ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ – ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ

ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ – ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ପୂର୍ବ ଶତ୍ରୁତାରୁ ଗାଁର ଜଣେ ଯୁବକକୁ ଅନ୍ୟ ଜଣେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ଗାଁର ଜିତେନ୍ଦ୍ର ସାହୁ ଓ ପୀତବାସ ସାହୁଙ୍କ ମଧ୍ୟରେ ପୂର୍ବରୁ ଟଙ୍କା ନେଣଦେଣକୁ ନେଇ ଶତ୍ରୁତା ଲାଗି ରହିଥିଲା । ଏହାକୁ ନେଇ ଅନେକ  ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥାଏ । ଗତକାଲି ମଧ୍ୟ ଝଗଡା ହୋଇଥିବା ବେଳେ ଜିତେନ୍ଦ୍ର ମଦ୍ୟପାନ କରି ପିତବାସକୁ ଗାଳି ଗୁଲଜ କରିଥିଲେ । ସେତେବେଳେ ପିତାବାସ ଜିତେନ୍ଦ୍ରଙ୍କୁ ଏଥିରୁ ନିବୃତ୍ତ ରହିବାକୁ କହିବା ପରେ ମଧ୍ୟ ଜିତେନ୍ଦ୍ର ଶୁଣି ନଥିଲା । ତେବେ ଜିତେନ୍ଦ୍ରଙ୍କ  ଉତ୍ତ୍ୟକ୍ତ ହୋଇ ପୀତବାସ ଏକ ଟାଙ୍ଗିଆ ଧରି ଜିତେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ସେ ଜିତେନ୍ଦ୍ରଙ୍କୁ ହାଣୀ ହତ୍ୟା କରିଥିଲେ । ଖବର ପାଇ ରାତିରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପୀତବାସକୁ ପୁଲିସ ଅଟକ ରଖି ତଦନ୍ତ କରୁଥିବା ଜଣା ପଡ଼ିଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply