ମୁଖ୍ୟ ଖବର ଗାଁକୁ ଫେରୁଥିବା ବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା Angul OnlineDecember 25, 2023December 25, 2023 ପାଲଲହଡ଼ା – ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଛି । ଗତ ମଧ୍ୟ ରାତ୍ରିରେ ପାଲଲହଡ଼ା ବ୍ଲକ ପେଚାମୁଣ୍ଡି ପଞ୍ଚାୟତର ଲକ୍ଷ୍ମୀପ୍ରିୟାପୁର ଗ୍ରାମର କୀର୍ତ୍ତନ ନାୟକ ଡାଲ ଛକଠାରୁ ବରିହାମୁଣ୍ଡା ଜଙ୍ଗଲ ଦେଇ ନିଜ ଗାଁକୁ ଫେରୁଥିବା ବେଳେ ଜଙ୍ଗଲରେ ଦନ୍ତା ହାତୀ ଦଳି ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେଇଥିଲା । ଆଜି ସକାଳେ ପରିବାର ଲୋକ ଗ୍ରାମବାସୀଙ୍କ ସହ ମିଶି ଖୋଜା ଖୋଜି କରିବା ବେଳେ କୀର୍ତ୍ତନର ମୃତଦେହ ବରିହାମୁଣ୍ଡା ଜଙ୍ଗଲର ରାସ୍ତାକଡ଼ରେ ମିଳିଥିଲା । ବନ ବିଭାଗ ବିଳମ୍ବରେ ପହଞ୍ଚି ଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ପାଲଲହଡ଼ା ବନ ବିଭାଗ ରେଞ୍ଜର ରମେଶ ଚନ୍ଦ୍ର ତ୍ରିପାଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ନେଇ ପ୍ରତିଶ୍ରୁତି ମିଳିବା ପରେ ଉତ୍ତେଜନା ଥମିଥିଲା । ଏଠାରେ ସୁଚନା ଯୋଗ୍ଯ ଯେ , ଆଜିକୁ ୪ ଦିନ ହେଲା ବରିହାମୁଣ୍ଡା ଜଙ୍ଗଲରେ ୩ଟି ଦନ୍ତା ହାତୀ ସହ ୨୬ଟି ବଣୁଆ ହାତୀ ରହିଛନ୍ତି । Advertisement
ଜବରଦଖଲ ଉଚ୍ଛେଦ ବେଳେ କାଳିସୀ ମାତିଲେ – ଫେରି ଆସିଲା ପ୍ରଶାସନ ଅନୁଗୁଳ – ମଙ୍ଗଳା ମନ୍ଦିର ଉଚ୍ଛେଦ କରିବାକୁ ଯାଇଥିଲେ ପ୍ରଶାସନ ଓ ପୁଲିସ । ହେଲେ କାଳିସୀ ମାତିଲେ । ଫଳରେ ପ୍ରଶାସନକୁ ବହୁ ସମୟ ଧରି…
ପ୍ଲାଷ୍ଟିକ ଗୋଟାଳି କରିଥିଲା ଏଟିଏମ ଲୁଟ ଉଦ୍ୟମ – ଗିରଫ କଲା ପୁଲିସ ଅନୁଗୁଳ – ଅନୁଗୁଳ ସହରରେ ଥିବା ୨ଟି ଏଟିଏମ୍ ଲୁଟ୍ ଉଦ୍ୟମ କରିଥିବା ଲୁଟେରାକୁ ଗୁରୁବାର ପୁଲିସ ଗିରଫ କରିଛି । ସୂଚନା ଅନୁସାରେ ଗତ ୩୧…
ବଡ ଅଘଟଣରୁ ଟଳିଲା ଇଣ୍ଟରସିଟି – ବ୍ରେକରୁ ଲାଗିଲା ନିଆଁ ଅନୁଗୁଳ – ରାଉରକେଲା ଇଣ୍ଟରସିଟି ଟ୍ରେନରେ ଆଜି ନିଆଁ ଲାଗି ଯାଇଥିବା ବେଳେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଓ ସ୍ଥାନିୟ ଲୋକଙ୍କ ସହଯୋଗ ଯୋଗୁଁ ଏକ ବଡ…