଫର ମେମୋରୀ – ରବିବାର ସମସ୍ତ ସବ ଡିଭିଜନରେ ରାହଗିରି Angul OnlineDecember 11, 2022December 11, 2022 ଅନୁଗୁଳ – ରନ ଫର ଗ୍ଲୋରି , ରନ ଫର ମେମୋରୀ । ୨୦୨୩ ରେ ଅନୁଗୁଳ ଜିଲ୍ଲାକୁ ୩୦ ବର୍ଷ ପୂର୍ତ୍ତି ହେବ । ଏହି ଉପଲକ୍ଷେ ଆଜି ଜିଲ୍ଲା ପ୍ରଶସନ ପକ୍ଷରୁ ଏକ ମିନି ମାରଥନ କରାଯାଇଥିଲା । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରୁ ଅଲଗା ହୋଇ ୧୯୯୩ ମସିହା ଏପ୍ରିଲ ୧ ରେ ଅନୁଗୁଳ ସ୍ଵତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ପାଇଥିଲା । ଜିଲ୍ଲା ପୂର୍ତ୍ତିର ଉତ୍ସବ ଆରମ୍ଭ ହୋଇ ଯାଇଥିବା ବେଳେ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି। ଏହି ଉପଲକ୍ଷେ ମିନି ମାରାଥନ୍ ‘ରନ୍ ଫର୍ ଗ୍ଲୋରୀ, ରନ୍ ଫର୍ ମେମୋରୀ ‘ ଆଜି ସକାଳେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୦୦ ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । କେବଳ ଯେ ଅନୁଗୁଳ ଜିଲ୍ଲାରୁ ନୁହେଁ , ଜିଲ୍ଲା ବାହାରର ମଧ୍ୟ ଯୁବପିଢୀ ଆଗ୍ରହ ଦେଖାଇ ଏହି ମାରଥାନରେ ସାମିଲ ହୋଇଥିଲେ । ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏହି ମାରାଥନ ଆରମ୍ଭ ହୋଇ ଶିଶୁ ଉଦ୍ୟାନ ଛକ , ଥାନା ଛକ ଓ ବଜାର ଦେଇ ପୁଣି ଜଗନ୍ନାଥ ମନ୍ଦିର ନିକଟରେ ଶେଷ ହୋଇଥିଲା । ଏଭଳି ଏକ ମାରଥନରେ ଭାଗ ନେଇ ପ୍ରତିଯୋଗୀ ମାନେ ବେଶ ଖୁସି ଅନୁଭବ କରିଥିବା ବେଳେ ଓଡିଶା ବିଧାନ ସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ , ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଅନୁଗୁଳ ଏସପି ଜଗମୋହନ ମିନା ,ଉପ ଜିଲ୍ଲାପାଳ ବୈତୁରା ଦୀପ , ଅନୁଗୁଳ ପୌରପାଳିକା ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଆଦି ଅତିଥି ଭାବେ ଯୋଗ ଦେଇ କୃତି ପ୍ରୀତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଓଲିଉଡ କଳାକାର ନାଭ୍ୟା ଓ ସାଥି କଳାକାର ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଗୀତ ର ତାଳେ ତାଳେ ଧୁମ୍ ମଚାଇ ଥିଲେ ଯୁବଗୋଷ୍ଠୀ । ତେବେ ସଭା ଶେଷ ବେଳକୁ ଅନୁଗୁଳ ଏସ ପି ଜଗ ମୋହନ ମୀନା ଦୁଇଟି ଘୋଷଣା କରିଥିଲେ । ଆସନ୍ତା ରବିବାର ଜିଲ୍ଲାର ପ୍ରତ୍ୟେକ ସବ ଡିଭିଜନରେ ରାହଗିରି ଅନୁଷ୍ଠିତ ହେବ ଏବଂ ହେଲଥ କ୍ୟାମ୍ପର ଆୟୋଜନ କରିବେ ବୋଲି ସେ ଘୋଷଣା କରିଥିଲେ । https://angulonline.com/wp-content/uploads/2022/12/VID-20221211-WA0002.mp4 Advertisement
କଳାକାରର ବୋଇତ ବନ୍ଦାଣ ଉତ୍ସବ – ନୌବାଣିଜ୍ୟ ଇତିହାସର ଗାଥା କଲା ପୁନର୍ଜୀବିତ ଅନୁଗୁଳ – ଅନୁଗୁଳର ଅଗ୍ରଣୀ ସେବା ସାଂସ୍କୃତିକ ଅନୁଷ୍ଠାନ କଳାକାର ପକ୍ଷରୁ ୩୭ ତମ ବୋଇତ ବନ୍ଦାଣ ମହୋତ୍ସବ ସ୍ଥାନୀୟ ସଭାଘର ଠାରେ ଅନୁଷ୍ଠିତ ହୋଇଯାଇଛି ।…
ଅନୁଗୁଳ ମହୋତ୍ସବ – ତିନି ଦିନ ଧରି ଝୁମିବେ ଅନୁଗୁଳବାସୀ ଅନୁଗୁଳ – ତିନି ଦିନର ମହୋତ୍ସବରେ ଚଳଚଞ୍ଚଳ ହୋଇ ଉଠିବ ଅନୁଗୁଳ ସହର । ୮ ତାରିଖ ଉଦଘାଟନୀ ସନ୍ଧ୍ୟାରେ ବଲିଉଡର ସୁନାମଧନ୍ୟ କଣ୍ଠଶିଳ୍ପୀ ଷ୍ଟେବିନ ବେନ…
ଜାତୀୟ ଡିଜାଇନ ଶୋ’ରେ ଅନୁଗୁଳ ଝିଅ ଜୁଲିଙ୍କ ସଫଳତା ଅନୁଗୁଳ – ମେଟାଲ୍ ମାକ୍ସ ସଂସ୍ଥା ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ଜାତୀୟ ଡିଜାଇନ୍ ଶୋ ଓ ଫ୍ୟାସନ କୋଟିୟର ଶୋରେ ଓଡ଼ିଆ ଝିଅ ଜୁଲି କର ସଫଳତା…