ଅନୁଗୁଳ ଡାଇରିମୁଖ୍ୟ ଖବର ଚୁମ୍ବକୀୟ ମଣିଷ – ଦେହରେ ଲାଗି ରହୁଛି ଲୁହା Angul OnlineJune 12, 2021June 12, 2021 ତାଳଚେର – କରୋନା ଟିକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ବଢିଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଭିଡିଓ ଭାଇରାଲ ପରେ ଏବେ ଅନୁଗୁଳ ଜିଲ୍ଲାରେ ମଧ୍ୟ ଏଭଳି ଏକ ଘଟଣା ସାମନାକୁ ଆସିଛି । ଅନୁଗୁଳ ଜିଲା ତାଳଚେର ରାମଚନ୍ଦ୍ର ବଜାରରେ ସରୋଜ (ବାବୁଲି) ମହାରଣା ନାମକ ଜଣେ ବ୍ୟକ୍ତି ଇଲୋଟ୍ରୋନିକସ ଜିନିଷ ମରାମତି ଦୋକାନ ଦେଇଛନ୍ତି । ସେ ଏପ୍ରିଲ ମାସ ୮ ତାରିଖରେ କରୋନା ଟିକା ନେଇଥିଲେ । ଗତକାଲି ବିଭିନ୍ନ ସ୍ଥାନରେ ଟିକା ନେବାପରେ ଦେହରେ ଚୁମ୍ବକୀୟ ଶକ୍ତି ହେଉଥିବା ଭିଡିଓ ଭାଇରାଲ ଓ ଖବର ପ୍ରସାରଣ ପରେ ସେ ପରୀକ୍ଷା ମୂଳକ ଭାବେ ନିଜ ଦେହରେ ଲୁହା ସାମଗ୍ରୀ ଲଗାଇଥିଲେ । ଆଉ ଆଶ୍ଚର୍ଯ୍ୟର ବିଷୟ ଯେ ସେହି ଲୁହାରେ ତିଆରି ସ୍କ୍ରୁ ଡ୍ରାଇଭର , ପ୍ଲାସ ,ଚିମୁଟା ଆଦି ଲାଗି ରହିଥିଲା । ସଙ୍ଗେ ସଙ୍ଗେ ଏହି ଖବର ଶୁଣି ବହୁ ଲୋକ ଘଟଣା ଦେଖିବାକୁ ଆସିବା ସହ ପରୀକ୍ଷା କରିଥିଲେ । ଆଉ ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ଏକ ଅଜବ ଘଟଣା ହୋଇଥିବା ବେଳେ ତାଳଚେର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଭଳି ଚୁମ୍ବକୀୟ ପରିସ୍ଥିତି କାହିକି ସୃଷ୍ଟି ହୋଇଛି ତାହା ଜଣା ପଡି ନାହିଁ । ସେ ଆଜି ଡାକ୍ତରଖାନା ଯାଇ ଡାକ୍ତରଙ୍କ ପରାମର୍ଶ ନେଇଥିବା ଜଣା ପଡିଛି । ତେବେ ତାଙ୍କର ଅନ୍ୟ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥିବା ସେ କହିଛନ୍ତି । https://angulonline.com/wp-content/uploads/2021/06/magnet-man.mp4 Advertisement
ଭିଜନ -୨୦୨୩ , ଅନୁଗୁଳ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ହେବ ଅନୁଗୁଳ – ଆସନ୍ତା ୨୦୨୩ ମସିହାରେ ଅନୁଗୁଳ ଜିଲ୍ଲା ୩୦ବର୍ଷରେ ପଦାର୍ପଣ କରିବ । ଆଉ ଏହି ୨୦୨୩ ବେଳକୁ ଅନୁଗୁଳ ଏକ ଅଗ୍ରଣୀ ଜିଲ୍ଲା ଭାବେ…
ଅନୁଗୁଳ ପ୍ରଶାସନିକ ଅଧିକାରୀଙ୍କ ଗଞ୍ଜାମ ପ୍ରୀତି ଅନୁଗୁଳ: ଅନୁଗୁଳ ପ୍ରଶାସନିକ ଅଧିକାରୀଙ୍କ ଗଞ୍ଜାମ ପ୍ରୀତି ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଉନ୍ନୟନ…
ଜିଲ୍ଲା ପୋଲିସରେ ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଏସ॰ଆଇ॰ ଓ ଏ॰ଏସ॰ଆଇ॰ ସ୍ତରରେ ଅଦଳବଦଳ କରା ଯାଇଛି । ଅନୁଗୁଳ ଏସ॰ପି॰ ଜଗମୋହନ ମୀନାଙ୍କ ନିର୍ଦେଶକ୍ରମେ ଜିଲ୍ଲାର ୧୫…