ମୁଖ୍ୟ ଖବର ବକେୟା ବିଲ ପାଇଁ ବ୍ଲାକ ଡାଇମଣ୍ଡ ବିଦ୍ୟୁତ କାଟିଲା ବିଭାଗ – ରାଗରେ ଅଫିସ ପହଞ୍ଚିଗଲେ ଅତିରିକ୍ତ ଜିଲ୍ଲାପାଳ Angul OnlineMarch 7, 2024March 7, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ନବ ନିର୍ମିତ ୱାରଲଡ଼ କ୍ଳାସ ଲାଇବ୍ରେରି ବ୍ଲାକ ଡାଇମଣ୍ଡ ଉଦଘାଟନର କେଇଟା ମାସ ଯାଇନି , ହେଲେ ପରିଚାଳନା ଗତ ତ୍ରୁଟି ଦେଖା ଦେଲାଣି । ଏପରିକି ଆଜି ଏଭଳି ସମସ୍ୟା ଦେଖା ଦେଇଥିଲା ଯାହା ପ୍ରଶାସନକୁ ସାଧାରଣରେ ଲୋକହସା ହେବାକୁ ପଡିଛି । ମାସ କେଇଟା ଯାଇ ନଥିବା ବେଳେ ବିଦ୍ୟୁତ ବିଲ ବକେୟା ରହିଥିବାରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରି ଦେଇଥିଲା । ଯାହା ଆଜି ସହରରେ ଆଲୋଚନାର ବିଷୟ ପାଲଟିଛି । ସୂଚନା ଅନୁସାରେ ଅନୁଗୁଳ ହରିମୌରି ଛକ ନିକଟରେ ଗତ ଡିସେମ୍ବର ମାସ ୮ ତାରିଖରେ ୱାରଲଡ଼ କ୍ଳାସ ଲାଇବ୍ରେରି ତଥା ମ୍ୟୁଜିଅମ ଉଦଘାଟନ ହୋଇଥିଲା । ଯେଉଁଥିରେ ୬୬୬ କିଲୋ ଭୋଲଟର ବିଦ୍ୟୁତ ସଂଯୋଗ ନିଆ ଯାଇଥିଲା । ତେବେ ଉଦଘାଟନ ପରଠାରୁ ଏହାର ବିଦ୍ୟୁତ ବିଲ ସଠିକ ଭାବରେ ପୈଠ କରାଯାଉନାହିଁ । ଯାହା ଫଳରେ ମାତ୍ର ୩ ମାସରେ ବିଦ୍ୟୁତ ବିଲ ବଢି ୧୯ ଲକ୍ଷ ୯୧ ହଜାର ହୋଇଛି । ଯାହା ପୈଠ କରିବାକୁ ବିଦ୍ୟୁତ ବିଭାଗ ପକ୍ଷରୁ ଦାୟିତ୍ୱରେ ଥିବା ନିଜାରତ ବିଭାଗକୁ ବାରମ୍ବାର ଚିଠି ହୋଇଥିଲା । ତେବେ ଏହି ବାବଦକୁ ପ୍ରଶାସନ ପାଖରେ ପାଣ୍ଠି ଥିବା ସତ୍ୱେ ଅବହେଳା କରି ନିଜାରତ ବିଭାଗ ବିଲ ପୈଠ କରୁ ନଥିଲା । ଯାହା ଫଳରେ ବିଦ୍ୟୁତ ବିଭାଗ ତାଗିଦ କରିବା ସହ ବିଦ୍ୟୁତ ସଂଯୋଗ କାଟି ଦେବା ପାଇଁ ନୋଟିସ ମଧ୍ୟ ବାରମ୍ବାର କରିଥିଲା । ତେବେ ଏହା ସତ୍ୱେ ନିଜାରତ ବିଭାଗ ଖାମାଖିଆଲ ମନୋଭାବ ଦେଖାଇ ଟଙ୍କାଟିଏ ମଧ୍ୟ ବିଲ ପୈଠ କରି ନଥିଲା। ଫଳ ସ୍ୱରୂପ ଉଚ୍ଚ ଅଧିକାରୀଙ୍କ ନିର୍ଦେଶରେ ଆଜି ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ କାଟିବାକୁ ଯାଇଥିଲା । ତେବେ ସେଠାରେ ଥିବା ସୁରକ୍ଷାକର୍ମୀ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଭିତରକୁ ଛାଡି ନଥିଲେ । ଫଳରେ ସର୍ଟ ଡାଉନ ନେଇ ବିଦ୍ୟୁତ ବିଭାଗ ବାହାର ଖୁଣ୍ଟରୁ ବିଦ୍ୟୁତ ସଂଯୋଗ କାଟି ଦେଇଥିଲେ । ତେବେ ଏଭଳି ନବ ନିର୍ମିତ ମ୍ୟୁଜିଅମରୁ ବିଦ୍ୟୁତ ସଂଯୋଗ କାଟି ଦେବା ନେଇ ସହରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଜିଲା