ନାଁ ନେବାକୁ ନିୟମକୁ ଫୁ – ମନଇଚ୍ଛା ବଦଳୁଛି ସିଲିଣ୍ଡର ରଙ୍ଗ

ତାଳଚେର – କରୋନାର ଦ୍ବିତୀୟ ଲହରରେ ଆକ୍ରାନ୍ତମାନେ ଅମ୍ଳଜାନ ଅଭାବର ଶିକାର ହେଉଛନ୍ତି । ଅମ୍ଳଜାନ ନ ମିଳିବାରୁ ଅନେକଙ୍କ ମୃତ୍ୟୁ ହେଉଛି । ରୋଗୀଙ୍କ ଚିକିତ୍ସା ପାଇଁ ଅନେକ ସାମାଜିକ ସଂଗଠନ ବର୍ତ୍ତମାନ ଅମ୍ଳଜାନ ସିଲିଣ୍ଡର ଯୋଗାଇ ଦେବା ପାଇଁ ଆଗକୁ ଆସିଲେଣି । କିନ୍ତୁ ଏଥିରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳୁଛିଦାନ କରୁଥିବା ଏକ ସଂଗଠନଗୁଡ଼ିକ ମନଇଚ୍ଛା ସିଲିଣ୍ଡରର ରଙ୍ଗକୁ ବଦଳାଇ ଦେଉଛନ୍ତି । ଯାହା ଫଳରେ ଏହାକୁ ନେଇ ଅନେକ ଦ୍ଵନ୍ଦ ଦେଖିବାକୁ ମିଳୁଛି । ରବିବାର ଜେସିଆଇ ସଂଗଠନ ପକ୍ଷରୁ ୧୭୨ ଟି ସିଲିଣ୍ଡର ଦାନ କରାଯାଇଛି । କିନ୍ତୁ ଏହି ସିଲିଣ୍ଡରଗୁଡ଼ିକର ରଙ୍ଗ ରହିଛି ‘ସ୍କାଏ ବ୍ଲୁ’ ସରକାରୀ ନିୟମ ରହିଛି ଅମ୍ଳଜାନ ସିଲିଣ୍ଡରର ରଙ୍ଗ କେବଳ କଳାଧଳା ହିଁ ରହିପାରିବ । ସିଲିଣ୍ଡରର ମୁଣ୍ଡର ରଙ୍ଗ ଧଳା ଏବଂ ଦେହର ରଙ୍ଗ କଳା ରହିବା ଆବଶ୍ୟକ । ଯାହା ସିଲିଣ୍ଡର ଚିହ୍ନଟରେ ସାହାଯ୍ୟ କରିଥାଏ । ତେବେ ସାମାଜିକ ସଂଗଠନଗୁଡ଼ିକ ନିଜ ପସନ୍ଦର କିମ୍ବା ନିଜ ସଂଗଠନର ରଙ୍ଗକୁ ସିଲିଣ୍ଡରରେ ବୋଳି ଦେଉଛି । ନିଜର ନାଁ ନେବା ପାଇଁ ଏହି ସଙ୍ଗଠନ ଏଭଳି ରଙ୍ଗ ବୋଳୁଥିବା ବେଳେ ନିୟମକୁ ଆଡେଇ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ଚର୍ଚା ହେଉଛି । ସେପଟେ ଅନୁଗୁଳ ଜିଲ୍ଲାରେ ଅନେକ ସଙ୍ଗଠନ , ଅନେକ ବଦାନ୍ୟ ବ୍ୟକ୍ତି ବର୍ତ୍ତମାନ ପରିସ୍ଥିତିରେ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଉଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ ସେ ସବୁକୁ ଯାଞ୍ଚ କରାଯାଉ ନାହିଁ । ପ୍ରକୃତରେ ଗ୍ୟାସର ମାନ କିଭଳି ଅଛି , ସିଲିଣ୍ଡରରେ କେତେ ପରିମାଣର ଗ୍ୟାସ ରହୁଛି ତାହାର ଯାଞ୍ଚ ହେବା ଆବଶ୍ୟକ ରହିଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored