ଅପରାଧ ଟଙ୍କା ପାଇଁ ମା’କୁ ହତ୍ୟାକଲା ପୁଅ !! Angul OnlineJune 18, 2022June 18, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ଘଣ୍ଟପଡା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ କିଛି ଟଙ୍କା ପାଇଁ ମାଆକୁ ପୁଅ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ଘଣ୍ଟପଡା ଗ୍ରାମର ଜୁଳେଇ ବିଶ୍ୱାଳ । ସୂଚନା ଅନୁସାରେ ମୃତକ ଜୁଳେଇ ବିଶ୍ୱାଳ ଘରେ ଟିଭି ଦେଖୁଥିବା ସମୟରେ କେହି ଦୁର୍ବୃତ୍ତ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ବାହାରକୁ ଆସି ପାଟି କରିବାରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ନେହେରୁ ଶତାବ୍ଦୀ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣା ସ୍ଥଳରେ କୋଲିୟାରୀ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ମାଆକୁ ହତ୍ୟା କରିବା ସନ୍ଦେହରେ ଅଭିଯୁକ୍ତ ପୁଅ ମନୋଜ ବିଶ୍ୱାଳକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ତେବେ ମାକୁ ଟଙ୍କା ମାଗିବା ପରେ ମା ଟଙ୍କା ନ ଦେବାରୁ ଉତ୍ତ୍ୟକ୍ତ ହୋଇ ସେ ଏଭଳି ହତ୍ୟାକାଣ୍ଡ କରିଥିବା ସନ୍ଦେହ କରା ଯାଉଛି । Advertisement
ଭୁଜାଲିରେ ହାଣି ଲୁଟି ନେଲେ ୨ ଲକ୍ଷ ଟଙ୍କା ଛେଣ୍ଡିପଦା – ଭୁଜାଲିରେ ଆକ୍ରମଣ କରି ଗ୍ରାହକ ସେବା କେନ୍ଦ୍ରର ମାଲିକଙ୍କ ଠାରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି ଦୁବୁର୍ତ୍ତ । ଭୁଜାଲି ଆକ୍ରମଣରେ…
ଜ୍ବାଇଁର ଛୁରା ମାଡରେ ପୂର୍ବତନ ସରପଞ୍ଚ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡା ଗାଁରେ ଅଘଟଣ । ଜ୍ୱାଇଁ ର ଛୁରା ମାଡରେ ଦାଦା ଶ୍ୱଶୁର ମୃତ…
ଟିଉସନ ଗଲା ବାଟରେ ନାବାଳିକା ଦୁଷ୍କର୍ମ ,ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଶନିବାର ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରୀ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।…