ପ୍ରଶାସନ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲା । ଏଭଳି ହଠାତ ଏତେ ବଡ଼ ଲାଇବ୍ରେରିର ବିଦ୍ୟୁତ ସଂଯୋଗ କାଟି ଦେବାରୁ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ କୁଆଡେ ରାଗି ଯାଇଥିଲେ । ତୁରନ୍ତ ସେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲେ । ଆଉ ନିଜର ଭୁଲ ସ୍ୱୀକାର କରିବା ପରିବର୍ତ୍ତେ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ କୁଆଡେ ପ୍ରବଳ ଝାଡ଼ି ଥିଲେ । ତେବେ ବାରମ୍ବାର ନୋଟିସ ହୋଇଥିବା ଏବଂ ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶରେ ଏଭଳି କରାଯାଇଥିଲା ବୋଲି ବିଦ୍ୟୁତ ବିଭାଗ ଅଧିକାରୀ କହିବା ସହ ପ୍ରମାଣ ଦେଖାଇବା ପରେ ଖୁବ ଶୀଘ୍ର ବିଲ ପୈଠ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ । ଏହା ପରେ ବିଦ୍ୟୁତ ବିଭାଗ ପୁଣି କର୍ମଚାରୀ ପଠାଇ ବିଦ୍ୟୁତ ସଂଯୋଗ ଦେଇଥିଲେ । ତେବେ ବର୍ତ୍ତମାନ ସ୍ଥିତିରେ ଅନେକ ସରକାରୀ ଅନୁଷ୍ଠାନ ସଠିକ ସମୟରେ ବିଲ ପୈଠ କରି ରିବେଟ ପାଇ ସରକାରଙ୍କୁ ଲାଭନ୍ବିତ କରୁଥିବା ବେଳେ ନିଜାରତ ବିଭାଗରେ ଟଙ୍କା ଥିବା ସତ୍ୱେ ବିଲ ପୈଠ ନ କରିବା ଆଉ ବିଦ୍ୟୁତ ସଂଯୋଗ ବିଛିନ୍ନ ହେବା ଯୋଗୁଁ ହୀନସ୍ତା ହେବା ଭଳି ପରିସ୍ଥିତି ଉପୁଜିବାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ସହରବାସୀ । Advertisement
ବିଦ୍ୟୁତ ଆଘାତରେ ଶ୍ରମିକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ପଶ୍ଚିମବଙ୍ଗରୁ ଆସି କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗ…
ଦୁର୍ଘଟଣାରେ ବାପା ମୃତ , ଝିଅ ଗୁରୁତର ଅନୁଗୁଳ – ଅନୁଗୁଳ ଥାନା ତୁରଙ୍ଗ ନିକଟ ୫୫ ନଂ ଜାତୀୟ ରାଜପଥରେ ବୁଧବାର ସକାଳେ ଏକ ଟ୍ୟାଙ୍କର ଧକ୍କାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ…
ଅବନୀକାନ୍ତ ସାହୁ ହେଲେ ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡ଼ା) ଅଧ୍ୟକ୍ଷ ଅନୁଗୁଳ – ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡ଼ା) ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁଙ୍କୁ ଚୟନ ହୋଇଛନ୍ତି । ପୂର୍ବତନ ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ଦାୟିତ୍ୱ ସରିବା ପରେ…