ଅପରାଧ ଗୋରୁ ଚାଲାଣ ବେଳେ ଧରା ପଡିଲା ଟ୍ରକ – ଶତାଧିକ ଗୋରୁ ଜବତ Angul OnlineAugust 18, 2022August 18, 2022 ପାଲଲହଡା – ଜାତୀୟ ରାଜପଥ ୪୯ ରେ ବେଆଇନ ଗୋରୁ ଚାଲାଣ ବେଳେ ପାଲଲହଡ଼ା ପୁଲିସ ଧରିବାକୁ ସକ୍ଷମ ହୋଇଛି । ଏହା ସହ ଚାଲାଣ ହେଉଥିବା ଶତାଧିକ ଗୋରୁ ଉଦ୍ଧାର କରା ଯାଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଦେଇ ଯାଇଥିବା ଜାତୀୟ ରାଜପଥ ଦେଇ ବରଗଡରୁ କଲିକତା ଗୋରୁ ଚାଲାଣ ହେଉଥିବା ପୁଲିସକୁ ସୂଚନା ମିଳିଥିଲା । ଏଥିପାଇଁ ବିଲମ୍ବିତ ରାତିରେ ପାଲଲହଡ଼ା ପୁଲିସ ପାଲଲହଡ଼ା ଠାରେ ଜଗି ରହିଥିଲା । ରାତି ପ୍ରାୟ ୩ ଟା ବେଳେ ଏକ ଟ୍ରକ ଯୋଗେ ଗୋରୁ ଯାଉଥିବା ବେଳେ ଗାଡିକୁ ଅଟକାଇ ଯାଞ୍ଚ କରା ଯାଇଥିଲା । ଯାଞ୍ଚ ବେଳେ ସେଥିରେ ପ୍ରାୟ ୧୦୦ରୁ ଅଧିକ ଗୋରୁ ଥିବା ବେଳେ ଚାଲାଣ କରୁଥିବା ୨ ଜଣଙ୍କୁ ଅଟକ ରଖିଥିଲା । ପଚରାଉଚରା ବେଳେ ଏହି ଗୋରୁ ବରଗଡରୁ କଲିକତା ଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା । ଗାଡ଼ିରେ ଥିବା ଗୋରୁ ଗୁଡିକୁ ପୁଲିସ ଉଦ୍ଧାର କରି ଗୋଶାଳାକୁ ପଠାଇଥିବା ବେଳେ ୨ ଜଣ ଅଣଓଡ଼ିଆଙ୍କୁ ଗିରଫ କରିଛି । Advertisement
ମେଡିସିନ ରିପ୍ରେଜେଣ୍ଟିଭଙ୍କୁ କଟୁରୀରେ ହାଣି ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବୁଢାପାଳ- ଛେଣ୍ତିପଦା ଜାତୀୟ ରାଜପଥ ୧୫୩(ବି)ର ନୂଆପଡା ଗାଁ ନିକଟରେ ଥିବା କାଜୁ ବଗିଚା ଠାରୁ ଜଣେ ମେଡିସିନ…
ଏକ କୋଟି ୮୫ ଲକ୍ଷ ଟଙ୍କାର ହିସାବ ନାହିଁ – ଥାନାରେ ଅଭିଯୋଗ ଅନୁଗୋଳ – ଆଇସିଆଇ ବ୍ୟାଙ୍କରୁ ୧ କୋଟି ୮୫ଲକ୍ଷ ଟଙ୍କା ହଡପ ନେଇ ଥାନାରେ ଅଭିଯୋଗ । ଜଣେ ଅଟକ । ଅନୁଗୋଳ ଜିଲା ଛେଣ୍ଡିପଦା ରେ…
ସିରିଜ ଲୁଟ – ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଟଙ୍କା ସୁନା ଲାପଟପ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ସିରିଜ ଲୁଟ । ଲୁଟେରା ଗ୍ୟାଙ୍ଗ ତାଳଚେର ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି। ବିଳମ୍ବିତ ରାତିରେ ଲୁଟେରା ଗ୍ୟାଙ୍ଗ କିଛି…