ଅନୁଗୁଳ – ଅନୁଗୁଳ ଜିଲ୍ଲା ଟାମଡା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଟାମଡାର ବିନା ଅନୁମତିରେ ଘର , ଦୋକାନ , କୋଠା ଆଦି ନିର୍ମାଣ ହୋଇଥିବା ଅଭିଯୋଗ ହୋଇ ଆସୁଥିଲା । ଏଥିପାଇଁ ଅନୁଗୁଳ ଜିଲ୍ଲାପାଳ ତଥା ଟାମଡା ଉପାଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଆଜି ତିନୋଟି ଟିମ ଗଠନ କରିଛନ୍ତି । ପ୍ରଥମ ଟିମରେ ପ୍ଲାନିଙ୍ଗ ଆସିଷ୍ଟାଣ୍ଡ ନୀଳିମା ମହାପାତ୍ର ଓ ଜୁନିଅର ଆସିଷ୍ଟାଣ୍ଡ ମନୋଜ କୁମାର ସିଂ ରହିଥିବା ବେଳେ ଏହି ଟିମ ଅନୁଗୁଳ ପୌରପାଳିକା , ଅନୁଗୁଳ ତହସିଲ ଓ ଛେଣ୍ଡିପଦା ତହସିଲ ଅଞ୍ଚଳର ଦାୟିତ୍ଵ ମିଳିଛି । ଦ୍ଵିତୀୟ ଟିମରେ ସିନିୟର ଡ୍ରାଫ୍ଟସମ୍ୟାନ ରମେଶ ଚନ୍ଦ୍ର ସାହୁ ଓ ସିନିୟର ଆସିଷ୍ଟାଣ୍ଡ ରସାନନ୍ଦ ସାମନ୍ତରାୟ ଅଛନ୍ତି । ଏମାନଙ୍କୁ ବଅଁରପାଳ ତହସିଲ ଓ ଓଡାପଡା ଦାୟିତ୍ଵ ମିଳିଛି । ସେହିପରି ତୃତୀୟ ଟିମରେ ରହିଥିବା ଆର୍କିଟେକ ଆସିଷ୍ଟାଣ୍ଡ ଶାନ୍ତିଳତା ପ୍ରଧାନ , ଜୁନିଅର ଆସିଷ୍ଟାଣ୍ଡ/ନରେଶ ଚନ୍ଦ୍ର ଦଳେଇଙ୍କୁ ତାଳଚେର ପୌରପାଳିକା , ତାଳଚେର ତହସିଲ ଓ କଣିହାଁ ଅଞ୍ଚଳର ଦାୟିତ୍ଵ ମିଳିଛି । ଏହି ତିନି ଟିମ ତାଙ୍କୁ ମିଳିଥିବା ଦାୟିତ୍ଵ ଅନୁଯାୟୀ ଅଞ୍ଚଳରେ ଅଣସିକୃତି ପ୍ରାପ୍ତ ନିର୍ମାଣ ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏହା ସହ ଏହି ସବୁ କମିଟି ଚଳିତ ଫେବୃଆରୀ ମାସ ଶେଷ ସୁଦ୍ଧା ନିର୍ମାଣ ଅନୁମତି, ଜମି ରୂପାନ୍ତର ଏବଂ ଦୋକାନ ଭଡା ସଂଗ୍ରହ ସମ୍ବନ୍ଧରେ ବିଚାରାଧୀନ କାର୍ଯ୍ୟ ଗୁଡିକର ସମୀକ୍ଷା କରିବେ । ମାସ ଶେଷ ପ୍ରତ୍ୟେକ ଦଳ ନିଜ କର୍ତ୍ତବ୍ୟ ବ୍ୟତୀତ ୫୦ ଟି ଲେଖାଏଁ ମାମଲା ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ନ କଲେ ଦରମା ବନ୍ଦ କରାଯିବ ବୋଲି ଅନୁଗୁଳ ଜିଲ୍ଲାପାଳ ତଥା ଟାମଡା ଉପାଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ କଡା ଦାଗିଦ କରିଛନ୍ତି ।
What’s your Reaction?
+1
+1
+1
+1
+1
+1
+1