ମୁଖ୍ୟ ଖବର ପୋଖରୀରେ ବୁଡି ବାପ-ପୁଅ ମୃତ Angul OnlineSeptember 17, 2021September 17, 2021 ଅନୁଗୁଳ – ଅନୁଗୁଳ ବଅଁରପାଳ ଥାନା କଇଁଛବାହାଳ ଗାଁରେ ଅଭାବନୀୟ ଘଟଣା ଘଟି ଯାଇଛି । ଗାଧେଇବାକୁ ଯାଇ ପାଣିରେ ବୁଡି ୪ ବର୍ଷର ପୁଅ ସମେତ ବାପାର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗାଁର କ୍ଷୀରୋଦ ଜେନା ନାମକ ଜଣେ ବ୍ୟକ୍ତି ତାଙ୍କ ୪ ବର୍ଷର ପୁଅ ଚନ୍ଦନ ସହ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଗାଧେଇବାକୁ ଯାଇଥିଲେ । ତେବେ ପୋଖରୀରେ ଗାଧେଇବା ବେଳେ ଅସାବଧାନତା ବଶତଃ ପୁଅର ଗୋଡ଼ ଖସି ଯାଇଥିଲା । ପୁଅକୁ ଉଦ୍ଧାର କରିବାକୁ ଯାଇ ବାପ ମଧ୍ୟ ଗଭୀର ପାଣି ଭିତରକୁ ଚାଲିଯିବା ସହ ଆଉ ଉପରକୁ ଉଠି ପାରି ନଥିଲେ । ଫଳରେ ପାଣିରେ ବୁଡି ଉଭୟଙ୍କ ମୃତ୍ୟୁ ହୋଇଥିଲା । ତେବେ ବାପା ପୁଅ ପୋଖରୀରେ ଭାସୁଥିବା ଦେଖି ଗାଁ ଲୋକ ଉଭୟଙ୍କୁ ପାଣିରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ଏଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ କଇଁଛବାହାଳ ଗାଁରେ ଶୋକର ଛାୟା ଖେଳି ଯାଇଛି । Advertisement
ବଡ ଅଘଟଣରୁ ଟଳିଲା ଇଣ୍ଟରସିଟି – ବ୍ରେକରୁ ଲାଗିଲା ନିଆଁ ଅନୁଗୁଳ – ରାଉରକେଲା ଇଣ୍ଟରସିଟି ଟ୍ରେନରେ ଆଜି ନିଆଁ ଲାଗି ଯାଇଥିବା ବେଳେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଓ ସ୍ଥାନିୟ ଲୋକଙ୍କ ସହଯୋଗ ଯୋଗୁଁ ଏକ ବଡ…
ବ୍ଲକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ – ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଅନୁଗୁଳ – ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ଲକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରା ଯାଇଛି । ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରେ କାର୍ଯ୍ୟରତ…
ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର – ହତ୍ୟା ଅଭିଯୋଗ ଅନୁଗୁଳ – ରେଳ ଧାରଣା ନିକଟରୁ ଯୁବକଙ୍କର ମୃତ ଦେହ ଉଦ୍ଧାର ହୋଇଛି । ଏହାକୁ ନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଅନୁଗୁଳ…