ମନୋରଞ୍ଜନ ଦର୍ଶକଙ୍କୁ ବିମୋହିତ କଲା ନାଟକ ବ୍ରହ୍ମ ବିବାଦ ବିସମ୍ବାଦ Angul OnlineJanuary 17, 2024January 17, 2024 ଅନୁଗୁଳ – ଅନୁଗୁଳର ଅଗ୍ରଣୀ ଅନୁଷ୍ଠାନ ନାଟ୍ଯମ ପକ୍ଷରୁ ଶ୍ରୀ ଜଗନ୍ନାଥ ତତ୍ତ୍ଵ ଉପରେ ଆଧାରିତ ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ମଞ୍ଚସ୍ଥ ହୋଇଯାଇଛି । ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଆଜି କାର୍ଯ୍ଯକ୍ରମକୁ ଉଦ୍ଘାଟନ କରି ଜଗନ୍ନାଥ ଦର୍ଶନ ଓ ସଂସ୍କୃତି ସୁଦୂର ପ୍ରସାରି ବୋଲି କହିଥିଲେ । ୩୫ ରୁ ଅଧିକ କଳାକାରଙ୍କୁ ନେଇ ଏହି ନାଟକ ଦର୍ଶକଙ୍କୁ ବେଶ୍ ବାନ୍ଧି ରଖିଥିଲା । ନାଟକରେ ଜଗନ୍ନାଥଙ୍କ ଅପାର ମହିମା ଠାରୁ ଆରମ୍ଭ କରି ବ୍ରହ୍ମ ବିବାଦ ଯାଏ ସବୁ କଥା ପ୍ରଦର୍ଶିତ ହୋଇ ଥିଲା । ଜଣେ ଭକ୍ତକୁ ପ୍ରଭୁ ସିଧା ସଳଖ ଦର୍ଶନ ନ ଦେଇ କିଭଳି ବାରମ୍ବାର ଧର୍ଯ୍ୟର ପରୀକ୍ଷା କରୁଛନ୍ତି ତାହା ବେଶ୍ ମାର୍ମିକ ରୂପେ ପ୍ରଦର୍ଶିତ ହୋଇଥିଲା । ପରୀକ୍ଷା କଲେ ମଧ୍ୟ ଭକ୍ତକୁ ସେ ନିଜର ଅଶେଷ କୃପା ଦାନ କରିଛନ୍ତି ।ଯେଉଁମାନେ ଦ୍ଵନ୍ଦ ସୃଷ୍ଟି କରନ୍ତି ଏବଂ ଯୁଗ ଯୁଗ ତୃଟି ରୁ ଫାଇଦା ଉଠାଇବାକୁ ଚେଷ୍ଟା କରନ୍ତି ତାଙ୍କୁ ପ୍ରଭୁ କିଭଳି ଦଣ୍ଡ ଦେଇଛନ୍ତି ଏବଂ ସେମାନେ କିଭଳି ଦଣ୍ଡକୁ ଗ୍ରହଣ କରୁଛନ୍ତି ତାହାକୁ ନେଇ ନାଟକ ଗତିଶୀଳ ହୋଇଛି । ନାଟକ ଟି ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ସଙ୍ଗୀତ ନାଟକ ଏକାଡେମୀ ଆନୁକୁଲ୍ୟରେରେ ପ୍ରଦର୍ଶିତ ହୋଇଥିଲା । ନାଟକଟିକୁ ନବୀନ କୁମାର୍ ପରିଡ଼ା ରଚନା କରିଥିବା ବେଳେ ସୁଧାଂଶୁ ମୋହନ ଦ୍ବିବେଦୀ ନିର୍ଦ୍ଦେଶନା ଦେଇଥିଲେ । Advertisement
ମିସେସ ଇଣ୍ଡିଆ ଆର୍ଥ ପ୍ରତିଯୋଗିତାରେ ରୂପାଲିଙ୍କ ସଫଳତା ତାଳଚେର – ଅନୁଗୁଳ ତାଳଚେରରେ ଜନ୍ମିତ ଓଡିଆ ଝିଅ ରୂପାଲି ଶ ମିସେସ ଇଣ୍ଡିଆ ଆର୍ଥ ପ୍ରତିଯୋଗିତାରେ ଭାଗ ନେଇ ଦ୍ଵିତୀୟ ହେବା ସହ ମିସେସ ଚାର୍ମିଙ୍ଗ…
ଜିଲ୍ଲା ମହୋତ୍ସବ ପାଇଁ ମଶାଲ ଯାତ୍ରା ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ଜିଲ୍ଲା ପ୍ରଶାସନ ସଜବାଜ ହେଲାଣି । ଆଉ ମାତ୍ର ୮ ଦିନ ପରେ ନାଚଗୀତ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ…
ଚଳଚ୍ଚିତ୍ର ଦେଖିଲେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀ ଅନୁଗୁଳ – ଓଡ଼ିଆ ସିନେମା ଶିଳ୍ପରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଫିଲ୍ମ ଦମନ । ସିନେମା ହଲରୁ ଦର୍ଶକ ମୁହଁ ଫେରାଉଥିବାବେଳେ ଏହି ଫିଲ୍ମ ଓଡିଶାରେ…