ମୁଖ୍ୟ ଖବର ଗଞ୍ଜେଇ ବେପାରୀକୁ ୧୦ ବର୍ଷ କାରାଦଣ୍ଡାଦେଶ Angul OnlineJuly 27, 2022July 27, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳରେ ୨୦୧୭ ମସିହାରେ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଥିବା ଜଣେ ଗଞ୍ଜେଇ ବେପାରୀକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି ଅନୁଗୁଳ ଜିଲ୍ଲା ଓ ଦୌରାଜଜ ତଥା ସ୍ୱତନ୍ତ୍ର କୋର୍ଟ । ସୂଚନା ଅନୁସାରେ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲା କ୍ରିଷ୍ଣପୁର ଗାଁର ମୁନସି ସୁଲେମାନ ନାମକ ଜଣେ ୩୩ ବର୍ଷୀୟ ଯୁବକ ଛେଣ୍ଡିପଦା ଅଞ୍ଚଳରୁ ଚୋରା ଗଞ୍ଜେଇ ନେଇ ଯାଉଥିବା ବେଳେ ଜରପଡା ପୁଲିସ ଦୁର୍ଗାପୁର ନିକଟ ରେଲୱେ ଷ୍ଟେସନ ନିକଟରେ କାବୁ କରି ନେଇଥିଲା । ଯାଞ୍ଚ ବେଳେ ମୁନସି ପାଖରୁ ୪୧ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ସେହିଦିନଠାରୁ ମୁନସି ସୁଲେମାନ ବିଚାରାଧୀନ କଏଦୀ ଭାବେ ଥିବା ବେଳେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଥିଲା । ଅନୁଗୁଳ ଜିଲ୍ଲା ଓ ଦୌରାଜଜ ତଥା ସ୍ୱତନ୍ତ୍ର କୋର୍ଟ ଜଜ ପ୍ରଣବ ପାତ୍ର ୧୭ ଜଣ ଶାଖୀଙ୍କ ବୟାନ ଓ ପ୍ରମାଣ ଆଧାରରେ ମୁନସି ସୁଲେମାନକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି ଜୋରିମନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡାଦେଶ ଆଦେଶ ମଧ୍ୟ ଦିଆ ଯାଇଛି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଅଜିତ ବିଶୋଇ ମାମଲା ଲଢିଥିଲେ । Advertisement
ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଦାବିରେ ଭୁବନେଶ୍ୱରରେ ଧାରଣା ଭୁବନେଶ୍ବର – ତାଳଚେରକୁ ଜିଲ୍ଲା ଘୋଷଣା ଦାବି ଜୋର୍ ଧରିଛି । ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଧାନସଭା ଆଗରେ ଧାରଣା ଦିଆଯାଇ ତାଳଚେରକୁ ତୁରନ୍ତ…
ମୋଟରସାଇକେଲକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବଲେରୋ ଛେଣ୍ଡିପଦା – ଅନୁଗୋଳ-ଦେବଗଡ ଜିଲ୍ଲା ସୀମାନ୍ତ ଟିକିରା ପୋଲ ନିକଟରେ ଏକ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଏକ ମୋଟରସାଇକେଲକୁ ଧକ୍କା ଦେଇ ଏକ…
ଜମିବିକ୍ରି ବେଳେ ଉତ୍ତରାଧିକାରୀ ପ୍ରମାଣପତ୍ର ଜାଲିଆତି – ୫ଜଣଙ୍କ ନାମରେ ମାମଲା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଉତ୍ତରାଧିକାରୀ ପ୍ରମାଣପତ୍ରରେ ଜାଲିଆତି ଅଭିଯୋଗ । ଏ ନେଇ ଆଜି(ଶୁକ୍ରବାର) ଛେଣ୍ଡିପଦା ତହସିଲଦାର ଥାନାରେ ଜଣାଇବା ପରେ ପୁଲିସ…