ମୁଖ୍ୟ ଖବର ଶେଷ ଦିନରେ ୧୩ ଜଣ ଦାଖଲ କଲେ ନାମାଙ୍କନ ପତ୍ର Angul OnlineMay 6, 2024May 6, 2024 ଅନୁଗୁଳ – ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିଥିବାବେଳେ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଅନୁଗୁଳ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରୁ ୧୩ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଛେଣ୍ଡିପଦା ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ଦଳର ନରୋତ୍ତମ ନାଏକ ନାମାଙ୍କନପତ୍ର ଦାଖଲ କରିଥିଲେ । ସେ ତାଙ୍କ ଶତାଧିକ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଉପ-ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେହିଭଳି ଅନୁଗୁଳ ବିଧାନସଭା କ୍ଷେତ୍ର ପାଇଁ ବିଜେଡ଼ିର ସଂଯୁକ୍ତା ସିଂ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ନିଜର ହଜାର ହଜାର ସମର୍ଥକଙ୍କ ସହ ପ୍ରଥମେ ମା ଲୋଭୀ ଠାକୁରାଣୀଙ୍କ ଦର୍ଶନ କରି ମୋଟରସାଇକେଲ ଶୋଭାଯାତ୍ରାରେ ଅନୁଗୁଳ ଆସିଥିଲେ । ଏଠାରେ ମା ବୁଢୀ ଠାକୁରାଣୀ ଓ ଜଗନ୍ନାଥନଅକା ଆଶିଷ ଲାଭ ପରେ ବିରାଟ ଶୋଭାଯାତ୍ରାରେ ଉପ ଜିଲ୍ଲାପାଳଙ୍କ ଅଫିସକୁ ଆସିଥିଲେ । ତାଙ୍କ ସହିତ ଶୋଭାଯାତ୍ରାରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡ଼ିର ସାଂସଦ ପ୍ରାର୍ଥୀ ଅବିନାଶ ସାମଲ, ଅନୁଗୁଳ ଜିଲ୍ଲା ବିଜେଡ଼ି ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ, ବିଧାୟକ ରଜନୀକାନ୍ତ ସିଂହ ସହ ଦଳର ବରିଷ୍ଠ ନେତାଗଣ ସାମିଲ ହୋଇଥିଲେ । ଆଜିର ପ୍ରାର୍ଥୀପତ୍ର ଦାଖଲ ସମୟରେ ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିବାବେଳେ ବିଜେଡି ହିଁ ଏହି ଅଞ୍ଚଳର ବିକାଶ କରିପାରିବ ବୋଲି ଉଭୟ ସାଂସଦ ପ୍ରାର୍ଥୀ ଓ ବିଧାୟିକା ପ୍ରାର୍ଥୀନୀ କହିବା ସହ ଜନସାଧାରଣଙ୍କ ଆଶୀର୍ବାଦ ମାଗିଥିଲେ । ଅନ୍ୟପଟେ ଆଜି ପୁଣି ଅନୁଗୁଳରୁ ଅମ୍ବିକା ଭଟ୍ଟ ଆଉ ଏକ ସେଟ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବାବୁଲା ସାହୁ ସ୍ଵାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପାଲଲହଡାରେ ସ୍ଵାଧୀନ ଭାବେ ଯୁଗଳ କିଶୋର ଜିତ ଓ କଂଗ୍ରେସର ଫକିର ମୋହନ ସାମଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଳଚେରର ପ୍ରଫୁଲ ଆସ କଂଗ୍ରେସ ପକ୍ଷରୁ , ଭୁପେନ ଥମ୍ବ ସ୍ଵାଧୀନ ଭାବେ , ବ୍ରଜ କିଶୋର ପ୍ରଧାନ ବିଜେଡ଼ିରୁ , ଆର କୁମାର ପାଣି ସ୍ଵାଧୀନ ଭାବେ ଓ ବିଜଯ କୁମାର ନାଏକ ଆମ୍ବେଦକର ପାର୍ଟି ଅଫ ଇଣ୍ଡିଆ ରୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଛେଣ୍ଡିପଦା ବିଜେଡି ପକ୍ଷରୁ ସୁଶାନ୍ତ ବେହେରା ମଧ୍ୟ ଆଉ ଏକ ସେଟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେପଟେ ଆଠମଲ୍ଲିକରେ ବିଜେପି ପକ୍ଷରୁ ସଂଜୀବ ସାହୁ ଓ କଂଗ୍ରେସ ପକ୍ଷରୁ ହିଂମାଶୂ ଶେଖର ଚାଉଳିଆ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ଚଳିତ ବର୍ଷ ଜିଲ୍ଲାରେ ୩୪ ଜଣ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ତାଳଚେର ନିର୍ବାଚନ ମଣ୍ଡଳୀରେ ୧୦ ଜଣ , ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ୮ ଜଣ , ଛେଣିପଦା ରେ ୪ ଜଣ ପାଳଲହଡାରେ ୮ ଜଣ ଓ ଆଠମଲ୍ଲିକରେ ୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । Advertisement
୨୪ରେ ପୌର ନିର୍ବାଚନ , ମାର୍ଚ୍ଚ ୨ରୁ ନାମାଙ୍କନ ଭୁବନେଶ୍ୱର – ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହେଲା । ରାଜ୍ୟର ତିନି ମହାନଗର ନିଗମ ସହ ୧୦୬ଟି ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ ।…
ଦୁର୍ଘଟଣାରେ ଡେଲିଭରି ବୟ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନାର ବାଗଡିଆରୁ ନୂଆଗାଁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ।…
ଓଡ଼ିଶା ସିଭିଲ ସର୍ଭିସ ରେଜଲ୍ଟରେ ୬୨ ରାଙ୍କ ରଖିଲେ ଅନୁଗୋଳର ଆଶାଜ୍ଯୋତି ଅନୁଗୋଳ – ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷାରେ ଅନୁଗୋଳ ସହର ଶିମିଳିପଡାର ଆଶାଜ୍ୟୋତି ସାହୁ ୬୨ ରାଙ୍କ ରଖି ସଫଳତା ହାସଲ କରିଛନ୍ତି । ବାପା…