ମୁଖ୍ୟ ଖବର ଦୁର୍ଘଟଣାରେ ବାପା ମୃତ , ଝିଅ ଗୁରୁତର Angul OnlineOctober 13, 2021October 13, 2021 ଅନୁଗୁଳ – ଅନୁଗୁଳ ଥାନା ତୁରଙ୍ଗ ନିକଟ ୫୫ ନଂ ଜାତୀୟ ରାଜପଥରେ ବୁଧବାର ସକାଳେ ଏକ ଟ୍ୟାଙ୍କର ଧକ୍କାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ , ମିଶ୍ରପଡାର ବିଶ୍ୱ ନାୟକ ନାମକ ଜଣେ ବ୍ୟକ୍ତି ମୋଟରସାଇକେଲରେ ତାଙ୍କ ଝିଅ ସୁପ୍ରଭାକୁ କାଣ୍ଡସର ଛାଡ଼ିବାକୁ ଯାଉଥିଲେ । ତେବେ ତୁରଙ୍ଗ ନିକଟରେ ସେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କରକୁ ଓଭରଟେକ୍ କରୁଥିବା ବେଳେ ମୋଟରସାଇକେଲ ଚକ ଖସି ଯିବାରୁ ବିଶ୍ୱ ଟ୍ୟାଙ୍କର ଚକ ତଳେ ପଡି ଯାଇଥିବା ବେଳେ ସୁପ୍ରଭା ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଶ୍ବଙ୍କ ମୃତ୍ୟୁ ହୋଇଥିଲା । ଝିଅ ସୁପ୍ରଭାଙ୍କ ଅବସ୍ଥା ଭଲ ନଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଅନୁଗୁଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କର ଓ ମୋଟରସାଇକେଲକୁ ଜବତକରି ଏକ ମାମଲା ରୁଜୁ କରିଛି । ଟ୍ୟାଙ୍କର ଚାଳକ ଥାନାରେ ଆତ୍ମସମର୍ପଣ କରିଥିବା ଜଣା ପଡ଼ିଛି । Advertisement
ନାଲକୋର ଉତ୍କଳ ଡି ଓ ଇ, କମ୍ପାନୀ କାର୍ଯ୍ୟକୁ ବନ୍ଦ କରି ୨୩ ଜଣ କ୍ଷତିଗ୍ରସ୍ତ ପ୍ରଜା ଗିରଫ ଛେଣ୍ଡିପଦା – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରପଦା ଗ୍ରାମ ପଂଚାୟତର ଗୋପିବଲ୍ଲଭପୁର ଠାରେ ନାଲକୋର ଉତ୍କଳ “ଡି” ଓ “ଇ”, କମ୍ପାନୀ ପକ୍ଷରୁ ପ୍ରସ୍ତାବିତ…
ଅନ୍ଧବିଶ୍ୱାସର କରୁଣ ଚିତ୍ର – ଗୁଣି ଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା !! ପାଲଲହଡା – ବିଜ୍ଞାନ ଯୁଗରେ ମଧ୍ୟ ଲୋକ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ଅନୁଗୁଳ ଜିଲ୍ଲାରେ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ଗୁଣିଗାରେଡି ସନ୍ଦେହରେ ତିନି…
ଚୋରି ଆଉ ହଜିଥିବା ମୋବାଇଲ ବାଣ୍ଟିଲା ପୁଲିସ ଅନୁଗୁଳ – ହାଟକୁ ଯାଇଥିବା ବେଳେ ମୋବାଇଲ ଚୋରି ହୋଇ ଯାଇଥିଲା । ରାସ୍ତାରେ ଗଲାବେଳେ ମୋବାଇଲ ପଡି ଯାଇଥିଲା । ଏଭକି ଅନେକ ଅଭିଯୋଗ ବିଭିନ୍ନ…