ଅନୁଗୁଳ ଡାଇରିମୁଖ୍ୟ ଖବର ଚୁମ୍ବକୀୟ ମଣିଷ – ଦେହରେ ଲାଗି ରହୁଛି ଲୁହା Angul OnlineJune 12, 2021June 12, 2021 ତାଳଚେର – କରୋନା ଟିକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ବଢିଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଭିଡିଓ ଭାଇରାଲ ପରେ ଏବେ ଅନୁଗୁଳ ଜିଲ୍ଲାରେ ମଧ୍ୟ ଏଭଳି ଏକ ଘଟଣା ସାମନାକୁ ଆସିଛି । ଅନୁଗୁଳ ଜିଲା ତାଳଚେର ରାମଚନ୍ଦ୍ର ବଜାରରେ ସରୋଜ (ବାବୁଲି) ମହାରଣା ନାମକ ଜଣେ ବ୍ୟକ୍ତି ଇଲୋଟ୍ରୋନିକସ ଜିନିଷ ମରାମତି ଦୋକାନ ଦେଇଛନ୍ତି । ସେ ଏପ୍ରିଲ ମାସ ୮ ତାରିଖରେ କରୋନା ଟିକା ନେଇଥିଲେ । ଗତକାଲି ବିଭିନ୍ନ ସ୍ଥାନରେ ଟିକା ନେବାପରେ ଦେହରେ ଚୁମ୍ବକୀୟ ଶକ୍ତି ହେଉଥିବା ଭିଡିଓ ଭାଇରାଲ ଓ ଖବର ପ୍ରସାରଣ ପରେ ସେ ପରୀକ୍ଷା ମୂଳକ ଭାବେ ନିଜ ଦେହରେ ଲୁହା ସାମଗ୍ରୀ ଲଗାଇଥିଲେ । ଆଉ ଆଶ୍ଚର୍ଯ୍ୟର ବିଷୟ ଯେ ସେହି ଲୁହାରେ ତିଆରି ସ୍କ୍ରୁ ଡ୍ରାଇଭର , ପ୍ଲାସ ,ଚିମୁଟା ଆଦି ଲାଗି ରହିଥିଲା । ସଙ୍ଗେ ସଙ୍ଗେ ଏହି ଖବର ଶୁଣି ବହୁ ଲୋକ ଘଟଣା ଦେଖିବାକୁ ଆସିବା ସହ ପରୀକ୍ଷା କରିଥିଲେ । ଆଉ ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ଏକ ଅଜବ ଘଟଣା ହୋଇଥିବା ବେଳେ ତାଳଚେର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଭଳି ଚୁମ୍ବକୀୟ ପରିସ୍ଥିତି କାହିକି ସୃଷ୍ଟି ହୋଇଛି ତାହା ଜଣା ପଡି ନାହିଁ । ସେ ଆଜି ଡାକ୍ତରଖାନା ଯାଇ ଡାକ୍ତରଙ୍କ ପରାମର୍ଶ ନେଇଥିବା ଜଣା ପଡିଛି । ତେବେ ତାଙ୍କର ଅନ୍ୟ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥିବା ସେ କହିଛନ୍ତି । https://angulonline.com/odia/wp-content/uploads/2021/06/magnet-man.mp4 Advertisement
ତାଳଚେର ଲୋକ ମହୋତ୍ସବ : ଅସୀମା ପଣ୍ଡାଙ୍କ ସଙ୍ଗୀତରେ ଝୁମିଲେ ହଜାର ହଜାର ଶ୍ରଦ୍ଧାଳୁ। ତାଳଚେର ମାଟିରେ ଭକ୍ତିର ଆରତି, ଅସୀମାଙ୍କ ସ୍ୱରରେ ଝୁମିଲେ ଶ୍ରଦ୍ଧାଳୁ ଶହ ଶହ ଶତୀ।” “ଅଗ୍ନିରୂପା ମା’ଙ୍କ ଚରଣେ ଭକ୍ତଙ୍କ ସମର୍ପଣ; ଲୋକ ମହୋତ୍ସବରେ ସଂସ୍କୃତିର ମହାମିଳନ।”“ହିଙ୍ଗୁଳା…
ହିଙ୍ଗୁଳା ପୀଠରେ ଶିଳ୍ପ ଓ ସଂସ୍କୃତିର ମହାସଙ୍ଗମ: ଷଷ୍ଠ ସନ୍ଧ୍ୟାରେ ଛୁଟିଲା ଶ୍ରଦ୍ଧାଳୁଙ୍କ ସୁଅ ତାଳଚେର – ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବିଶ୍ୱ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ଆଜି ଷଷ୍ଠ ଦିବସରେ ଏକ ନୂତନ…
ଭାଙ୍ଗିଲା ୧୦ ବର୍ଷର ରେକର୍ଡ – ଅନୁଗୁଳ ସବୁଠୁ ଉତ୍ତପ୍ତ ଅନୁଗୁଳ – ଓଡ଼ିଶାର ଉତ୍ତପ୍ତ ସହର ହୋଇଛି ଅନୁଗୁଳ । ରବିବାର ସହରର ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ଼ କରାଯାଇଛି । ଏହା ରାଜ୍ୟର ସବୁଠୁ ଅଧିକ…