ଅପରାଧ ଅଟୋ ମାଲିକଙ୍କୁ ମାଡ ମାରି ଟଙ୍କା ଲୁଟ୍ Angul OnlineFebruary 18, 2021February 18, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ ରୋଡ଼ରେ ଜଣେ ଅଟୋ ମାଲିକଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରି ୫୦ହଜାର ଟଙ୍କା ଲୁଟିବା ସହ ମୋବାଇଲ ଛଡ଼ାଇ ନେଇଥିବାର ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ତାଳଚେର ସଦର ଥାନା ଅନ୍ତର୍ଗତ କଙ୍କିଳି ନୂଆସାହି ଗ୍ରାମର ରବି ନାରାୟଣ ପ୍ରଧାନ ନିଜର ଅଟୋ (ନଂ-ଓଡି ୩୫-୮୦୫୪)ଯୋଗେ ତାଳଚେର ସହରର ଜଣେ କୁକୁଡ଼ା ବ୍ୟବସାୟୀଙ୍କୁ ଟଙ୍କା ଦେବା ପାଇଁ ଆସୁଥିଲେ । ତେବେ ସକାଳ ପ୍ରାୟ ୮.୩୦ ମିନିଟ୍ ସମୟରେ ରେମୁଆଁ ନିକଟସ୍ଥ ଲିଙ୍ଗରାଜ ରୋଡ଼ଠାରେ ୬ଜଣ ଦୁର୍ବୃତ୍ତ ଅଟୋକୁ ଅଟକାଇ ରବିଙ୍କୁ ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଏହାପରେ ଘଟଣା ସ୍ଥଳରେ ରବି ଅଚେତ ହୋଇପଡ଼ିବା ପରେ ତାଙ୍କ ଗାଡ଼ିରୁ ୫୦ ହଜାର ଟଙ୍କା ସହ ଏକ ଆଣ୍ଡ୍ରଏଡ଼ ଫୋନ୍ ମଧ୍ୟ ନେଇ ଯାଇଥିଲେ । ସ୍ଥାନୀୟ ଲୋକେ ଏ ସମ୍ପର୍କରେ ପୁଲିସକୁ ଖବର ଦେବାପରେ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରବିଙ୍କୁ ଉଦ୍ଧାର କରିବା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପରେ ଏ ସମ୍ପର୍କରେ ରବି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି । ଆଉ ଖୁବ୍ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ସଦର ଆଇଆଇସି ସତ୍ୟବ୍ରତ ରାଉତ ପ୍ରକାଶ କରିଛନ୍ତି । Advertisement
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାରଙ୍କୁ କାରାଦଣ୍ଡ ଅନୁଗୁଳ – ଟ୍ୟୁସନ ସାରଙ୍କୁ ୨୦ବର୍ଷ କାରାଦଣ୍ଡ । ଟ୍ୟୁସନ ଆସୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ସାରଙ୍କୁ ଦଣ୍ଡ ଶୁଣାଇଲେ ଅନୁଗୁଳ ଅତିରିକ୍ତ ଜିଲ୍ଲା…
ଚାକିରି ନାଁରେ ଠକେଇ ମାମଲା – ମାଷ୍ଟରମାଇଣ୍ଡ ବାପ ସହ ପୁଅ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ଚାଇଁପାଳ ଗାଁର ପରମାନନ୍ଦ ବେହେରା…
ମୋବାଇଲ ଚୋରକୁ ନିର୍ଘାତ ମାଡ ଅନୁଗୁଳ – ଅନୁଗୁଳ ସରକାରୀ ଡାକ୍ତରଖାନାରେ ମାତିଛନ୍ତି ଲୁଟେରା । ସୁଯୋଗ ଦେଖି ରୋଗୀ ତଥା ସମ୍ପର୍କୀୟଙ୍କ ମୋବାଇଲ, ମନୀପର୍ସ ଆଦି ମୂଲ୍ୟବାନ ସାମଗ୍ରୀ ଲୁଟି ନେଉଛନ୍ତି…