ଅନୁଗୁଳରେ ପୁଲିସ କ୍ରୀଡ଼ା ମହାକୁମ୍ଭ

ଅନୁଗୁଳ – ଅନୁଗୁଳ ପୁଲିସ ପକ୍ଷରୁ ଆୟୋଜିତ ୭୯ତମ ରାଜ୍ୟ ପୁଲିସ କବାଡ଼ି ଚ୍ୟାମ୍ପିୟନଶିପ୍ ଓ ୧୧ତମ ରାଜ୍ୟ ପୁଲିସ ହ୍ୟାଣ୍ଡବଲ୍ ଚ୍ୟାମ୍ପିୟନସିପ୍ (୨୦୨୬–୨୭)ର ଭବ୍ୟ ଉଦ୍ଘାଟନ ସହ ଅନୁଗୁଳରେ ଆରମ୍ଭ ହୋଇଛି ପୁଲିସ କ୍ରୀଡ଼ାର ମହାକୁମ୍ଭ । ଉତ୍ସାହ, ଉଦ୍ଦୀପନା ଓ କ୍ରୀଡ଼ାସ୍ପୃହାରେ ଭରିଥିବା ଏହି ଆୟୋଜନ ଆରମ୍ଭରୁ ହିଁ ସମସ୍ତଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି।
ଉତ୍ତର କେନ୍ଦ୍ରାଞ୍ଚଳ (ଏନ୍‌ସିଆର୍‌)ର ପୁଲିସ ମହାନିରୀକ୍ଷକ (ଆଇଜିପି) ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ଦଳ, ରେଫେରୀ ଓ ପୁଲିସ କର୍ମଚାରୀଙ୍କୁ ଉଦ୍ବୋଧନ ଦେଇଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ, ଖେଳ କେବଳ ଜିତ୍‌-ହାରରେ ସୀମିତ ନୁହେଁ, ବରଂ ଶୃଙ୍ଖଳା, ଏକତା, ଟିମ୍‌ ସ୍ପିରିଟ୍‌ ଓ ସତ୍ୟ କ୍ରୀଡ଼ାସ୍ପୃହାର ପ୍ରତିଫଳନ । ସମଗ୍ର ପ୍ରତିଯୋଗିତାକୁ ଉଚ୍ଚ ମାନର ଶୃଙ୍ଖଳା ଓ ସୌହାର୍ଦ୍ୟ ସହ ପରିଚାଳନା କରିବାକୁ ସେ ଆହ୍ୱାନ ଜଣାଇଥିଲେ

ରାଜ୍ୟର ବିଭିନ୍ନ ପୁଲିସ ପ୍ରତିଷ୍ଠାନରୁ ଆସିଥିବା ଦଳଗୁଡ଼ିକ ଏହି ଚ୍ୟାମ୍ପିୟନସିପ୍‌ରେ ଅଂଶଗ୍ରହଣ କରୁଥିବା ବେଳେ ଆଗାମୀ ଦିନ ଗୁଡ଼ିକରେ ରୋମାଞ୍ଚକର ଓ ହାଇଭୋଲ୍ଟେଜ୍‌ ମୁକାବିଲା ଦେଖିବାକୁ ମିଳିବ। ପୁଲିସ ବିଭାଗରେ ଫିଟନେସ୍‌, ସମନ୍ୱୟ ଓ କ୍ରୀଡ଼ା ସଂସ୍କୃତିକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ଏହି ରାଜ୍ୟସ୍ତରୀୟ କ୍ରୀଡ଼ା ଆୟୋଜନକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page