ମୁଖ୍ୟ ଖବର ଅନୁଗୁଳରୁ ଗଡିଲା ଅକ୍ସିଜେନ ଏକ୍ସପ୍ରେସ Angul OnlineMay 2, 2021May 2, 2021 ଅନୁଗୁଳ – ଅନୁଗୁଳରୁ ଗଡିଲା ଅକ୍ସିଜେନ ଏକ୍ସପ୍ରେସ । ଆଜି ସକାଳୁ ଅନୁଗୁଳ ନିଶାସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ରୁ ଅକ୍ସିଜେନ ଏକ୍ସପ୍ରେସ ବାହାରି ହରିୟାନା ଯାଇଛି । ଦୁଇଟି ଟ୍ୟାଙ୍କରରେ ପାୟ ୪୦ ଲିଟର ତରଳ ଅକ୍ସିଜେନ ଭରା ଟ୍ୟାଙ୍କର ରେଳ ଯୋଗେ ଯାଇଛି । ହରିୟାନା ସରକାରଙ୍କ ଅନୁରୋଧ କ୍ରମେ ଦୁଇଟି ଖାଲି ଟ୍ୟାଙ୍କର ଥିବା ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲକୁ ଗତକାଲି ଅନୁଗୁଳର ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ରେ ଲୋଡିଂ ପାଇଁ ରଖାଯାଇ ପ୍ରାୟ ୪୦ ଟନ୍ LMO ଦୁଇଟି ଟ୍ୟାଙ୍କରରେ ଭର୍ତିକରାଯାଇ ଭାରତୀୟ ରେଳବାଇର ରୋରୋ ସେବା ସହିତ ଟ୍ରେନ୍ ଯୋଗେ ହରିୟାନା ଯାତ୍ରା କରିଛି । ଜେଏସପିଏଲର ଅନୁଗୁଳ ପ୍ଲାଣ୍ଟ ଏହା ବ୍ୟତୀତ ବିଭିନ୍ନ ରାଜ୍ୟ ସରକାରଙ୍କ ଆବଶ୍ୟକତା ଅନୁଯାୟୀ ପ୍ରତିଦିନ ପ୍ରାୟ ୧୦୦ ମେଟ୍ରିକ ଟନ LMO ପଠାଉଛି । Advertisement
ଏଚଡ଼ିଏଫସି ବ୍ୟାଙ୍କର ପୂର୍ବତନ ମ୍ୟାନେଜରଙ୍କୁ ଅଟକ ଘଟଣା – ତତ୍କାଳୀନ ଆଇଆଇସି ଓ ଆଇଓଙ୍କୁ ଦାୟୀକଲା ଓଏଚଆରସି ତଦନ୍ତ ଟିମ୍ ଅନୁଗୁଳ – ଅନୁଗୁଳ ଥାନାରେ ଜଣେ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଥାନାରେ ଅଟକ ରଖିବା ପରେ ତାଙ୍କୁ ଜେଲ୍ କୁ ପଠାଇବା ଏବେ…
ଦୁର୍ଗାବିହାର ଅଂଚଳରୁ ସେକ୍ସ ରାକେଟ ଠାବ ଅନୁଗୋଳ – ଅନୁଗୋଳ ସହର ଉପକଣ୍ଠ ଦୁର୍ଗାବିହାର ଅଂଚଳରୁ ସେକ୍ସ ରାକେଟ ଠାବ କରିଛି ଅନୁଗୋଳ ପୁଲିସ । ଅନେକ ଦିନ ହେଲା ଏକ ଭଡା ଘରେ…
ନିଖୋଜ ବିରଜୁ କୁଲୁ ତାଳଚେରରୁ ଉଦ୍ଧାର ଅନୁଗୁଳ – ନିଖୋଜ ବିରଜୁ କୁଲୁଙ୍କ ମିଳିଲା ପତ୍ତା । ପାକିସ୍ତାନରୁ ଫେରିଥିବା ସୁନ୍ଦରଗଡର ବିରୁଜୁ କୁଲୁ ଓଡିଶାରେ ପୁଣି ନିଖୋଜ ହୋଇଯାଇଥିଲେ । ଥାନାରେ ବିରିଜୁଙ୍କ…