ଅପରାଧ ମାଡପିଟ ଅଭିଯୋଗରେ ସରପଞ୍ଚ ଗିରଫ Angul OnlineMarch 29, 2024March 29, 2024 ତାଳଚେର – ଅନୁଗୁଳ ତାଳଚେର ବ୍ଲକ ଅନ୍ତର୍ଗତ କୋଲିୟରୀ ଥାନା ନିକଟସ୍ଥ ଡେରା ପଞ୍ଚାୟତ ସରପଞ୍ଚ ଗୀତିଶ ପ୍ରୀତିଶ ପ୍ରଧାନ ସେହି ଅଞ୍ଚଳର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣାକୁ ନେଇ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗକୁ ଆଧାରକରି ପୁଲିସ୍ ଏହାର ତଦନ୍ତ ପରେ ଡେରା ସରପଞ୍ଚ ଶ୍ରୀ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ୍ ସୂତ୍ରରୁ ପ୍ରକାଶ । ଡେରା ଅଞ୍ଚଳର ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସରପଞ୍ଚ ଶ୍ରୀ ପ୍ରଧାନଙ୍କ ସହ କୌଣସି କାରଣରୁ ବଚସାରୁ ମାରପିଟ୍ ଯାଏ କଥା ଯାଇଥିଲା I ଏହି ଗିରଫ ଘଟଣା ପ୍ରଚାରିତ ହେବାପରେ ସରପଞ୍ଚଙ୍କ ସମର୍ଥକମାନେ ଏକତ୍ରିତ ହୋଇ ଏହାର ପ୍ରତିବାଦ କରିଥିବା ଦେଖୁବାକୁ ମିଳିଥିଲା । Advertisement
ଛିନତାଇ ଅଭିଯୋଗରେ ୨ ନାବାଳକ ସମେତ ୪ ଗିରଫ ଅନୁଗୁଳ – ଅନୁଗୁଳ ସଦରଥାନା ଅନ୍ତର୍ଗତ ଅନୁଗୁଳ ବନ୍ତଳା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଲୁଟପାଟ ହୋଇଥିବା ବେଳେ ଏହି ଘଟଣାରେ ୨ ନାବାଳକଙ୍କ ସମେତ…
ଶାଶୁ-ଶଶୁରଙ୍କୁ ଜ୍ଵାଇଁର ମରଣାନ୍ତକ ଆକ୍ରମଣ ବଅଁରପାଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ ଜ୍ଵାଇଁର ଆକ୍ରମଣରେ ଶାଶୁ ଶଶୁର ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ପାରିବାରିକ କଳହକୁ…
ଧାନ ଚୋର କରିବାକୁ ଯାଇ ଖୁଣ୍ଟରେ ବନ୍ଧା ହେଲେ ଯୁବକ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମର ଧାନ ମିଲରୁ ଧାନ ବସ୍ତା ଚୋରି କରିବା ବେଳେ ଯୁବକ ଧରା ପଡ଼ିବା ପରେ ତାଙ୍କୁ…