ସମସ୍ୟା ସରକାର, ପ୍ରଶାସନକୁ ଜାଗ୍ରତ କରିବା ପାଇଁ ଘଣ୍ଟବାଦ୍ଯ ଶୋଭାଯାତ୍ରା Angul OnlineFebruary 9, 2024February 9, 2024 ଅନୁଗୁଳ- ଅନୁଗୁଳରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ୫୫ ନମ୍ବର ଜାତୀୟ ରାଜପଥ ସମସ୍ୟାର ସମାଧାନ ତଥା ଅତିଶୀଘ୍ର ବାଇପାସ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବା ଦାବିରେ କୃଷି ଭବନ ସମ୍ମୁଖରେ ଚାଲିଥିବା ଅନୁଗୁଳ ସଚେତନ ନାଗରିକଙ୍କ ଗଣଧାରଣା ଶୁକ୍ରବାର ୨୪ ଦିନରେ ପହଞ୍ଚିଛି । ତଥାପି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏପରିକି ପ୍ରଶାସନ ତରଫରୁ କୋୖଣସି ପଦକ୍ଷେପ ଗ୍ରହଣ କରାଯାଉଥିବା କାରଣରୁ ସଚେତନ ନାଗରିକ ପକ୍ଷରୁ ଏହାକୁ ଦୃଢ଼ ନିନ୍ଦା କରାଯାଇଛି । ଶୁକ୍ରବାର ପୂର୍ବାହ୍ନରେ ଅନୁଗୁଳ ସଚେତନ ନାଗରିକ ମାନେ ଅଭିନଵ ପ୍ରତିବାଦ ଆପଣେଇଛନ୍ତି । ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାର,ଲୋକ ପ୍ରତିନିଧି, ବିଧାୟକ, ସାଂସଦ,ମନ୍ତ୍ରୀ ଓ ପ୍ରଶାସନକୁ ନିଦରୁ ଉଠାଇବା ପାଇଁ ବା ଜାଗ୍ରତ କରିବା ପାଇଁ ଘଣ୍ଟଵାଦ୍ୟ ଶୋଭାଯାତ୍ରା କରିଛନ୍ତି । ଏହି ଶୋଭାଯାତ୍ରା ଧାରଣା ସ୍ଥଳରୁ ବାହାରି ସହର ପରିକ୍ରମା କରି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲା । ଘଣ୍ଟ,ଝାଞ୍ଜ ସହିତ ବିଭିନ୍ନ ପ୍ରକାର ବାଦ୍ୟ ବଜାଇ, ପ୍ଲା-କାର୍ଡ ଧରି ଗଣଧାରଣାରେ ସାମିଲ ହେବା ପାଇଁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ । ଅନୁଗୁଳରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ସ୍ଥିର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ପୁଣି ପ୍ରତ୍ୟାହୃତ କରିବା ତାହା ଅନୁଗୁଳବାସୀଙ୍କୁ ଧୋକା ଦେବା ଭଳି ହୋଇଛି । ଯାହା ଫଳରେ ଜନସାଧାରଣ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ସାଙ୍ଗକୁ ଛାତ୍ରଛାତ୍ରୀ ମାନେ ମେଡିକାଲ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ୬ ଗୋଟି ସୀମାନ୍ତ ଅଞ୍ଚଳର ଲୋକ ସ୍ବାସ୍ଥ୍ୟ ସେବା ନିମନ୍ତେ ନିର୍ଭର କରନ୍ତି । ଶିଳ୍ପ ଜିଲ୍ଲା କାରଣରୁ ଦୁର୍ଘଟଣା ମାନ ଘଟି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏଣୁ ଏଠି ମେଡିକାଲ କଲେଜ ଗୁରୁତ୍ବ ବହନ କରୁଛି । ସେହିପରି ଅନୁଗୁଳ ବଅଁରପାଳ ଠାରୁ ରନ୍ତଲେଇ ପର୍ଯ୍ୟନ୍ତ ଅନୁଗୁଳ ସହର ଦେଇ ଯାଇଥିବା ମୁଖ୍ୟ ରାସ୍ତା ଖାଲଖମା ରେ ଅତି ଦୟନୀୟ ଅବସ୍ଥାରେ ରହିଛି । ଯାହାର ମରାମତି କାର୍ଯ୍ୟ ବିଳମ୍ବ ହେଉଛି କିମ୍ବା ଆଦୌ ହେଉ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ଫଳରେ ଏହି ରାସ୍ତା ଦେଇଯାଉଥିବା ଜନସାଧାରଣ ଓ ଅନୁଗୁଳବାସୀ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ରାଜପଥ ଖରାପ ଯୋଗୁଁ ଦୈନଦିନ ଦୁର୍ଘଟଣା ଘଟି ସାଧାରଣ ଲୋକ ମୃତାହତ ହେଉଛନ୍ତି । ୨୪ଦିନରେ ଗଣଧାରଣା ପହଂଚିବା ପରେ ମଧ୍ୟ୍ୟ ଜିଲ୍ଲା ପ୍ରଶାସନ,କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ସହିତ ଜାତୀୟ ରାଜପଥ ବିଭାଗ କର୍ଣ୍ଣପାତ କରୁନଥିବାରୁ ସେମାନ ଙ୍କ ନିଦ୍ରା ଭଙ୍ଗ ପାଇଁ ଆଜି ଏ ପ୍ରକାର ଶୋଭାଯାତ୍ରା କରିଛନ୍ତି ଅନୁଗୁଳ ର ସଚେତନ ନାଗରିକ । ସଚେତନ ନାଗରିକ ଙ୍କ କହିବ କଥା କି ଯେତେଦିନ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ, ରାଜ୍ୟ ମନ୍ତ୍ରୀ, କେନ୍ଦ୍ରମାନ୍ତ୍ରୀ ତାଙ୍କ ଦୁଇଟି ଦାବି କୁ ପୂରଣ ନକରିଛନ୍ତି ସେତେଦିବ ପର୍ଯ୍ୟନ୍ତ ଆନ୍ଦୋଳନକାରୀମାନେ ଭିନ୍ନ ଭିନ୍ନ ଢଙ୍ଗରେ ଆନ୍ଦୋଳନ ଜାରି ରଖିବେ । ଦରକାର ପଡିଲେ ଅର୍ଥନୈତିକ ଅବରୋଧ କରିବେ ବୋଲି ମଧ୍ୟ୍ୟ ଅନୁଗୁଳ ସଚେତନ ନାଗରିକଙ୍କ ପକ୍ଷରୁ ଚେତାବନୀ ଦିଆ ଯାଇଛି । Advertisement
କୋଇଲା ଖଣିକୁ ବିରୋଧ କରି ବିରାଟ ରାଲିରେ ଆସି ତହସିଲ ଘେରାଉ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ କୋଇଲା ଖଣିକୁ ବିରୋଧ କରି ପୁଣିଥରେ ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ ଡାକରାରେ କ୍ଷତି ଗ୍ରସ୍ତ ପ୍ରଜା ମାନେ…
ଜି.ଏମ୍.ଡି.ସି. ବିରୁଦ୍ଧରେ ଗର୍ଜିଲେ ଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଠାରେ ହେବାକୁ ଥିବା ଓପନ କାଷ୍ଟ୍ କୋଇଲା ଖଣିକୁ ଛେଣ୍ଡିପଦା ଅଞ୍ଚଳ ବାସୀ ପ୍ରବଳ ବିରୋଧ କରିଛନ୍ତି । କିଛି…
ସୌନ୍ଦର୍ଯ୍ୟ ବଦଳରେ କଦର୍ଯ୍ୟ – ଯାଯାବର ଗଢିଲେଣି ସ୍ଥାୟୀ ବସ୍ତି ଅନୁଗୁଳ – ଅନୁଗୁଳ ଜିଲ୍ଲାକୁ ନୂଆଁ କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଆସିବା ପରେ ଅନୁଗୁଳବାସୀ ଅନୁଗୁଳ ସହରର ଚିତ୍ର ବଦଳିବା ବୋଲି ଆଶା କରିଥିଲେ…