ଅନଲାଇନ ଏକ୍ସକ୍ଲୁସିଭମୁଖ୍ୟ ଖବର ବୃଦ୍ଧା ମା’କୁ ମାଡ ମାରୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ – ଭିଡିଓ ଭାଇରାଲ Angul OnlineAugust 23, 2021August 23, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ବୃଦ୍ଧା ମାଙ୍କୁ ମାଡ ମାରୁଛି ଶିକ୍ଷିତ ପୁଅ । ଯେ କି ପେସାରେ ଜଣେ ଶିକ୍ଷକ ମଧ୍ୟ । ଜଣେ ଶିକ୍ଷକ ହୋଇ ଦୁନିଆକୁ ଭଲ ଶିକ୍ଷା ଦେବା ପରିବର୍ତେ ନିଜ ଜନ୍ମ କଲା ମାକୁ ଏଭଳି ମାଡ ମାରୁଥିବା ଭିଡିଓ ଭାଇରାଲ ହେବା ପରେ ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ଏହି ଭିଡ଼ିଓଟି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଟାପାଲି ଗାଁର । ହୃଷିକେଶ ପ୍ରଧାନ ନାମକ ଜଣେ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ତାଙ୍କ ମା ଏକ ଜାଗାରେ ବସିଥିବା ବେଳେ ଆସି ମାଡ ମାରୁଛନ୍ତି । ତଣ୍ଟି ଚିପି ଦେବା ସହ ଟେକି କଚାଡୁ ଥିବାର ଏକ ଭିଡିଓ ଭାଇରାଲ ହେଉଛି । ଆଉ ବୃଦ୍ଧା ମା କଷ୍ଟରେ ଚିତ୍କାର କରୁଛନ୍ତି । ତେବେ ଏଭଳି ମାଡ ସେ କାହିଁକି ମାରୁଛନ୍ତି ଜଣା ପଡି ନଥିଲେ ମଧ୍ୟ ସେ ଏଭଳି ଅନେକ ଦିନ ମାଡ ମାରନ୍ତି ବୋଲି ଜଣା ପଡ଼ିଛି । ତେବେ ଏଭଳି ସମ୍ବେଦନଶୀଳ ଭିଡିଓ ଭାଇରାଲ ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଉକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି । https://angulonline.com/wp-content/uploads/2021/08/WhatsApp-Video-2021-08-23-at-20.57.15.mp4 Advertisement
ସୌନ୍ଦର୍ଯ୍ୟ ବଦଳରେ କଦର୍ଯ୍ୟ – ଯାଯାବର ଗଢିଲେଣି ସ୍ଥାୟୀ ବସ୍ତି ଅନୁଗୁଳ – ଅନୁଗୁଳ ଜିଲ୍ଲାକୁ ନୂଆଁ କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଆସିବା ପରେ ଅନୁଗୁଳବାସୀ ଅନୁଗୁଳ ସହରର ଚିତ୍ର ବଦଳିବା ବୋଲି ଆଶା କରିଥିଲେ…
ଖବର ପରେ ଚେତିଲା ପ୍ରଶାସନ – ବେକରି ଫ୍ୟାକ୍ଟେରିରେ ଚଢାଉ କରି ତାରିଖ ଲେଖିବାକୁ କଲା ତାଗିଦ ଅନୁଗୁଳ – ଆଜି ଅନୁଗୁଳ ଜିଲ୍ଲାର ବିଭିନ୍ନ ବେକରି ଫ୍ୟାକ୍ଟେରି ଗୁଡିକରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଗତକାଲି ଅନୁଗୁଳ ଅନଲାଇନରେ “ବ୍ରେଡ୍ରେ ଲେଖାହେଉନି…
କାମ କରୁ ନାହିଁ ‘ଅନୁଗୁଳ ବନସାଥୀ ଆପ – ପାଣିରେ ପଡିଲା ଲକ୍ଷାଧିକ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ମଣିଷ ଲଢେଇକୁ ରୋକିବା ସହ ବନବିଭାଗର ଲୋକମାନଙ୍କ ସହ ସମ୍ପର୍କକୁ ଦ୍ଵିଗୁଣିତ କରିବାକୁ ଆରମ୍ଭ ହୋଇଥିଲା ‘ଅନୁଗୁଳ ବନସାଥୀ ଆପ‘…