ରାଜନୀତି ମେଣ୍ଟ ହେଲେ ଜିଲ୍ଲାରେ କାହାକୁ ମିଳିପାରେ କେଉଁ ଆସନ ! Angul OnlineMarch 10, 2024March 10, 2024 ଅନୁଗୁଳ – ଗତ କିଛିଦିନ ହେଲା ମେଣ୍ଟକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ବିଜେଡି ଓ ବିଜେପି ମଧ୍ଯରେ ମେଣ୍ଟ ହେବ ନା ନାହିଁ , ଯଦି ହେବ ତାହାଲେ କାହା ଭାଗରେ କେଉଁ ଆସନ ପଡିବ ସବୁ ସ୍ଥାନରେ ଗଣିତ କଷା ଚାଲିଥିବା ବେଳେ ଅଙ୍କ ଛିଡୁନି । ତେବେ ଯଦି ମେଣ୍ଟ ହୁଏ ତେବେ ଅନୁଗୁଳ ଜିଲ୍ଲା ରାଜାନିତୀରେ କଣ ହେବ , ଆଉ ଅନୁଗୁଳ , ପାଲଲହଡା ଓ ଆଠମଲ୍ଲିକ ବିଧାନସଭା ଆସନ କାହା କପାଳରେ ପଡିବ , ସବୁଠୁ ଅଧିକ ଚର୍ଚ୍ଚା ହେଉଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ କେଉଁ ଲୋକସଭା ଆସନରୁ ଲଢିବେ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି । ଅନୁଗୁଳ ଜିଲ୍ଲା ଦୁଇଟି ଲୋକସଭା ଆସନ ଓ ପାଞ୍ଚଟି ବିଧାନସଭା ଆସନରେ ବିଭକ୍ତ । ଲୋକସଭା ଆସନ ଦୁଇଟି ହେଲା ଢେଙ୍କାନାଳ ଓ ସମ୍ବଲପୁର । ଢେଙ୍କାନାଳ ଲୋକସଭା ସୀମା ଭିତରେ ଅନୁଗୁଳ ଜିଲ୍ଲାର ପାଲଲହଡା, ତାଳଚେର ଓ ଅନୁଗୁଳ ଅନ୍ତର୍ଭୁକ୍ତ । ସେଇଭଳି ସମ୍ବଲପୁର ଲୋକସଭା ଆସନରେ ଅନୁଗୁଳ ଜିଲ୍ଳାର ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା ଅନ୍ତର୍ଭୁକ୍ତ । ସମୀକରଣ ଓ ମେଣ୍ଟ ପରେ ସମ୍ଭବତଃ ସମ୍ବଲପୁର ଲୋକସଭା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ମିଶ୍ର ଯିଏ ଜଣେ ସମ୍ବଲପୁରିଆ ଓ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ପରାମର୍ଶଦାତା ଭାବେ କାର୍ଯ୍ୟ ତୁଲେଇ ଜଣେ ଓଡ଼ିଆ ଭାବେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ସେ ସମ୍ବଲପୁର ଲୋକସଭା ଆସନ ପାଇଁ (ବିଜେପି) ରୁ ଲଢ଼ିପାରନ୍ତି ସେଇଭଲି ଢେଙ୍କାନାଳ ମାଟିରୁ ଲୋକସଭା ଆସନରେ ନିଜ ମାଟିରୁ ଲଢ଼ିପାରନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏଣୁ ଏହି ଆସନ ମଧ୍ଯ ଭାରତୀୟ ଜନତା ପାର୍ଟି ହାତକୁ ଯାଇପାରେ । ଏଭଳି ପରିସ୍ଥିତିରେ ଅନୁଗୁଳ ଜିଲ୍ଲାର ପାଞ୍ଚଟି ବିଧାନସଭା ଆସନରୁ ତିନ ଆସନ ବିଜୁ ଜନତା ଦଳ ଖାତାକୁ ଯାଇପାରେ ଓ ଦୁଇଟି ଭାରତୀୟ ଜନତା ପାର୍ଟି ଖାତାକୁ । ଭୌଗଳିକ ଓ ରାଜନୈତିକ ସମୀକରଣ ଓ ବୁଦ୍ଧିଜୀବୀଙ୍କ ଆକଳନ ଅନୁସାରେ ତାଳଚେର, ଛେଣ୍ଡିପଦା ଓ ଆଠମଲ୍ଲିକ ବିଜୁ ଜନତା ଦଳ(BJD) ଖାତାକୁ ଓ ପାଲଲହଡା ଏବଂ ଅନୁଗୁଳ ବିଧାନସଭା ଆସନ ଭାରତୀୟ ଜନତା ପାର୍ଟି (BJP) ଖାତାକୁ ଯାଇପାରେ । Advertisement
ବିଜେପି ରାଜ୍ୟ ପରିଷଦ ଓ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ଗୋବିନ୍ଦ ନାଏକ ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ତିପଦା ନିର୍ବାଚନ ମଣ୍ଡଳୀର ଗୋବିନ୍ଦ ନାଏକ ବିଜେପିର ରାଜ୍ୟ ପରିଷଦ ସଦସ୍ୟ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ବୁଧବାର ଏକ…
ନିର୍ବାଚନ ପୂର୍ବରୁ ହିଂସା – ପୌରଧ୍ୟକ୍ଷ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ adv ଅନୁଗୁଳ – ନିର୍ବାଚନର ଠିକ ପୂର୍ବ ଦିନରେ ଅନୁଗୁଳ ପୌରାଞ୍ଚଳରେ ନିର୍ବାଚନୀ ହିଂସା ଦେଖା ଦେଇଛି । ସୂଚନା ଅନୁସାରେ , ଅନୁଗୁଳ ଶିମିଳିପଡ଼ାର ସ୍ଵାଧିନ…
ସାଂସଦ ମହେଶ ସାହୁଙ୍କ ଜନ ସମ୍ପର୍କ ବୈଠକ ଅନୁଗୁଳ – ଅନୁଗୁଳ ନିର୍ବାଚନମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ସ୍ଥିତ ଶିଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏକ ଜନସମ୍ପର୍କ ଓ ସାଙ୍ଗଠନିକ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା…