ମୁଖ୍ୟ ଖବର ଟ୍ରକ ଧକ୍କାରେ ମହିଳା ମୃତ Angul OnlineMay 1, 2023May 1, 2023 ଅନୁଗୋଳ – ଅନୁଗୋଳ ସହର ଦେଇ ଯାଇଥୁବା ୫୫ ନମ୍ବର ଜାତୀୟ ରାଜପଥର ବୁଢ଼ୀ ଠାକୁରାଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଗଣେଶ ରାଉତଙ୍କ ପତ୍ନୀ ଉର୍ମିଳା ରାଉତ । ତାଙ୍କ ପ୍ରକୃତ ଘର ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ବେଳେ ଅନୁଗୋଳ ସହର କଲେଜପଡ଼ାରେ ଘରଭଡା ନେଇ ରହୁଥିଲେ । ବୁଢ଼ୀ ଠାକୁରାଣୀ ମନ୍ଦିର ପରିସରରେ ଗଣେଶଙ୍କ ଏକ ଭୋଗ ଦୋକାନ ରହିଛି । ସେ ସକାଳେ ଦୋକନକୁ ଆସୁଥିବା ବେଳେ ଏକ ଟ୍ରକ ତାଂକୁ ଧକ୍କା ଦେଇଥିଲା ।ମହିଳାଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଫଳରେ ବହୁ ସମୟ ଧରି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ସୂଚନା ଅନୁସାରେ , ଆଜି ସକାଳେ ଉଭୟ ପତି – ପତ୍ନୀ ମୋଟରସାଇକେଲ ଯୋଗେ ଦୋକାନ ଖୋଲିବାକୁ ଯାଉଥିଲେ । ବୁଢ଼ୀ ଠାକୁରାଣୀ ଛକ ନିକଟରେ ଭାରସାମ୍ୟ ହରାଇ ଉର୍ମିଳା ବାଇକରୁ ଖସି ପଡ଼ିଥିଲେ । ଏହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଚାପି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । Advertisement
ଦୁର୍ଗାମଣ୍ଡପକୁ ସିଲ କଲା ପ୍ରଶାସନ ଅନୁଗୁଳ – ଅନୁଗୁଳ ସହରର ଅମଲାପଡାସ୍ଥିତ ସର୍ବ ପୁରାତନ ଦୁର୍ଗା ମଣ୍ଡପକୁ ନିଜ ଅକ୍ତିଆରକୁ ନେଇଛି ପୌର ପ୍ରଶାସନ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୌର ନିର୍ବାହୀ ଅଧିକାରୀ…
ସ୍ଵାମୀ ଘର ସମ୍ମୁଖରେ ସ୍ତ୍ରୀର ଧାରଣା ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସାମନ୍ତ ସାହିର ଦିଗାମ୍ବର ବାରିକଙ୍କ ପୁଅ ମାନସ ବାରିକଙ୍କ ଘର ସମ୍ମୁଖରେ ସ୍ତ୍ରୀ ଜୋସ୍ନା ସାହୁ ଧାରଣା ରେ…
ମନ୍ଦିର ପୂଜକଙ୍କୁ ଆଜୀବନ କାରାଦଣ୍ଡ – POCSO କୋର୍ଟଙ୍କ କଠୋର ରାୟ ଅନୁଗୋଳ – ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ମନ୍ଦିର ପୂଜକଙ୍କୁ ଆଜୀବନ କାରାଦଣ୍ଡ ସହ କଠୋର ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୋଳସ୍ଥିତ ଆଡ୍-ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା…