ମୁଖ୍ୟ ଖବର ଗଞ୍ଜେଇ ବେପାରୀକୁ ୧୦ ବର୍ଷ କାରାଦଣ୍ଡାଦେଶ Angul OnlineJuly 27, 2022July 27, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳରେ ୨୦୧୭ ମସିହାରେ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଥିବା ଜଣେ ଗଞ୍ଜେଇ ବେପାରୀକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି ଅନୁଗୁଳ ଜିଲ୍ଲା ଓ ଦୌରାଜଜ ତଥା ସ୍ୱତନ୍ତ୍ର କୋର୍ଟ । ସୂଚନା ଅନୁସାରେ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲା କ୍ରିଷ୍ଣପୁର ଗାଁର ମୁନସି ସୁଲେମାନ ନାମକ ଜଣେ ୩୩ ବର୍ଷୀୟ ଯୁବକ ଛେଣ୍ଡିପଦା ଅଞ୍ଚଳରୁ ଚୋରା ଗଞ୍ଜେଇ ନେଇ ଯାଉଥିବା ବେଳେ ଜରପଡା ପୁଲିସ ଦୁର୍ଗାପୁର ନିକଟ ରେଲୱେ ଷ୍ଟେସନ ନିକଟରେ କାବୁ କରି ନେଇଥିଲା । ଯାଞ୍ଚ ବେଳେ ମୁନସି ପାଖରୁ ୪୧ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ସେହିଦିନଠାରୁ ମୁନସି ସୁଲେମାନ ବିଚାରାଧୀନ କଏଦୀ ଭାବେ ଥିବା ବେଳେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଥିଲା । ଅନୁଗୁଳ ଜିଲ୍ଲା ଓ ଦୌରାଜଜ ତଥା ସ୍ୱତନ୍ତ୍ର କୋର୍ଟ ଜଜ ପ୍ରଣବ ପାତ୍ର ୧୭ ଜଣ ଶାଖୀଙ୍କ ବୟାନ ଓ ପ୍ରମାଣ ଆଧାରରେ ମୁନସି ସୁଲେମାନକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି ଜୋରିମନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡାଦେଶ ଆଦେଶ ମଧ୍ୟ ଦିଆ ଯାଇଛି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଅଜିତ ବିଶୋଇ ମାମଲା ଲଢିଥିଲେ । Advertisement
ସାଇକେଲକୁ ଧକ୍କା ଦେଲା ଟ୍ରକ – ଜଣେ ମୃତ ପାଲଲହଡ଼ା – ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକର କାଇଁସିରିପାଲି ଛକଠାରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ସକାଳ ୮.୩୦ ସମୟରେ ପାଲଲହଡ଼ା ବାଇପାସ୍ ଛକଠାରୁ ଜଣେ…
ଏୟାରଫୋର୍ସ କର୍ମଚାରୀ ନାମରେ ବଧୁହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ହିନ୍ଦୋଳ ଅଞ୍ଚଳରେ ବିବାହ କରିଥିବା ଜଣେ ଝିଅର ସନ୍ଦେହଜନକ ମୃତ୍ୟୁ ହୋଇଛି । ପଞ୍ଜାବରେ ସ୍ଵାମୀଙ୍କ ସହ ରହୁଥିବା…
କଞ୍ଚାମାଲ ପାଇଁ ଟଙ୍କା ନେଇ ଠକାମୀ-ଥାନାରେ ଅଭିଯୋଗ ଅନୁଗୁଳ – ରାଜ୍ୟ ବାହାରୁ କଞ୍ଚା ମାଲ ମଗାଇବାକୁ ଯାଇ ଠକାମୀର ଶିକାର ହୋଇଛନ୍ତି ଜଣେ ବ୍ୟବସାୟୀ । ନୂଆଦିଲ୍ଲୀର ଏକ କମ୍ପାନୀ ୨୨ ହଜାର ତାଙ୍କ…