ମୁଖ୍ୟ ଖବର ଆସପଣ୍ଡ ପୋଖରୀରେ ବୁଡିଗଲେ ଯୁବକ Angul OnlineJuly 2, 2021July 2, 2021 କଣିହାଁ – ଅନୁଗୁଳ ଜିଲ୍ଲା ତାଳଚେର କଣିହାଁ ଥାନା ଏନଟିପିସି ଆସପଣ୍ଡ ପୋଖରୀରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ପୋଖରୀକୁ ଶୌଚ ହେବାକୁ ଯାଇ ଆସପଣ୍ଡ ପୋଖରୀରେ ସେ ବୁଡ଼ି ଯାଇଛନ୍ତି । ସୂଚନା ଅନୁସାରେ କଣିହାଁ ଥାନା ଅନ୍ତର୍ଗତ ଡେରଙ୍ଗ ଗ୍ରାମର ଶ୍ରୀକାନ୍ତ ନାଏକ ଏନଟିପିସି ଆସପଣ୍ଡ ପୋଖରୀକୁ ଶୌଚ କରିବାକୁ ଯାଇଥିବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା । ଆସପଣ୍ଡ ପୋଖରି ଭିତରେ ଏନଟିପିସି ରିଟନ ପାଇପ ପାଣିର ବେଗ କ୍ଷିପ୍ର ଥିବା ହେତୁ ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା । ତେବେ ଖବର ପାଇ କଣିହାଁ ପୁଲିସ୍ ସହ ତାଳଚେର ଅଗ୍ନିଶମ ବିଭାଗ ପହଁଞ୍ଚି ନିଖୋଜ ଥିବା ବ୍ୟକ୍ତିକୁ ଖୋଜା ଖୋଜି ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଠାବ କରା ଯାଇ ପାରି ନାହିଁ । Advertisement
ଅଶାନ୍ତ ଅନୁଗୁଳ – ପୁଣି ଗୁଳି ମାଡରେ ଦୁଇ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କହ୍ନେଇ ନଗର ଠାରେ ଗୁଳି ମାଡରେ ଶଳା ଭେଣେଇ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ହେଲେ ବନ୍ତଳା…
ବିକୃତ ଧୋତି ପିନ୍ଧାକୁ ବିରୋଧ ପରେ ହଟିଲା ନବକୃଷ୍ଣଙ୍କ ପ୍ରତିମୂର୍ତ୍ତି ଅନୁଗୋଳ – ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ବିକୃତ ପୋଷାକ ପିନ୍ଧାଇ ଦିଆଗଲା । ସବୁଆଡ଼ୁ ବିରୋଧ ହେଲା ପରେ ନଗରପାଳ ଭୁଲ ମାଗିଲେ । ରାତାରାତି ପ୍ୟାଣ୍ଟକୁ…
ସ୍ୱତନ୍ତ୍ର ଟାସ୍କ ଫୋର୍ସର ଚଢାଉ – କୋଇଲା ଜବତ , ଜଣେ ଗିରଫ ଅନୁଗୁଳ – ଅନୁଗୁଳରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF)ର ରେଡ୍ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ରେଡ୍ କରିଥିଲା…