ଅପରାଧ ୮୨ ଗ୍ରାମ ହେରୋଇନ ଜବତ , ଜଣେ ଗିରଫ Angul OnlineJanuary 29, 2023January 29, 2023 ଅନୁଗୋଳ – ଅନୁଗୋଳ ସଦର ଅବକାରୀ ବିଭାଗ ନାଲକୋନଗର ଥାନା ଅଞ୍ଚଳରୁ ୮୨ ଗ୍ରାମ ହେରୋଇନ ଜବତ କରିବା ସହ ଏହି ଚୋରା କାରବାରରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ କନିଆବେଡା ଗାଁର ୨୬ ବର୍ଷୀୟ ଯୁବକ ବିବେକ କୁମାର ଦାସ ବୋଲି ଜଣାପଡିଛି । ସୂଚନା ଅନୁସାରେ ବିବେକ ଅନେକଦିନ ହେଲା ଏହି ଚୋରା କାରବାରରେ ସମ୍ପୃକ୍ତ ଥିବା ଅବକାରୀ ବିଭାଗ ସୂଚନା ପାଇବା ପରେ ତା ଉପରେ ନଜର ରଖିଥିଲା । ଆଉ ଗତକାଲି ସେ ବିକ୍ରି ପାଇଁ ହେରୋଇନ ରଖିଥିବା ଜାଣିବାକୁ ପାଇ ତାକୁ ଅଟକ ରଖି ପଚରାଉଚରା କରିଥିଲା । ଜାଞ୍ଚ ବେଳେ ତା ନିକଟରୁ ୮୨ ଗ୍ରାମ ଜବତ କରାଯାଇଥିଲା । Advertisement
ବିପୁଳ ପରିମାଣର ନକଲି ବିଦେଶୀ ମଦ ଠିପି ଓ ଲେବଲ ଜବତ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ରାଣୀଗୁଡା ରେ ଅବକାରୀ ବିଭାଗ ଓ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ…
ମୋବାଇଲ ଚୋରି ଅଭିଯୋଗରେ କକା-ପୁତୁରା ଗିରଫ ଅନୁଗୁଳ – ଅନୁଗୁଳ ସାପ୍ତାହିକ ହାତରୁ ମୋବାଇଲ ଚୋରି କରିବା ଅଭିଯୋଗରେ ଅନୁଗୁଳ ପୁଲିସ ଆଜି ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ପଶ୍ଚିମବଙ୍ଗ…
ଦହିବରା ଦୋକାନୀକୁ ବଟି ପାଇଁ ମାଡ ମାରିବା ଘଟଣା – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଟାଉନ୍ ଥାନା ଅଧୀନ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଜଣେ ଦହିବରା ବେପାରୀ ଦାଦାବଟି ନଦେବାରୁ ମାରଣାସ୍ତ୍ରରେ ଆକ୍ରମଣର ଶିକାର ହୋଇଥିଲେ…