ଅନୁଗୁଳ ଡାଇରିମୁଖ୍ୟ ଖବର ଅନ୍ଧବିଶ୍ଵାସର ଅନ୍ତ – ଶହ ଶହ ବର୍ଷ ପରେ ଗାଁରେ ପଡିଲା ପ୍ରଥମ ଛାତ Angul OnlineFebruary 13, 2021February 13, 2021 ଆଠମଲ୍ଲିକ – ଛାତ ଘର ତିଆରି କଲେ ଗାଁ କୁ ବିପଦ ମାଡି ଆସିବ । ଗାଁ ଠାକୁରାଣୀ କୋପ କରିବେ ଏବଂ ଲୋକଙ୍କର ଅନିଷ୍ଟ ହେବ । ଏଭଳି ଅନ୍ଧବିଶ୍ଵାସ ଭିତରେ ଶହ ଶହ ବର୍ଷ ହେବ ଗାଁରେ ଛାତ ଘରଟିଏ ନିର୍ମାଣ ହୋଇ ନଥିଲା । ଛାତଘର ନିର୍ମାଣ ତ ଦୂରର କଥା , ପଟା ଓ ମାଟି ପକାଇ ଆଟୁଘର ର୍ନିମାଣ ମଧ୍ୟ କରୁ ନଥିଲେ ଗ୍ରାମବାସୀ । ତେବେ ଏହି ଅନ୍ଧବିଶ୍ଵାସର ଅନ୍ତ ଘଟିଛି । ପ୍ରଶାସନ ସହଯୋଗରେ କୋଠଘର ଛାତ ପକାଯାଇଛି । ଯାହାକି ପ୍ରାୟ ଦୁଇଶହ ବର୍ଷ ପରେ ଏଭଳି ଛାତଘର ଗାଁରେ ନିର୍ମାଣ ହୋଇଛି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ବେଲାଦୁଲା ଗାଁରେ ପ୍ରଥମଥର ଲାଗି ଛାତଘର ନିର୍ମାଣ ହୋଇଛି । ପ୍ରଶାସନର ଉଦ୍ୟମରେ ଲୋକଙ୍କ ମନରୁ ଅନ୍ଧ ବିଶ୍ଵାସ ଦୂର କରିବା ସହ ଗାଁ କୋଠଘର ଛାତ ପକା ଯାଇଛି । ଗାଁ ରେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଛାତ ଘର ନ ଥିଲା । ଘରେ ଛାତ ପକାଇଲେ ଗାଁକୁ ବିପଦ ବୋଲି ଶହଶହ ବର୍ଷ ଧରି ଗ୍ରାମବାସୀ ଅନ୍ଧବିଶ୍ଵାସରେ ରହିଆସୁଥିଲେ । କନ୍ଧପଡ଼ା ନାଳ ଓ ମହାନଦୀର ମିଶ୍ରଣ ସ୍ଥଳରେ ଥିବା ମା ମାଉଳି ଠାକୁରାଣୀ କାଳେ କୋପ କରିବେ ସେଥିପାଇଁ ବେଲାଦୁଲାର ବଡ଼ସାହି, ସାନସାହି ଓ ସୁଦସାହିର ଲୋକମାନେ ଘରେ ଛାତ ପକାଉ ନ ଥିଲେ । ଏପରିକି କୌଣସି ସରକାରୀ ସ୍କୁଲ , ଅଙ୍ଗନବାଡି କେନ୍ଦ୍ର , କୋଠଘର , ଆବାସ ଗୃହର ମଧ୍ୟ ଛାତ ପଡି ପାରୁ ନ ଥିଲା । ଫଳରେ ସମସ୍ତ ସରକାରୀ ଯୋଜନାରୁ ଗ୍ରାମବାସୀ ବାଦ ପଡୁଥିଲେ । ଅନେକ ବୁଝାସୁଝା ପରେ ଶେଷରେ କନ୍ଧପଡ଼ା ପଞ୍ଚାୟତ ଅନୁଦାନ ଅର୍ଥରୁ ବେଲାଦୁଲା ଗାଁର ବଡ଼ସାହିରେ ଏକ କୋଠଘର ନିର୍ମାଣ ପାଇଁ ଗ୍ରାମବାସୀଙ୍କୁ ରାଜି କରାଇଥିଲେ । ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଘର ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଆଉ ଶେଷରେ ଗାଁରେ ଗ୍ରାମବାସୀଙ୍କ ସହଯୋଗରେ କୋଠଘର ଛାତ ପକାଯାଇଛି । ଗ୍ରାମବାସୀ ଏକାଠି ହୋଇ ଗାଁରେ ପୂଜାପାଠ କରିବା ପରେ ଏହି ଛାତପକା କାମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟ ବେଳେ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ , କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ବେହେରା , ସୁରେଶ ରଥ ପ୍ରମୁଖ ଉପସ୍ଥିତ ରହି ଛାତ କାର୍ଯ୍ୟ ତଦାରଖ କରିଥିଲେ । ପ୍ରଥମଥର ପାଇଁ ଛାତଘର ନିର୍ମାଣ ହେଉଥିବା ଯୋଗୁଁ ଗ୍ରାମବାସୀଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା । Advertisement
ସୁନ୍ଦରୀର ଘରବାହୁଡ଼ା – ଯନ୍ତାରେ ଧରା ନ ଦେବାରୁ କରାଗଲା ଟ୍ରାଙ୍କୁଲାଇଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଦୀର୍ଘ ୩ ବର୍ଷ ହେବ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ…
ଅନୁଗୁଳ ପ୍ରଶାସନିକ ଅଧିକାରୀଙ୍କ ଗଞ୍ଜାମ ପ୍ରୀତି ଅନୁଗୁଳ: ଅନୁଗୁଳ ପ୍ରଶାସନିକ ଅଧିକାରୀଙ୍କ ଗଞ୍ଜାମ ପ୍ରୀତି ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଉନ୍ନୟନ…
ମହିଳା ଶିଶୁ ବିକାଶ ବିଭାଗର କାର୍ଯ୍ୟର ସମୀକ୍ଷା କଲେ ଗୃହ କମିଟି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କିଭଳି ଚାଲିଛି ମହିଳା ଶିଶୁ ବିକାଶ ବିଭାଗର କାର୍ଯ୍ୟ ତାର ସମୀକ୍ଷା କରିଛି ଓଡ଼ିଶା ବିଧାନସଭା ଗୃହ କମିଟି । ଓଡିଆ…