ସମସ୍ୟା ଆମ ହସପିଟାଲ ଦାବିରେ ତହସିଲ ଅଫିସ ଘେରାଉ Angul OnlineMay 2, 2023May 2, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଛେଣ୍ଡିପଦା ଠାରେ ଏହି ହସପିଟାଲ ଉପରେ ନିର୍ଭର କରୁଥିବା ପ୍ରାୟ ୪୦ ଗାଁର ଲୋକ ଅଂଦୋଳନ ଆନ୍ଦୋଳନ ଚଳାଇଛନ୍ତି । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀର ସଦର ମହକୁମା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରାଯାଇଛି । ଛେଣ୍ଡିପଦା ହସପିଟାଲଟି ଏହି ନିର୍ବାଚନ ମଣ୍ଡଳୀର ସର୍ବ ପୁରାତନ CHC ଏବଂ ସଦର ମହକୁମାରେ ଅବସ୍ଥିତି ସତ୍ୱେ ଏଠାରେ ବ୍ୟତିକ୍ରମ ଦେଖାଦେଇ ଅନ୍ୟତ୍ର ଯୋଜନା ସ୍ଥାନାନ୍ତର କରାଯାଇଛି । ଛେଣ୍ଡିପଦା ଡାକ୍ତରଖାନା ଉପରେ ସର୍ବାଧିକ ଲୋକ ମଧ୍ୟ ନିର୍ଭରଶୀଳ ରୁହନ୍ତି । ଏଣୁ ପୂର୍ବ ନିର୍ଦ୍ଧାରିତ ଛେଣ୍ଡିପଦା ଡାକ୍ତରଖାନାକୁ ଆମ ଡାକ୍ତରଖାନା ଯୋଜନାରେ ସାମିଲ କରିବାକୁ ଦାବି କରା ଯାଇଛି । ତେବେ ଏହି ଦାବି ନେଇ ସୋମବାର ଶତାଧିକ ମହିଳା ଶୋଭାଯାତ୍ରାରେ ଆସି ତହସିଲ ଅଫିସ ଘେରାଉ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ମନଂକ ସହ ଧସ୍ତାଧସ୍ତି ପରିସ୍ଥିତି ମଧ୍ଯ ଉପୁଜିଥିଲା । Advertisement
ଟିକାକରଣରେ ୨୧ ତମ ସ୍ଥାନରେ ଅନୁଗୁଳ ଅନୁଗୁଳ – ଗୋଟିଏ ପଟେ ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ଜିଲ୍ଲାରେ ଟିକାକରଣ ଅଭିଯାନ ନୈରାଶ୍ୟଜନକ ରହୁଛି । ରାଜ୍ୟରେ ୩୦ଟି…
ଶିକ୍ଷକ ଅଭାବ – ସ୍କୁଲରେ ପଡିଲା ତାଲା , ରାସ୍ତା ଅବରୋଧ ଅନୁଗୁଳ – ଅନୁଗୁଳ ବ୍ଲକ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅଭିଭାବକମାନେ ସୋମବାର ଦିନ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ବନ୍ତଳା-ଟିକରପଡା ରାସ୍ତା…
ବିଶ୍ୱ ପରିବେଶ ଦିବସ ପାଇଁ ଗଛ ଲଗାଇ ୧୦ ଦିନ ପରେ ଉପାଡ଼ିଦେଲେ ଅନୁଗୋଳ – ବିଶ୍ୱ ପରିବେଶ ଦିବସରେ ଗଛ ଲଗାଇଲେ । ଦୁଇ ସପ୍ତାହେ ଯାଇ ନଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ଚାରାକୁ ବୁଲଡୋଜର ଲାଗାଇ ଉପାଡ଼ିଦେଲେ ।…