ଅନଲାଇନ ଏକ୍ସକ୍ଲୁସିଭସମସ୍ୟା ସହରରେ ସଫେଇ ହେଉଛି କେମିତି ? – ଦେଖନ୍ତୁ ଭିଡିଓ Angul OnlineMay 31, 2021May 31, 2021 ଅନୁଗୁଳ – ଅନୁଗୁଳ ସହରର ପରିମଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିଲେ ମଧ୍ୟ ସୁଧୁରିବାରେ ନା ନେଊ ନାହିଁ । ବିଭିନ୍ନ ପ୍ରକାରର ଯୋଜନା , ବିଭିନ୍ନ ଯନ୍ତ୍ରପାତି କିଣା ଯାଉଛି , ହେଲେ ଏବେ ମଧ୍ୟ ସହରର ବିଭିନ୍ନ ସ୍ଥାନରେ କୂଢ କୂଢ ଅଳିଆ ପଡୁଥିବା ଦେଖିବାକୁ ମିଳୁଛି । ତେବେ ସଫେଇ ପାଇଁ ପୌରପାଳିକା ଅଧୀନରେ ରହିଥିବା ସଫେଇ କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ମଧ୍ୟ ସହରର ଆବର୍ଜନା ଉଠି ପାରୁ ନଥିବା ଚର୍ଚ୍ଚା ହେଉଛି । କେତେବେଳେ ଅଳିଆ ଉଠା ଯାଉଛି ତ କେତେବେଳେ ଏହି ସଫେଇ କର୍ମଚାରୀ ମାନେ ଅଳିଆରେ ନିଆଁ ଲଗାଇ ଦେଉଛନ୍ତି । ତେବେ ଆଜି ଅନୁଗୁଳ ଅନଲାଇନ କ୍ୟାମେରାରେ ସଫେଇ କର୍ମଚାରୀଙ୍କ ଏଭଳି ଏକ କାରନାମା ଧରା ପଡିଛି । ସହରର ଥାନା ଛକ ପାଖରେ ଆଜି (ସୋମବାର) କିଛି ସଫେଇ କର୍ମଚାରୀ ଆବର୍ଜ୍ଜନା ବୁହା ଟ୍ରାକ୍ଟର ନେଇ ପହଞ୍ଚିଥିଲେ । ଛକ ନିକଟର ଥିବା ଭଲିବଲ ପଡିଆ ପାଚେରିକୁ ଲାଗି ଜାତୀୟ ରାଜପଥ କଡରେ କିଛି ଅଳିଆ ପଡିଥିଲା । ତେବେ ଉକ୍ତ ଅଳିଆକୁ ଟ୍ରାକ୍ଟରରେ ନେଇଯିବା ପରିବର୍ତ୍ତେ ଉକ୍ତ କର୍ମଚାରୀ ମାନେ ଝୁଡିରେ ଅଳିଆ ଉଠାଇ ପାଚେରି ପଛପଟକୁ (ଭଲିବଲ ପଡିଆ ପଟକୁ) ପକାଉଥିବା ଦେଖିବାକୁ ମିଳିଥିଲା । ଟ୍ରାକ୍ଟର ଥିଲେ ମଧ୍ୟ ଅଳିଆ ଆବର୍ଜ୍ଜନାକୁ ସ୍ଥାନାନ୍ତର କରିବା ପରିବର୍ତ୍ତେ ସେହିଠାରେ ପକାଇବା କର୍ମଚାରୀଙ୍କ ଠକାମି ବୋଲି ସ୍ପଷ୍ଟ ହେଉଛି । ତେବେ ଏ ସମ୍ପର୍କରେ ଦାୟିତ୍ଵରେ ଥିବା ପୌରପାଳିକାର ଅଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ସେ ଫୋନ ନ ଉଠାଇବାରୁ ଯୋଗାଯୋଗ ହୋଇ ପାରି ନଥିଲା । https://angulonline.com/wp-content/uploads/2021/05/alia.mp4 Advertisement
କ୍ୱାକ କରୁଛନ୍ତି ଚିକିତ୍ସା – ସ୍ୱାସ୍ଥ୍ୟ ପ୍ରଶାସନ ନିରବ ଅନୁଗୁଳ – କ୍ୱାକଙ୍କ ଚିକିତ୍ସା ଯୋଗୁଁ ଲୋକଙ୍କ ଜୀବନ ଯାଉଛି । ଏହାର ସଦ୍ୟ ଉଦାହରଣ ହେଉଛି ରବିବାର ଅନୁଗୁଳ ଜିଲ୍ଲା ଜିଲ୍ଲା ଠାକୁରଗଡ଼ ଥାନା…
ସୌନ୍ଦର୍ଯ୍ୟ ବଦଳରେ କଦର୍ଯ୍ୟ – ଯାଯାବର ଗଢିଲେଣି ସ୍ଥାୟୀ ବସ୍ତି ଅନୁଗୁଳ – ଅନୁଗୁଳ ଜିଲ୍ଲାକୁ ନୂଆଁ କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଆସିବା ପରେ ଅନୁଗୁଳବାସୀ ଅନୁଗୁଳ ସହରର ଚିତ୍ର ବଦଳିବା ବୋଲି ଆଶା କରିଥିଲେ…
ନାଁ ନେବାକୁ ନିୟମକୁ ଫୁ – ମନଇଚ୍ଛା ବଦଳୁଛି ସିଲିଣ୍ଡର ରଙ୍ଗ ତାଳଚେର – କରୋନାର ଦ୍ବିତୀୟ ଲହରରେ ଆକ୍ରାନ୍ତମାନେ ଅମ୍ଳଜାନ ଅଭାବର ଶିକାର ହେଉଛନ୍ତି । ଅମ୍ଳଜାନ ନ ମିଳିବାରୁ ଅନେକଙ୍କ ମୃତ୍ୟୁ ହେଉଛି । ରୋଗୀଙ୍କ ଚିକିତ୍ସା…