ଆଞ୍ଚଳିକ ଗୋଟିଏ ଦିନରେ ୪୫ ହଜାର ଜୋରିମନା – ମୋଦୀ କଲେକ୍ସନ ୫ ଦିନ ପାଇଁ ସିଲ Angul OnlineMay 4, 2021May 4, 2021 ଅନୁଗୁଳ – କୋଭିଡ ନିୟମ ପାଳନ ନ କରିବା ଯୋଗୁଁ ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପ୍ରଶାସନ । ଜିଲ୍ଲାରେ କାରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଯୋଗୁଁ ସମସ୍ତ ଦୋକାନରେ ସାମାଜିକ ଦୂରତା ରକ୍ଷା କରିବା ସହ ମା‘ସ୍କ ପିନ୍ଧିବା ଓ ଅନ୍ୟାନ୍ୟ କୋଭିଦ କଟକଣା ମାଣିବାକୁ ବାଧ୍ୟ କରା ଯାଇଛି । ଏହା ସତ୍ବେ ସୋମବାର ଏହି ମୋଦୀ କଲେକ୍ସନରେ ପ୍ରବଳ ଭିଡ ହୋଇଥିଲା । ଅଧିକାଂଶ ଲୋକ ମାସ୍କମଧ୍ୟ ପିନ୍ଧି ନଥିଲେ । ଦୋକାନରେ ଥିବା ଭିଡ ଯୋଗୁଁ ସାମାଜିକ ଦୂରତାକୁ ଲୋକ ଫୁ କରି ଦେଇଥିଲେ । ଖବର ପାଇ ପୁଲିସ ଓ ପ୍ରଶାସନ ଚଢଉ କରି ଦୋକାନକୁ ୫ ଦିନ ପାଇଁ ସିଲ୍ କରି ଦେଇଛନ୍ତି । ସେହିପରି ଅନୁଗୁଳ ଉପଖଣ୍ଡରେ କୋଭିଡ ନିୟମ ଭଙ୍ଗ କରୁଥିବା ବିଭିନ୍ନ ଲୋକଙ୍କ ପାଖରୁ ୪୫ ହଜାର ଟଙ୍କା ଜୋରିମନା ଆଦାୟ କରାଯାଇଛି । Advertisement
କାର ଧକ୍କାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା ଘଟି ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ…
ଜଳିଗଲା ଆଠ ବଖରା ଘର ଅନୁଗୋଳ – ଅନୁଗୋଳ ଜିଲ୍ଲା ନିଶା ଇଣ୍ତଷ୍ଟ୍ରିଆଲ ଥାନା ଅନ୍ତର୍ଗତ ଗୋଳାଗାଡିଆ ଗ୍ରାମରେ ଅଗ୍ନିକାଣ୍ଡ ଯୋଗୁଁ ୮ବଖରା ଭସ୍ମୀଭୂତ ହୋଇଯାଇଛି । ସୂଚନା ଅନୁସାରେ , ଗୋଟିଏ…
ସ୍ଵାଧୀନତା ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଷ୍ଟାଡିଅମ ପଡ଼ିଆରେ ଜିଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହିଳା…