ମୁଖ୍ୟ ଖବର କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକିନେଲେ ସଂଘ ସଭାନେତ୍ରୀ Angul OnlineSeptember 6, 2023September 6, 2023 ଅନୁଗୁଳ – କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକିନେଲେ ମହିଳା ସଂଘର ସଭାନେତ୍ରୀ । ଲୋକଙ୍କ ଦସ୍ତଖତ ବଦଳରେ ଟିପ ଚିହ୍ନ ଦେଇ ହେଉ ଅବା ଝିଅର ଉଚ୍ଚ ଶିକ୍ଷା ବାହାନାରେ ଧାର କହି ବିଭିନ୍ନ ମହିଳା ସଂଘ ଏବଂ ମହିଳା ମାନଙ୍କଠାରୁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ କେନ୍ଦ୍ରାପଡା ଅଞ୍ଚଳର ମମତା ସ୍ୱାଇଁ ନାମକ ଜଣେ ମହିଳା ଗତ କିଛି ବର୍ଷ ହେଲା ଅନୁଗୁଳ ଶିମିଳିପଡା ଅଂଚଳରେ ରହୁଥିବା ବେଳେ ବିଭିନ୍ନ ମହିଳା ସଂଘର ସଦସ୍ୟ ହୋଇଥିଲେ । ଏପରିକି କିଛି ବର୍ଷ ପରେ ସଂଘର ସଭାନେତ୍ରୀ ମଧ୍ୟ ହୋଇ ଯାଇଥିଲେ । ସଭାନେତ୍ରୀ ଯୋଗୁଁ ତାଙ୍କ ଉପରେ ମହିଳା ମାନଙ୍କ ବିଶ୍ୱାସ ଭରସା ମଧ୍ୟ ଥିଲା । ଏଣୁ ତାଙ୍କ ଜରିଆରେ ଟଙ୍କା ଦେଣ ନେଣ ମଧ୍ୟ କରୁଥିଲେ । ଉକ୍ତ ସଭାନେତ୍ରୀ ମମତା ନିଜ ଝିଅ ଉଚ୍ଚ ଶିକ୍ଷା କରିବ , ଏଥିପାଇଁ ଟଙ୍କାର ଆବଶ୍ୟକତା ରହିଛି କହି ମହିଳା ମାନଙ୍କ ଠାରୁ ମୋଟା ଅଙ୍କର ଧାର ନେଇଥିଲେ । ଏହି ଧାର ଟଙ୍କା ମାଗିବାରୁ ମହିଳା ଜଣଙ୍କ ଅନୁଗୁଳ ଛାଡି ଫେରାର ହୋଇ ଯାଇଥିଲେ । ଏହା ଜାଣି ମହିଳାଙ୍କ ଚିନ୍ତା ବଢି ଯାଇଥିଲା । ଖୋଳତାଡ଼ କରିବା ପରେ ତାଙ୍କ ନାମ ଓ ସଂଘ ନାମକୁ ବ୍ୟବହାର କରି ଉକ୍ତ ମହିଳା ଜଣଙ୍କ ବ୍ୟାଙ୍କରୁ ମଧ୍ୟ ଟଙ୍କା ଉଠାଇ ନେଇଥିବା ମହିଳା ମାନେ ଅଭିଯୋଗ କରିଛନ୍ତି । ମହିଳା ମାନଙ୍କ କହିବା କଥା ସେମାନେ ସବୁ ଶିକ୍ଷିତ ଆଉ ଦସ୍ତଖତ କରି ଜାଣିଥିବା ବେଳେ ଟିପ ଚିହ୍ନ ଦେଇ ଟଙ୍କା ଉଠାଇ ନିଆ ଯାଇଛି । ସଭାନେତ୍ରୀ ମମତା ହିଁ ଏହି ଟଙ୍କା ଠକି ନେଇ ଯାଇଥିବା ଅନୁଗୁଳ ଥାନାରେ ଅଭିଯୋଗ କରିଥିବା ବେଳେ ଅନେକ ସଂଘ ଓ ମହିଳାଙ୍କ ଠାରୁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ସେମାନେ କହିଛନ୍ତି । ଅନୁଗୁଳ ଶିମିଳିପଡାର କିଛି ମହିଳା ସଂଘ ବୁଧବାର ଏ ନେଇ ଅନୁଗୁଳ ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ । ତେବେ ପୁଲିସ ବ୍ୟାଙ୍କ ସମ୍ବନ୍ଧୀୟ କାଗଜପତ୍ର ଏବଂ ଟଙ୍କା ଦେଇଥିବାର ପ୍ରମାଣ ନଥିବାରୁ ଏ ସବୁ ଆଣିବାକୁ କହି ଥିବା ଜଣା ପଡ଼ିଛି । Advertisement
ଜିଲ୍ଲା ପୋଲିସରେ ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଏସ॰ଆଇ॰ ଓ ଏ॰ଏସ॰ଆଇ॰ ସ୍ତରରେ ଅଦଳବଦଳ କରା ଯାଇଛି । ଅନୁଗୁଳ ଏସ॰ପି॰ ଜଗମୋହନ ମୀନାଙ୍କ ନିର୍ଦେଶକ୍ରମେ ଜିଲ୍ଲାର ୧୫…
ରାସ୍ତା କଡରେ ପଡିଛି ଦୁଇ ଶିଶୁଙ୍କ ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଧରପୁର ରାସ୍ତା କଡରୁ ଦୁଇଟି ନବଜାତକ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ରାସ୍ତା କଡରେ ଏହି ନବାଜାତକଙ୍କ ମୃତଦେହ ଗୁଡିକ…
ସରପଞ୍ଚ ହରାଇଲେ ପଦ – ସମସ୍ତ ୱାର୍ଡ ମେମ୍ବର ଆଣିଲେ ଅନାସ୍ଥା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ କୁଶକିଳା ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ସାହୁ ଅନାସ୍ଥା ଭୋଟ୍ ପରେ ନିଜ ପଦ ହରାଇଛନ୍ତି ।…