ଅନୁଗୁଳ ଡାଇରିଆମ ପର୍ଯ୍ୟଟନ ସ୍ଥଳୀ ବଣଭୋଜି ପାଇଁ ଉତ୍କୃଷ୍ଟ ସ୍ଥାନ – ପାତ୍ରପଡାର ମା’ବାୟାଣୀ ପୀଠ Angul OnlineDecember 25, 2020December 26, 2023 ଅନୁଗୋଳ – ଆଉ ମାତ୍ର କିଛି ଦିନ ପରେ ନବବର୍ଷ । ନୂଆ ଉତ୍ସାହ ଓ ଉଦ୍ଦୀପନା ସହ ନବବର୍ଷ ପାଳନ ପାଇଁ ଲୋକେ ଏବେଠାରୁ ପ୍ରସ୍ତୁତ ହେଲେଣି । ନବବର୍ଷ ସାଙ୍ଗକୁ ବଣଭୋଜି ପାଇଁ ମଧ୍ୟ ଏବେଠାରୁ ସମସ୍ତେ ପ୍ରସ୍ତୁତ । ଶୀତର କୋହଲା ପରସ ମନ ଅଥୟ କଲାଣି । ଜଙ୍ଗଲ ବି ହାତ ଠାରି ଡାକିଲାଣି । ଜଞ୍ଜାଳମୟ ଜୀବନରୁ ଏବେ ଟିକେ ଫୁରସତ ଲୋଡା । କର୍ମରୁ ବିରତି ନେଇ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ମନ ବଳିଛି । ପିଲାଠୁ ବୁଢା ସମସ୍ତଙ୍କୁ ଏବେ ବଣଭୋଜିର ମାୟା ଘାରିଛି । ଏହି ଆକାଂକ୍ଷାକୁ ସାକାର କରିବାକୁ ଅନୁଗୋଳ ଜିଲ୍ଲାରେ ଥିବା ବିଭିନ୍ନ ସ୍ଥାନ ମଧ୍ୟରୁ ଛେଣ୍ଡିପଦା ବ୍ଲକର ପାତ୍ରପଡାଠାରେ ଥିବା ମା ବାୟାଣୀଙ୍କ ପୀଠ ସବୁଠାରୁ ଆଗରେ ରହିବ । ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ୍ର ପାତ୍ରପଡା ମା ବାୟାଣୀଙ୍କ ପୀଠ । ଅନୁଗୋଳ ସଦର ମହକୁମାଠାରୁ ମାତ୍ର ୫୮ କିମି ଦୂର । ପାତ୍ରପଡା ଗ୍ରାମର ଦେବୀନଗର ପାହାଡର ପାଦ ଦେଶରେ ରହିଛି ଏହି ଆଦର୍ଶ ପର୍ଯ୍ୟଟନ ସ୍ଥଳ ଓ ମା ବାୟାଣୀ ଠାକୁରାଣୀଙ୍କ ମନ୍ଦିର । ପାର୍ଶ୍ଵରେ ବହି ଯାଉଛି ଚିରସ୍ରୋତା ମାଦେଳିଆ ଯୋର । ଉକ୍ତ ଯୋରରେ ମନ୍ଦିରର ଉପରି ଭାଗରେ ରହିଛି ବ୍ରିଟିସ ମାନଙ୍କ ଚୁନପଥରରେ ନିର୍ମିତ ଡ୍ୟାମ । ମନ୍ଦିର ପାଖରେ ରହିଛି ବହୁପୁରାତନ ବାଘଦରୀ ମଠ ଓ ଗୁମ୍ଫା ଏବଂ ଜଗନ୍ନାଥ ମନ୍ଦିର ସହ ଏକ ଆକର୍ଶଣୀୟ ଫୁଲବଗିଚା । ପର୍ବତର ପାଦଦେଶ ଘଞ୍ଚ ଜଙ୍ଗଲରେ ପରିପୁର୍ଣ୍ଣ ଓ ପ୍ରାକୃତିକ ସୋନ୍ଦର୍ଯ୍ୟରେ ଭରପୁର । ଯେହେତୁ ପୀଠ ସ୍ଥଳରେ ବିଭିନ୍ନ ପ୍ରକାର ଆକର୍ଶଣୀୟ ସ୍ଥାନ ରହିଛି ଏବଂ ବଣଭୋଜି ସହ ପରିବେଶକୁ ଉପଭୋଗ କରିହୁଏ । ତେଣୁ ଉକ୍ତ ସ୍ଥାନଟିକୁ ଗ୍ରାମବାସୀଙ୍କ ବହୁ ଅଭିଯୋଗ କ୍ରମେ ରାଜ୍ୟସରକାର ୧୯୯୮ମସିହାରେ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇଛନ୍ତି । ତେଣୁ ଏହି ପ୍ରାକୃତିକ ସୋନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପ୍ରତେକ ବର୍ଷ ନଭେମ୍ବର ମାସଠାରୁ ମେ ମାସ ପର୍ଯ୍ୟନ୍ତ ବଣଭୋଜିରେ ଚଳଚଂଚଳ ହୋଇଉଠେ ଉକ୍ତ ସ୍ଥାନ । ଚଳିତ ବର୍ଷ ବିଶେଷ କରି ଆଜି ଠାରୁ ପର୍ଯ୍ୟଟକଙ୍କ ଭିଡ ଲାଗିଲାଣି । ସ୍ଥାନଟି ଅନୁଗୋଳଠାରୁ ଛେଣ୍ଡିପଦା ଦେଇ ଯାଇ ପାରିବେ ଏବଂ ଜାତୀୟ ରାଜପଥ – ୫୫ ର ହଣ୍ଡପା ଠାରୁ ୧୭ କିମି ଗଲେ ସେଠାରେ ପହଞ୍ଚି ପାରିବେ ବଣ ଭୋଜି ଯୋଗୁଁ ଭିଡ ପାଇଁ ଏହି ସ୍ଥାନଟି ଚଳଚଞ୍ଚଳ ହୋଇ ଉଠିଛି । ଅନ୍ୟ ପକ୍ଷରେ ଉନ୍ନତି ମୁଳକ କାର୍ଯ୍ୟରେ ଗ୍ରାମ୍ୟ କମିଟିର ଭୁମୀକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଏପରିକି ଗ୍ରାମବାସୀ ଗ୍ରାମର କ୍ଲବ୍ ଓ ଯୁବକ ସଂଘ ମଧ୍ୟ ପୀଠର ଉନ୍ନତି ପାଇଁ ସଦା ଜାଗ୍ରତ । ବର୍ତମାନ ଭୋଜିରେ ବହୁଳ ଭାବରେ ଭିଡ ଲାଗିଥିବାରୁ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଛେଣ୍ଡିପଦା ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଉଛି ଏବଂ କ୍ଳବ୍ ଓ ଯୁବକ ସଂଘ ସଦସ୍ୟ ମାନେ ଭିଡ ସମୟରେ ପୀଠ ସ୍ଥଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ସଦା ପ୍ରସ୍ତୁତ ହୋଇ ରହିଛନ୍ତି Advertisement
ଚୁମ୍ବକୀୟ ମଣିଷ – ଦେହରେ ଲାଗି ରହୁଛି ଲୁହା ତାଳଚେର – କରୋନା ଟିକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ବଢିଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଭିଡିଓ ଭାଇରାଲ ପରେ ଏବେ ଅନୁଗୁଳ…
ହଜି ଯାଇଥିବା ସ୍ମୃତିକୁ ମିଳିଲା ପୁନର୍ଜୀବନ – ସଜେଇ ହେଉଛି ରାଜବାଟୀ ଅଞ୍ଚଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଥିବା ରାଜବାଟୀ , କେଉଁ ଦିନରୁ ଅବହେଳିତ ହୋଇ ପଡି ରହିଥିଲା । ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ…
ସୁନ୍ଦରୀର ଘରବାହୁଡ଼ା – ଯନ୍ତାରେ ଧରା ନ ଦେବାରୁ କରାଗଲା ଟ୍ରାଙ୍କୁଲାଇଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଦୀର୍ଘ ୩ ବର୍ଷ ହେବ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ…