ଅପରାଧ ଡକାୟତି ଉଦ୍ୟମ ବେଳେ ପୁଲିସର ଚଢ଼ାଉ – ୫-ଗିରଫ Angul OnlineOctober 14, 2021October 15, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ପାଇଁ ଉଦ୍ୟମ ହେଉଥିବା ବେଳେ ୫ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବିହାରୀପୁର ଗ୍ରାମର ଦୀପୁ ନାଏକ , ଚାଉଳିକୁଟା ଗ୍ରାମର ହାପି ନାଏକ , ରେମୁଆଁ ମୁଣ୍ଡା ସାହିର ସରୋଜ ସିଂହ, ଚାଉଳିକୁଟା ଗ୍ରାମର କପିଳ ନାଏକ ଓ ଧରମପୁର ଗ୍ରାମର କମଳାକାନ୍ତ ମହାପାତ୍ର । ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ , ଗିରଫ ଅଭିଯୁକ୍ତ ମାନେ ପିସ୍ତଲ, ଖଣ୍ଡା, ଭୁଜାଲି ଭଳି ମାରାଣାସ୍ତ୍ର ଧରି ଏକ ବଡ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ତାଳଚେର ପୁଲିସ ଚଢ଼ାଉ କରିବା ସହ ଏକ ବଡ଼ ଧରଣର ଡକାୟତି ପଣ୍ଡ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତ ମାନେ ତାଳଚେର ଅଞ୍ଚଳର ବିଭିନ୍ନ ସ୍ଥାନରେ ହୋଇଥିବା ଚୋରି , ରାହାଜାନିରେ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି । ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । Advertisement
ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ସହିଦ ଅରୁଣଙ୍କ ପ୍ରତିମୂର୍ତ୍ତି ନିକଟରୁ ବନ୍ଧୁକ ଦେଖାଇ ୩୫ ହଜାର ଟଙ୍କା…
ନାବାଳକଙ୍କ ଠାରୁ ଚୋରି ମୋଟରସାଇକେଲ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହର ଓ ଏହାର ଆଖପାଖ ଅଞ୍ଚଳରୁ ବିଭିନ୍ନ ସମୟରେ ମୋଟରସାଇକେଲ ଚୋରି ହେଉଥିବା ବେଳେ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି ।…
୧ କୋଟି ୬୮ ହଜାର ପାଞ୍ଚ ଶହ ୯୨ ଟଙ୍କା ଠକେଇ ସହ ସମ୍ପୃକ୍ତ ୩ ଗିରଫ ଅନୁଗୁଳ – ୧ କୋଟି ୬୮ ହଜାର ପାଞ୍ଚ ଶହ ୯୨ ଟଙ୍କା ଠକେଇ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ୩ ଗିରଫ । ସେମାନଙ୍କ ନିକଟରୁ…