ଅନଲାଇନ ଏକ୍ସକ୍ଲୁସିଭମୁଖ୍ୟ ଖବର ଜାଲ ପ୍ରମାଣପତ୍ର ଦେଇ ପିଇଟି ଶିକ୍ଷକ – ୧୦ ଜଣଙ୍କ ନାମରେ ଅଭିଯୋଗ କଲେ ଜିଲ୍ଲା ଶିକ୍ଷାଧିକାରୀ Angul OnlineJuly 7, 2022July 7, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ । ଅନୁଗୁଳ ମଡେଲ୍ ପୁଲିସ୍ ଷ୍ଟେସନରେ କରିଥିବା ଅଭିଯୋଗ ଅନୁସାରେ , ପଞ୍ଚାୟତ ହାଇସ୍କୁଲ୍, ବରପଦାରେ କାର୍ଯ୍ୟରତ ମହେଶ୍ୱର ସାହୁ, ସଂସାମରା ସରକାରୀ ଅପ ଗ୍ରେଡେଡ ଉଚ୍ଚ ବିଦ୍ୟାଳୟର ଜ୍ୟୋତ୍ସ୍ନା ବିଶ୍ଵାଳ , ନାକଚି ମାହେଶ୍ଵରୀ ଉଚ୍ଚ ବିଦ୍ୟାଳୟର ପ୍ରିୟମ୍ବଦା ଦେହୁରି , ନାମପଶି ସରକାରୀ ଅପ ଗ୍ରେଡେଡ ଉଚ୍ଚ ବିଦ୍ୟାଳୟର ସୁନୀଲ କୁମାର ଦେହୁରି , ବଳରାମପ୍ରସାଦ ଉଚ୍ଚ ବିଦ୍ୟାଳୟର ସୁପ୍ରଭା ସାହୁ , ବଲଙ୍ଗ ସରକାରୀ ଅପ ଗ୍ରେଡେଡ ଉଚ୍ଚ ବିଦ୍ୟାଳୟର ସୁନୀଲ କୁମାର ନାଏକ , ଗୋଡିବନ୍ଧ ଉଚ୍ଚ ବିଦ୍ୟାଳୟର ରିନା ସ୍ଵାଇଁ , ମାଣିକଯୋଡି ସରକାରୀ ଅପ ଗ୍ରେଡେଡ ଉଚ୍ଚ ବିଦ୍ୟାଳୟର କମଲ କୁମାର ଦେହୁରୀ , ଗଡମଣ୍ଡଳ ଉଚ୍ଚ ବିଦ୍ୟାଳୟର ମନୋଜ ବେହେରା , ସମଲ ବ୍ୟାରେଜ ଉଚ୍ଚ ବିଦ୍ୟାଳୟର ଶୁଭ୍ରକାନ୍ତ ବେହେରା ଚାକିରି କରିବା ପାଇଁ ଜାଲ ପ୍ରମାଣପତ୍ର ଦେଇଛନ୍ତି । ମହେଶ୍ୱର ସାହୁ, ଜ୍ୟୋତ୍ସ୍ନା ବିଶ୍ଵାଳ , ପ୍ରିୟମ୍ବଦା ଦେହୁରି , ସୁନୀଲ କୁମାର ଦେହୁରି , ସୁପ୍ରଭା ସାହୁ , ସୁନୀଲ କୁମାର ନାଏକ , ରିନା ସ୍ଵାଇଁ , କମଲ କୁମାର ଦେହୁରୀ କଟକ ତିଗିରିଆର ପ୍ରଶନ୍ନମଣି କଲେଜ ଅଫ ଫିଜିକାଲ ଏଜୁକେସନରୁ ସିପିଇଡ଼ି ପାସ କରିଥିବା ଦାବି କରୁଥିବା ବେଳେ ମନୋଜ ବେହେରା ଓ ଶୁଭ୍ରକାନ୍ତ ବେହେରା , ବାଲିଆପାଳ କଲେଜ ଅଫ ଫିଜିକାଲ ଏଜୁକେସନ ସଂସ୍ଥାରୁ ସିପିଇଡ଼ି ପାସ କରିଥିବାର ସାର୍ଟିଫିକେଟ ପ୍ରଦାନ କରିଥିଲେ । ତେବେ ଉଭୟ ସଂସ୍ଥାର ଅଧ୍ୟକ୍ଷଙ୍କ ଠାରୁ ରିପୋର୍ଟ ପାଇବା ପରେ ଏହି ୧୦ ଜଣ ପିଇଟି ଶିକ୍ଷକ ଜାଲ ପ୍ରମାଣପତ୍ର ଦେଇଥିବା ଜଣା ପଡିଥିଲା । ଏହା ଜଣା ପଡିବା ପରେ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ଅନୁଗୁଳ ମଡେଲ୍ ପୁଲିସ୍ ଷ୍ଟେସନରେ ଲିଖିତ ଅଭିଯୋଗ କରି ଏମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣା ପାଇଁ ଲେଖିଛନ୍ତି । ପୁଲିସ କେସ ନମ୍ବର ୩୬୭ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
ଖବର ପରେ ଚେତିଲା ପ୍ରଶାସନ – ବେକରି ଫ୍ୟାକ୍ଟେରିରେ ଚଢାଉ କରି ତାରିଖ ଲେଖିବାକୁ କଲା ତାଗିଦ ଅନୁଗୁଳ – ଆଜି ଅନୁଗୁଳ ଜିଲ୍ଲାର ବିଭିନ୍ନ ବେକରି ଫ୍ୟାକ୍ଟେରି ଗୁଡିକରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଗତକାଲି ଅନୁଗୁଳ ଅନଲାଇନରେ “ବ୍ରେଡ୍ରେ ଲେଖାହେଉନି…
ବୃଦ୍ଧା ମା’କୁ ମାଡ ମାରୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ – ଭିଡିଓ ଭାଇରାଲ ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ବୃଦ୍ଧା ମାଙ୍କୁ ମାଡ ମାରୁଛି ଶିକ୍ଷିତ ପୁଅ । ଯେ କି ପେସାରେ ଜଣେ…
ଆଠମଲ୍ଲିକରେ ଖୋଲିବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ପରିଷଦର ବାର୍ଷିକ ଅନୁଦାନକୁ…