ଅପରାଧ ଯୌତୁକ ଦାବିରେ ନବବଧୁକୁ ହତ୍ଯା ଅଭିଯୋଗ Angul OnlineMay 2, 2023May 2, 2023 ତାଳଚେର – ଯୌତୁକ ଜୁଇରେ ନବବଧୁ । ସାମାନ୍ୟ ଗୋଟିଏ ଏସି ଓ କିଛି ଟଙ୍କା ପାଇଁ ନବ ବିବାହିତା ଝିଅକୁ ମାରିଦେଲେ ଶାଶୁ ଘର ଲୋକ । ଏଭଳି ଅଭିଯୋଗ ଆସିଛି ତାଳଚେର ସାନଜୋରଡ଼ା ଗାଁରୁ । ହତ୍ୟା ଅଭିଯୋଗ ଆଣିଛନ୍ତି ନବ ବଧୁଙ୍କ ବାପ ଘର ଲୋକ । ସୂଚନା ଅନୁସାରେ ଦୁଇ ମାସ ତଳେ ଜଗନ୍ନାଥପୂର ଗ୍ରାମର ବିଭୁତି ଭୂଷଣ ବେହେରାଙ୍କ ଝିଅ ଲିଜା ବେହେରା ସାନଜୋରଡା ଗ୍ରାମର ଦୁର୍ଲଭ ସାହୁଙ୍କୁ ବୈଦିକ ରିତିରେ ବିବାହ କରିଥିଲେ । ତେବେ ଏହି ଦୁଇ ମାସ ଭିତରେ ନବ ବଧୂକୁ ଯୌତୁକ ବାବଦରେ ଏକ ଏସି ଓ କିଛି ଟଙ୍କା ପାଇଁ ନିର୍ଯ୍ୟାତନା ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପରେ ଗତକାଲି ଝିଅର ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣି ବିକ୍ରମପୁର ଥାନାରେ ପୁଅ ଘର ନାଁରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିବା ସହ ପରିବାରର କିଛି ଲୋକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । Advertisement
ଚାନ୍ଦା ଆଦାୟ ଅଭିଯୋଗରେ ୫ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗରେ ୫ ଜଣ ଯୁବକଙ୍କୁ ଗିରଫ କରାଯାଇଛି । ସୂଚନା…
ସ୍ତ୍ରୀକୁ ଟଙ୍ଗିଆରେ ହାଣି ହତ୍ଯା କଲା ସ୍ୱାମୀ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଅଂଚଳରେ ଗୁରୁବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଧାନବିଲରେ ଯୁକ୍ତିତର୍କରୁ ଉତ୍କ୍ଷିପ୍ତ ସ୍ବାମୀ…
ଭାଉଜଙ୍କୁ ଦୁଷ୍କର୍ମକରି ଦିଅର ଗିରଫ ଅନୁଗୋଳ- ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ନିଜ ଭାଉଜଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦିଅରଙ୍କୁ ଗିରଫ କରିଛି ପୁଲିସ। ସୂଚନା ଯେ, ଅଭିଯୋଗ କାରରିଣୀ ଭାଉଜଙ୍କ…