ଗାଁ ଦେଇ ଭାରିଯାନ ଚଳାଚଳ ନେଇ ବିରୋଧ ସହ ଜିଲ୍ଲାପାଳଙ୍କୁ ଅଭିଯୋଗ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ବାଲିପଟ୍ଟା ଗ୍ରାମବାସୀ ଆଜି ୩ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ, ଛେଣ୍ଡିପଦାରୁ ଜରପଡାକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟରେ ରହିଛି ବାଲିପଟ୍ଟା ଗ୍ରାମ । ବାଲିପଟ୍ଟା ଗ୍ରାମ ଦେଇ ଆଜିକୁ ଏକ ମାସ ହେବ ସଂନ୍ଧ୍ୟା ସମୟରେ କୋଇଲା, ପାଉଁଶ, ଆଇରନ୍ ବୋଝେଇ ଟ୍ରକ ଯାତାୟତ କରୁଥିବାରୁ ବିଭିନ୍ନ ସମୟରେ ଗ୍ରାମବାସୀ ମାନେ ହଇରାଣ ହରକତ ହେଉଛନ୍ତି । ଏହା ସହ ଧନଜୀବନ ହାନି ହେବାର ଆଶଙ୍କା ରହୁଛି । ଏନେଇ ଆଜି ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ତିନି ଦଫା ଦାବି ପ୍ରଦାନ କରିଛନ୍ତି । ଯଦି ଦାବି ପୂରଣ ନ ହେବ ତା ହେଲେ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page