ଭଲ ଖବର ମାନସିକ ବିକାରଗ୍ରସ୍ତ ଯୁବତୀକୁ ଉଦ୍ଧାର କଲେ ସମାଜସେବୀ Angul OnlineJuly 14, 2022July 14, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ବାଇବାସ ଛକ ଠାରେ ଜଣେ ମାନସିକ ଭାରସାମ୍ୟ ହରାଇଥିବା ଜଣେ ଯୁବତୀ ରାସ୍ତାରେ ଯାଉଥିବା ଲୋକ ମାନଙ୍କ ଉପରକୁ କାଦୁଅ ଫୋପାଡୁଥିବା ସହ ରାସ୍ତା ଉପରେ ଶୋଇ ପଡୁଥିଲା । ଫଳରେ ଯାତାୟାତ କରୁଥିବା ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗତ କିଛିଦିନ ହେଲା ସେ ଏଭଳି କରୁଥିବା ବେଳେ କେହି ବାରଣ କରୁ ନଥିଲେ କି ପ୍ରଶାସନ ମଧ୍ୟ ଜାଣି ଅଣଦେଖା କରିଥିଲା । ଏପରିସ୍ଥଳେ ଆଜି ସମାଜ ସେବୀ ବାପି ମହାନ୍ତି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ଯୁବତୀ ଜଣଙ୍କୁ ଉଦ୍ଧାର କରିଥିଲେ । ଏହା ସହ ପୁଲିସ ସହାୟତାରେ ମିଶନ ଆଶା ଆମ୍ବୁଲାନ୍ସରେ ତାକୁ ଉତ୍ତମ ଚିକିତ୍ସା ପାଇଁ ପଠାଇ ଥିଲେ । ବାପିଙ୍କର ଏଭଳି ମାହାନ କାର୍ଯ୍ୟ ପାଇଁ ତାଲଚେରର ବିଭିନ୍ନ ମହଲରୁ ପ୍ରଶଂସା କରା ଯାଇଛି । Advertisement
୧୪ ବର୍ଷ ବୟସରେ ହଜି ଯାଇଥିଲେ – ୪୦ ବର୍ଷ ବୟସରେ ଘରକୁ ଫେରିଲେ ଅନୁଗୁଳ – ଦୁର୍ଘଟଣାରେ ନିଜର ସ୍ମରଣ ଶକ୍ତି ହରାଇ ଘର ଠାରୁ ବହୁ ଦୂରକୁ ଚାଲି ଯାଇଥିଲେ । ତେବେ ଦୀର୍ଘ ୪୦ ବର୍ଷ ପରେ ସ୍ମରଣ…
ବାଉଁଶରେ ଚିତ୍ର ଆଙ୍କି ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅନୁଗୁଳ – ଗଲୱାନ ଘାଟିରେ ଗତ ବର୍ଷ ଜୁନ ମାସର ୧୫ ତାରିଖରେ ୨୦ ଯବାନ ସହିଦ ହୋଇଥିଲେ । ସେହି ସହିଦ ମାନଙ୍କୁ ଏକ ନିଆରା…
ନୂଆ ରୂପ ନେବ ପରିତ୍ୟକ୍ତ ପୋଖରୀ – ପାଲଟିବ ସୌନ୍ଦର୍ଯ୍ୟର ଭଣ୍ଡାର ଅନୁଗୁଳ – ଅନୁଗୁଳ ସହରର ରୂପରେଖ ୨୦୨୩ ଏପ୍ରିଲ୍ ସୁଦ୍ଧା ବଦଳିଯିବ । ସୌନ୍ଦର୍ଯ୍ୟର ଗନ୍ତାଘର ପାଲଟିବ ଶିଳ୍ପ ରାଜଧାନୀ ଅନୁଗୁଳ । ଭଳିକି ଭଳି କଳାକୃତି…