ଅପରାଧ କେୱାଇସି ଅପଡେଟ୍ କରିବା ନାଁରେ ୧ ଲକ୍ଷ ୭୪ ହଜାର ଟଙ୍କା ଲୁଟ Angul OnlineAugust 16, 2023August 16, 2023 ଅନୁଗୁଳ – ବ୍ୟାଙ୍କ୍ ଖାତାର କେୱାଇସି ଅପଡେଟ୍ କରିବା ନାଁରେ ୧ ଲକ୍ଷ ୭୪ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ଅନୁଗୁଳ ସହର ଶିମିଳିପଡ଼ାର ଜର୍ଜ ଭର୍ଗିସ୍ ନାମକ ଜଣେ ବ୍ଯକ୍ତି ଏଭଳି ଠକାମିର ଶୀକାର ହୋଇଛନ୍ତି । ସୂଚନା ଅନୁସାରେ, ଗତ ୧୪ ତାରିଖ ଅପରାହ୍ନରେ ତାଙ୍କ ବ୍ୟାଙ୍କ ଖାତାର କେୱାଇସି ଅପଡେଟ୍ କରିବାକୁ ଏକ ମୋବାଇଲ୍ ନମ୍ବରରୁ କଲ୍ ଆସିଥିଲା । କଲ୍ କରିଥିବା ଲୋକ ନିଜକୁ ଆଇସିଆଇସିଆଇ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରୁ ବୋଲି ପରିଚୟ ଦେବା ସହ ଏକ ଲିଙ୍କ ପଠାଇଥିଲା । ଏହି ଲିଙ୍କ୍ରେ କ୍ଲିକ୍ କରି କେୱାଇସି ଅପଡେଟ୍ କରିବାକୁ ସେ ପରାମର୍ଶ ଦେଇ ବ୍ୟାଙ୍କ ଡିଟେଲସ ମାଗିଥିଲେ । ଏହା ପରେ ତାଙ୍କ ତାଙ୍କ ଡେବିଟ୍ କାର୍ଡରୁ ୨୦ ହଜାର ଟଙ୍କା କଟି ଯାଇଥିଲା । ପରେ କ୍ରେଡିଟ୍ କାର୍ଡରୁ ୪୫, ୩୧୫ ଟଙ୍କା ଓ ଅନ୍ୟ ଏକ କ୍ରେଡିଟ୍ କାର୍ଡରୁ ୧,୦୮,୯୦୦ ଟଙ୍କା କଟିଥିଲା । ଏମିତି ପର୍ଯ୍ୟାୟକ୍ରମେ ତାଙ୍କ ଖାତାରୁ ୧ ଲକ୍ଷ ୭୪ ହଜାର ୪୩୧ ଟଙ୍କା କଟିବା ପରେ ସେ ସାଇବର ଠକଙ୍କ ହାବୁଡ଼ରେ ପଡ଼ିଥିବା ଜାଣିବାକୁ ପାଇଥିଲେ । ଏନେଇ ଅନୁଗୁଳ ଥାନାରେ ସେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। Advertisement
ବଡ ଧରଣର ନକଲି କାଗଜପତ୍ର ରାକେଟ ପର୍ଦାଫାସ – ଡି.ଏଲ. , ପ୍ୟାନ କାର୍ଡ , ଆଧାର କାର୍ଡ ଜବତ ତାଳଚେର – ଅନୁଗୁଳ ଜିଲ୍ଲାରେ ସକ୍ରିୟ ହୋଇ ଉଠିଥିବା ଏକ ନକଲି ଜରୁରୀ କାଗଜପତ୍ର ରାକେଟର ପର୍ଦାଫାସ କରିଛି ପୁଲିସ । ନକଲି ଡ୍ରାଇଭିଙ୍ଗ ଲାଇସେନସ ,…
ଚୋରା କାଠ ବୋଝେଇ ପିକଅପ୍ ସହିତ ଜଣେ ଗିରଫ କଣିହାଁ – ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳର କୁମୁଣ୍ଡା ବିଟ୍ ହାଉସ ଅଧିନସ୍ଥ କୋଶଳା -ହିଙ୍ଗୁଳା ରାସ୍ତାରେ ଶନିବାର ଚଢାଉ କରି ୮୩ ପିସ୍ ଶାଳ ପଟ୍ଟା,…
ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ପାଲଲହଡ଼ା – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ସରକାରୀ ବାବୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଶୁକ୍ରବାର ଅନଗୁଳ ଜିଲ୍ଲା ପାଲଲହଡା ଉପଜିଲ୍ଲାପାଳଙ୍କ…