ଆଞ୍ଚଳିକ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା Angul OnlineNovember 30, 2023November 30, 2023 ଅନୁଗୁଳ – ଶିକ୍ଷକ ହେଉଛନ୍ତି ସମାଜର ପଥ ପ୍ରଦର୍ଶକ। ଶିକ୍ଷାଦାନ କରି କେତେ ଯେ ମଣିଷକୁ ଗଢ଼ିଥାନ୍ତି ତାହା ତୁଳନା ନାହିଁ।ତେବେ ସେଇଭଳି ଜଣେ ଅନନ୍ୟ ପ୍ରତିଭାର ଶିକ୍ଷୟିତ୍ରୀ ଅଟନ୍ତି ଶ୍ରୀମତୀ ଶାନ୍ତିଲତା ରଥ।ତାଙ୍କର ନିଷ୍ଠାପର ଶିକ୍ଷାଦାନ ଓ କର୍ମଶୈଳୀ ସମେତ ଉତ୍ତମ ସୁସମ୍ପର୍କ ବ୍ୟବହାର ଯୋଗୁଁ ସହକର୍ମୀ,ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଠାରୁ ବିଭାଗୀୟ ଅଧିକାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ସବୁଠି ତାଙ୍କର ଅନେକ ଆଦର ସମ୍ନାନ।ଆଉ ସବୁଠୁ ବଡ କଥା ଯେ ତାଙ୍କ ଚାକିରି କାର୍ଯ୍ୟକାଳ ମାତ୍ର ଦୁଇଟି ଜାଗାରେ ଅତିବାହିତ କରିଛନ୍ତି।ତେବେ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ନତଡା କଳାପାଟ ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବାବେଳେ ଗୁରୁବାରଠାରୁ ଶ୍ରୀମତୀ ରଥ ଅବସର ଗ୍ରହଣ କରିଛନ୍ତି।ଏହି ଅବସରରେ ବିଦ୍ୟାଳୟ ସମେତ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଳକ ଶିକ୍ଷାଧିକାରୀଙ୍କ ପକ୍ଷରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।୩୪ବର୍ଷ ଶିକ୍ଷକତା ଜୀବନ କାଳ ମଧ୍ୟରେ ଅନେକ ଛାତ୍ରଛାତ୍ରୀଙ୍କୁ ଗଢି ତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ତାଙ୍କ ଉତ୍ତମ ବ୍ୟବହାର ଓ ନିଷ୍ଠାପର ଶିକ୍ଷାଦାନ ଯୋଗୁଁ ଛାତ୍ରଛାତ୍ରୀ ସମେତ ସହକର୍ମୀ ମାନଙ୍କୁ ପ୍ରଭାବିତ କରିଥିବା ନେଇ ଶିକ୍ଷକ ମାନେ ପ୍ରକାଶ କରିଛନ୍ତି। ଶ୍ରୀମତୀ ରଥ ଶିକ୍ଷକତା ବ୍ୟତୀତ ବହୁ କାବ୍ୟ କବିତା ଓ ଗଳ୍ପ ବହି ରଚନା କରି ଜଣେ ସାହିତ୍ୟିକା ଭାବେ ବେଶ ସୁନାମ ଅର୍ଜନ କରିପାରିଛନ୍ତି।ସେ ରାଜ୍ୟ ସରକାରଙ୍କ ପୂର୍ଣ୍ଣକାଳୀନ ପେନସନ ଉପଭୋକ୍ତା ଭାବେ ପ୍ରଥମ ଶିକ୍ଷକ ଅଟନ୍ତି ବୋଲି ଶ୍ରୀମତୀ ରଥ ପ୍ରକାଶ କରିଛନ୍ତି।ସେଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। Advertisement
୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ – ଚାଳକ ଗରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ପୁରୁଣା ଫାୟାରଷ୍ଟେସନ ନିକଟ ନର୍ସରି ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଥିବା ବେଳେ ଏହାର ଚାଳକ ଗୁରୁତର…
ବଜ୍ରପାତରେ ଚାଷୀ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମପଞ୍ଚାୟତର ଚାକୁଣ୍ଡାମୁଣ୍ଡା ସାହିରେ ବୁଧବାର ଅପରାହ୍ନ ୫ଟା ବେଳେ ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି ।…
ସ୍ୱାସ୍ଥ୍ୟ ଠିକା କର୍ମଚାରୀ କରିବେ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ସଦଭାବନା ଗୃହ ଠାରେ ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରି ସଂଘ ଅନୁଗୁଳ ଶାଖାର ସାଧାରଣ ପରିଷଦ ବୈଠକ…