ମୁଖ୍ୟ ଖବର ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ Angul OnlineJune 20, 2023June 20, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ବନ୍ତଳା ବନାଞ୍ଚଳ ଗଡ଼ତରାସ ପଞ୍ଚାୟତ ଅରାଡିହ ଗ୍ରାମର ଅରୁଣ ପଧାନ ନିଜ ବଗିଚାରେ ବାଡ଼ ଦେଉଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ବଡ଼ କନ୍ତକୂଳ ପଂଚାୟତର ସାନକନ୍ତକୂଳ ଗ୍ରାମର ଶ୍ରୀନିବାସ ସାହୁ (୭୦) ଆଜି ଘର ନିକଟକୁ କୌଣସି କାମରେ ଯାଇଥିବା ସମୟରେ ହାତୀ ହାବୁଡ଼ରେ ପଡି ଯାଇଥିଲେ । ଫଳରେ ହାତୀ ତାଙ୍କୁ ଦଳି ଦେଇଥିଲା । ଏହା ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । Advertisement
ସାବତ ମା ପ୍ରରୋଚନାରେ ନାବାଳକକୁ ଚେଙ୍କ ଦେଲା ବାପା ଅନୁଗୁଳ – ସ୍କୁଲ ଗଲା ନାହିଁ ବୋଲି ନାବାଳକକୁ ଚେଙ୍କ । ପୁଣି ସାବତ ମା ପ୍ରବଚନାରେ ପଡି ବାପା ଦେଲା ଚେଙ୍କ । ଏଭଳି ଅଭାବନୀୟ…
ଛେଣ୍ଡିପଦା ହେବ କୋଇଲା ହବ୍ ଅନୁଗୁଳ – ପୁଣିଥରେ କୋଇଲା ଖଣି ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଏଥିନେଇ ଘୋଷଣା ହୋଇଥିଲା ବେଳେ ଏଥିରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ…
କୂଅ ବିଲ ପାଇଁ ମାଡାମଙ୍କ ଲାଞ୍ଚ ହିସାବ କିତାବ – ଭିଡିଓ ଭାଇରାଲ ଅନୁଗୁଳ – ଆଠମଲ୍ଲିକ ବୃକ୍ ଅଞ୍ଚଳରେ ଜଳ ବିଭାଜିକା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଆଠମଲ୍ଲିକରେ ବିଭାଗର କାର୍ଯ୍ୟାଳୟ କିମ୍ବା ସ୍ଥାୟୀ ଅଧିକାରୀ ନ…