ମୁଖ୍ୟ ଖବର ଟ୍ରାକ୍ଟର ଓଲଟି ଜଣେ ମୃତ, ଦୁଇ ଗୁରୁତର Angul OnlineApril 14, 2021April 14, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାର ଜରପଡା ଥାନା ଅନ୍ତର୍ଗତ ସାନହିସର ଗ୍ରାମ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ରଡ ବୋଝେଇ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କର ମୃତ ହୋଇଥିବା ବେଳେ ଦୁଇ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଖୁସଦିଲ ଆଲାମ ବୋଲି ଜଣା ପଡିଛି । ସୂଚନା ଅନୁସାରେ ତାମରାକଟା ଗ୍ରାମ ଠାରେ ଏକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲୁରହିଛି । ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ ମଝିକା ଗ୍ରାମ ଠାରେ ଥିବା କ୍ୟାମ୍ପ ଷ୍ଟୋର ଠାରୁ ଟ୍ରାକ୍ଟର ଯୋଗେ ଲୁହାରଡ ବୋଝେଇ କରି ତାମରାକଟା ଗ୍ରାମ ନିର୍ମାଣ ସ୍ଥାନକୁ ନିଆଯାଉଥିଲା ବେଳେ ଟ୍ରାକ୍ଟର (ଓଡି ୧୯ – ୭୦୫୬)ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଖୁସଦିଲ ଆଲମଙ୍କ ଟ୍ରାକ୍ଟର ତଳେ ଚାପିହୋଇ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଅପରପକ୍ଷରେ ଅନ୍ୟ ଦୁଇ ଜଣ ଶ୍ରମିକ ମଧ୍ୟ ଟ୍ରାକ୍ଟର ଦ୍ୱାରା ଚାପି ହୋଇ ଗୁରୁତର ଭାବେ ଆହତ ହୋଇଥିବ। ଜଣାପଡିଛି । ଖବର ପାଇ ଜରପଡା ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୁତାହତଙ୍କୁ ଉଦ୍ଧାର କରିଥିଲା । ସଙ୍କଟାପନ୍ନ ଅବସ୍ଥାରେ ଦୁଇ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏ ନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜ୍ଜୁ କରା ଯାଇ ତଦନ୍ତ କରା ଯାଉଛି । Advertisement
ହାତୀ ଆକ୍ରମଣରେ ବୃଦ୍ଧ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ବ୍ଲକ ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆକ୍ରମଣରେ ଆଜି ସକାଳୁ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ବୃଦ୍ଧ ଜଣଙ୍କ ଶୌଚ ହେବାକୁ…
ବାଣ ଭିଡୁଥିବା ବେଳେ ବିସ୍ଫୋରଣ- ଜଣେ ମୃତ ତିନିଜଣ ଗୁରୁତର ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗ୍ରାମରେ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…
ସଂକ୍ରମିତ ସନ୍ଦେହରେ ୫ ଘଣ୍ଟା ପଡି ରହିଲା ଶବ – ସ୍ବେଛାସେବୀ କଲେ ଅନ୍ତିମ ସଂସ୍କାର ଛେଣ୍ଡିପଦା – କରୋନା ମହାମାରୀର ଭୟାବହତା ଦିନକୁ ଦିନ ବଢିବାରେ ଲାଗିଛି । ମହାମାରୀରେ ଆକ୍ରାନ୍ତ ହୋଇ ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ରୋଗର…