ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରସୂତୀ ବିଭାଗ ଲେବର ରୁମରେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଦେଖି ଧାଇଁଲେ ରୋଗୀ ଏବଂ ସମ୍ପର୍କୀୟ । ସୂଚନା ଯେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ପ୍ରସୂତି ବିଭାଗ ର ପ୍ରଥମ ମହଲାରେ ଥିବା ଲେବର ୱାର୍ଡରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥଲା । ଏସି ପ୍ଲଗରେ ସର୍ଟ ସାର୍କିଟ ଯୋଗୁଁ ନିଆଁ ଲାଗିବା ସହ ଲେବର ରୁମ୍ ଧୂଆଁମୟ ହୋଇଥିଲା । ଯାହାକୁ ଦେଖି ଭୟରେ ବିଲ୍ଡିଂ ତଳକୁ ଦୌଡ଼ିଥିଲେ ରୋଗୀ ଓ ସମ୍ପର୍କୀୟ ।

ତେବେ ଡାକ୍ତରଖାନା କର୍ମଚାରୀ ତୁରନ୍ତ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ସର୍ଟ ସର୍କିଟ ଘଟିଥିବା ଅଗ୍ନିକାଣ୍ଡକୁ ନିୟନ୍ତ୍ରଣକୁ ଆଣିଥିଲେ । ଏନେଇ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଦିଲ୍ଲୀପ ପଟ୍ଟନାୟକ କହିଛନ୍ତି ଯେ, ସର୍ଟ ସର୍କିଟ ବେଳେ ଲେବର ରୁମରେ କୌଣସି ରୋଗୀ ନଥିଲେ । ଧୂଆଁ ହେବାରୁ ରୋଗୀଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଅଗ୍ନି ନିର୍ବାପକ ବ୍ୟବସ୍ଥା ଜରିଆରେ ତୁରନ୍ତ ସର୍ଟ ସର୍କିଟକୁ ନିୟନ୍ତ୍ରଣ କରାଯାଇଥିଲା। ଅଧିକ କ୍ଷୟକ୍ଷତି ହୋଇନାହିଁ, ତା ପରେ ବି ମଧ୍ୟ ଲେବର ରୁମ୍ ର ସମସ୍ତ ୱାର୍ଡ ଯାଂଚ କରିବା ପାଇଁ ଏକ ଟିମ୍ ଡ଼କା ହୋଇଛି।
ବାଇଟ 1 – ଡାକ୍ତର ଦିଲ୍ଲୀପ ପଟ୍ଟନାୟକ (ADMO)

