ମୁଖ୍ୟ ଖବର ଖଣିରେ ଦୁର୍ଘଟଣା – ଜଣେ ମୃତ Angul OnlineJuly 18, 2023July 18, 2023 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣିର ସାଇଲୋ ରାସ୍ତାରେ MCL ର ପାଣି ଡମ୍ଫର ମାଡିଯାଇ ଜଣେ ଖଣି କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସୁଶାନ୍ତ ପ୍ରଧାନ ,ସେ ତାଳଚେର ବଲଣ୍ଡା ଗ୍ରାମରୁ ବୋଲି ଜଣାପଡିଛି । ସୂଚନା ଅନୁସାରେ , ସୁଶାନ୍ତ ଖଣି ରାସ୍ତାରେ ପାଣି ପକେଇବାକୁ ପାଣି ଡମ୍ଫରଟି ଧରି ଯାଉଥିବା ବେଳେ କୋଣସି କାରଣବଶତଃ ସେହି ଡ଼ମ୍ଫରଟିକୁ ଠିଆକରି ତଳକୁ ଓଲାହି ଥିଲେ । ପରେ ଡମ୍ଫରଟି ଆପେ ଆପେ ଗଡିଯିବାରୁ ପ୍ରଶାନ୍ତ ଗାଡିକୁ ରୋକିବା ପାଇଁ ଚେଷ୍ଟା କରୁଥିବା ବେଳେ ଡମ୍ଫର ଚକାତଳେ ପଡି ଯାଇଥିଲେ । ଫଳରେ ତାଙ୍କ ଉପରେ ଡମ୍ଫରଟି ମାଡ଼ିଯାଇଥିଲା ଏବଂ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପ୍ରଶାନ୍ତ ଲିଙ୍ଗରାଜ ଖଣିରେ ଡମ୍ଫର ଅପରେଟର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁକୁ ନେଇ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା । ପରେ ଖଣି କର୍ତ୍ତୃପକ୍ଷ କ୍ଷତିପୂରଣ ରାଶି ଦେବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଖବର ପାଇ ପୋଲିସ ଶବ ବ୍ୟବଛେଦ କରି ଅଧିକ ତଦନ୍ତ କରିଛି । Advertisement
ଗୋ ମାଂସ ବିକ୍ରି କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ନିର୍ଧୂମ ମାଡ – ଗିରଫ କଲା ପୁଲିସ ତାଳଚେର – ବଜାର ଉପରେ ଗୋ ମାଂସ ବିକ୍ରି ଅଭିଯୋଗରେ ତାଳଚେର ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ରାଷ୍ଟ୍ରୀୟ ବଜରଙ୍ଗ ଦଳ , ତାଳଚେର ଶାଖାର…
ରୋଟାରୀ ପବ୍ଲିକ ସ୍କୁଲ ନାମରେ ଗୁରୁତର ଅଭିଯୋଗ – ୧୫ ଦିନ ମଧ୍ୟରେ କାର୍ଯ୍ୟନୁଷ୍ଠାନ ପାଇଁ ଆଦେଶ ଅନୁଗୁଳ – ଅନୁଗୁଳ ସହରର ଏକ ପ୍ରସିଦ୍ଧ ବେସରକାରୀ ଶିକ୍ଷାନୁଷ୍ଠାନକୁ କେନ୍ଦ୍ର କରି ବଡ଼ ବିବାଦ ସୃଷ୍ଟି ହୋଇଛି । ବିଭିନ୍ନ ଗୁରୁତର ଅଭିଯୋଗ ଉଠିବା ପରେ,…
୨୦୨୭ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ NTPC TTPS ଅନୁଗୁଳ – ୨୦୨୭ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବନ୍ଦ ହୋଇ ଯାଇଥିବା NTPC TTPS ର ପ୍ରଥମ ୟୁନିଟ । ଏଥିପାଇଁ ପ୍ଲାଣ୍ଟର…