ସମସ୍ୟା ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ Angul OnlineApril 4, 2023April 4, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଦୁର୍ଗାପୁରୁ ଗ୍ରାମର ବନଦୁର୍ଗାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣା ଦେଇଛନ୍ତି । ଉକ୍ତ ବିଦ୍ୟାଳୟରେ ଦୀର୍ଘ ଦିନହେବ ଜଣେ ଶିକ୍ଷୟିତ୍ରୀ ଥିବା ବେଳେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରି ବିଦ୍ୟାଳୟରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ସୂଚନା ଅନୁସାରେ , ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ଜଣେ ମାତ୍ର ଶିକ୍ଷୟତ୍ରୀ ପାଠ ପଢୁଛନ୍ତି । ଫଳରେ ଶିକ୍ଷୟିତ୍ରୀ ଜଣକ ଛୁଟିରେ କିମ୍ବା ଅଫିସ କାମରେ ଗଲେ ଅନ୍ୟ ବିଦ୍ୟାଳୟରୁ ଜଣେ ଶିକ୍ଷକ ଆସି ବିଦ୍ୟାଳୟକୁ ଜଗି ରହିଥାନ୍ତି । ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାଘାତ ହେଉଥିବାରୁ ଅଭିଭାବକ ମାନେ ଏକ ମାସ ହେବ ଶିକ୍ଷକ ନିଯୁକ୍ତି ପାଇଁ ଛେଣ୍ଡିପଦା ଶିକ୍ଷାଅଧିକାରିଣୀ ଓ ଜିଲାପାଳଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ହୋଇନଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ତାଲା ପକାଇ ଧାରଣାରେ ବସିଛନ୍ତି । ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଛାତ୍ରୀଛାତ୍ର ,ଅଭିଭାବକ ମାନେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ପରିଚାଳନା କମିଟି ସଭାପତି ରାଜେଶ ଶତପଥୀ ପ୍ରକାଶ କରିଛନ୍ତି । Advertisement
ସହରରେ ସଫେଇ ହେଉଛି କେମିତି ? – ଦେଖନ୍ତୁ ଭିଡିଓ ଅନୁଗୁଳ – ଅନୁଗୁଳ ସହରର ପରିମଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିଲେ ମଧ୍ୟ ସୁଧୁରିବାରେ ନା ନେଊ ନାହିଁ । ବିଭିନ୍ନ ପ୍ରକାରର ଯୋଜନା…
ଏଟିଏମ ଥାଇ ଟଙ୍କା ପାଇଁ ଦହଗଞ୍ଜ ଅଞ୍ଚଳବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା କୋଶଳା ସେହି ଅଞ୍ଚଳର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ । ଦୈନିକ ଶହ ଶହ ଲୋକ ଏଠାକୁ ବିଭିନ୍ନ କାମ ନେଇ ଆସିଥାନ୍ତି…
ଜବରଦଖଲ ଉଚ୍ଛେଦ – ବ୍ୟବସାୟୀ ମହଲରେ ଅସନ୍ତୋଷ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପାଳିକାର ମୁଖ୍ୟ ବଜାର ତଥା ହାଟତୋଟା ଅଞ୍ଚଳର ରହିଥିବା ବଜାରର ମୁଖ୍ୟ ରାସ୍ତା ଏବେ ଦୋକାନୀ ମାନଙ୍କ ଜବରଦଖଲରେ ବହୁଦିନ…