ମୁଖ୍ୟ ଖବର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ସଂକ୍ରମିତ ବୃଦ୍ଧ Angul OnlineMay 4, 2021May 4, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କାଠପାଳ ଗାଁରେ ଜଣେ କରୋନା ଆକ୍ରାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ସେହି ଗାଁର ୭୦ ବର୍ଷୀୟ ବୃଦ୍ଧ ଜଗବନ୍ଧୁ ବାଘ । ଜଗବନ୍ଧୁଙ୍କ ଗତ କିଛିଦିନ ତଳେ ଜ୍ଵର ହେବା ଯୋଗୁଁ ସେ କୋଭିଡ ପରୀକ୍ଷା କରାଇଥିଲେ । ଗତକାଲି ତାଙ୍କର ପୋଜିଟିଭ ଥିବା ଜଣା ପଡିଥିଲା । ଗତକାଲି ଠାରୁ ପାରିବାରିକ ବୋଝ ଓ କଟକଣା ଯୋଗୁଁ ସେ ମାନସିକ ଚାପରେ ଥିଲେ । ଆଜି ସକାଳ ସାଢେ ୭ ଟାରେ ଗାଁ ପାଖ କାଠପାଳ ଗ୍ରାମର ଅଣାଯୋର ନାଳ ନିକଟରେ ଏକ ଆମ୍ବ ଗଛରେ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପରିବାର ଲୋକଙ୍କ ଠାରୁ ଖବରପାଇ ଛେଣ୍ଡିପଦା ପୁଲିସ ଓ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କୋଭିଡ ନିୟମ ଅନୁସାରେ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି । Advertisement
ପୁରୀରୁ ଦର୍ଶନ ସାରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା -ବାପା ପୁଅ ମୃତ, ମା ଓ ଝିଅ ଗୁରୁତର ଅନୁଗୋଳ – ଜଗା ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲେ ବାପ ଓ ପୁଅ । ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ…
ଅଙ୍ଗଦାନ କରି ଅମର ହୋଇଗଲେ ଅନୁଗୁଳର ବିଶ୍ଵଜିତ ଅନୁଗୁଳ – ଅଙ୍ଗଦାନ କରି ଅମର ହେଲେ। ମୃତ୍ୟୁ ପରେ ନିଜର କିଡନୀ ଦାନ କରି ଅମର ହେଲେ ଅନୁଗୁଳ ର ବିଶ୍ବଜିତ ଦାସ । ଗତ…
ଲକ୍ଷ୍ମୀ ପୂଜାରେ ବୁଲିବେ ପୁଲିସର ଶକ୍ତି ବାହିନୀ ଅନୁଗୁଳ – ଅନୁଗୁଳରେ ଆଜିଠାରୁ ଆରମ୍ଭ ହୋଇ ଯାଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ପୂଜା ପାଇଁ ଅନୁଗୁଳ ସହର ବେଶ ଚଳଚଞ୍ଚଳ ରହିବ । ଏହି…