ଅପରାଧମୁଖ୍ୟ ଖବର ଶିକାରୀ ହେଲା ଶିକାର – ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାଶରେ ପଡି ଶିକାରୀର ମୃତ୍ୟୁ Angul OnlineJanuary 28, 2021January 28, 2021 ଅନୁଗୁଳ – ଅନୁଗୁଳ ବ୍ଲକ ପୁରୁଣାକୋଟ ଥାନା ଅଞ୍ଚଳରେ ଆଜି ଜଣେ ଶିକାରୀ ନିଜେ ଶିକାର ହୋଇଥିବା ଜଣା ପଡିଛି । ଶିକାରୀ ଜଣଙ୍କ ବିଦ୍ୟୁତ ତାର ଦ୍ଵାରା ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ତାର ବିଛାଉଥିବା ବେଳେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶିକାରୀର ଜୀବନ ଯାଇଛି । ସୂଚନା ଅନୁସାରେ ଜରପଡ଼ା ରେଞ୍ଜ ରୋଡ଼ସିଙ୍ଗା ଗ୍ରାମର ଉମାକାନ୍ତ ପ୍ରଧାନ ଗତକାଲି ସନ୍ଧ୍ୟାରେ ଗାଁ ନିକଟରେ ଥିବା ପଥରି ଜଙ୍ଗଲକୁ ବନ୍ୟଜନ୍ତୁ ଶିକାର କରିବା ପାଇଁ ବିଦ୍ୟୁତ ତାର ନେଇ ଯାଇଥିଲେ । ତେବେ ଆଜି ସକାଳ ସୁଦ୍ଧା ସେ ଘରକୁ ଫେରିନଥିବା ବେଳେ ପରିବାର ଲୋକେ ଆଜି ଜଙ୍ଗଲରେ ଉମାକାନ୍ତଙ୍କୁ ଖୋଜାଖୋଜି କରିଥିଲେ । ଖୋଜାଖୋଜି ବେଳେ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପଥରି ଜଙ୍ଗଲରେ ବିଦ୍ୟୁତ ତାର ବିଛାଉଥିବା ସମୟରେ ସେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରା ଯାଉଛି । ଖବର ପାଇ ପୁରୁଣାକୋଟ ପୁଲିସ, ବନ କର୍ମଚାରୀ ଓ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । Advertisement
ସଟର ତାଡି ଦୋକାନରୁ ଚୋରି – ଲୁଟିନେଲେ ଟଙ୍କା , ମୋବାଇଲ ଓ କମ୍ପ୍ୟୁଟର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ହାଟଛକରେ ଥିବା ଏକ ମୋବାଇଲ ଦୋକାନରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି । ଦୋକାନ ମାଲିକ ସନାତନ ପାଳ…
ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଏନ୍ ଟି ପି ସି ଥାନା ଅଞ୍ଚଳର ଜଣେ ୧୩ ବର୍ଷ ନାବାଳିକାକୁ ୨୦୨୩ ମସିହାରେ ଅପହରଣ ଓ ଦୁଷ୍କର୍ମ କରିଥିବା…
ଭାଇକୁ ପିଟି ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ଆଠମଲ୍ଲିକ – ପାରିବାରିକ ବିବାଦକୁ ନେଇ ହତ୍ୟାକାଣ୍ଡ । ସମ୍ପର୍କୀୟ ଭାଇକୁ ପିଟି ହତ୍ୟା ଭାଇ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକରୁ ବୌଦ୍ଧ ଯାଇଥିବା ୬୨ ନମ୍ବର…